Posted inଖେଳ

ପ୍ରଥମ ନ୍ୟାୟିକ ବିଜୟ: ରେସ୍‌ଲର

ନୂଆଦିଲ୍ଲୀ,୧୫ା୫(ପି.ଟି.) : ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଶନିବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ (ଆଇଓଏ) ପକ୍ଷରୁ ନିଯୁକ୍ତ ଆଡ୍‌ହକ୍‌ କମିଟି ପୂର୍ଣ୍ଣ କ୍ଷମତା ହାସଲ କରିଛି। ଏହା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆମର ପ୍ରଥମ ବିଜୟ ବୋଲି ଧାରଣାରତ ରେସ୍‌ଲରମାନେ ପ୍ରକାଶ କରିଛନ୍ତି। ଆଡ୍‌ହକ୍‌ କମିଟି ହାତକୁ କ୍ଷମତା ଯିବା ଦ୍ୱାରା ଡବ୍ଲ୍ୟୁଏଫ୍‌ଆଇ ପରିଚାଳନାରେ ଏହାର ଅଧିକାରୀଙ୍କ କୌଣସି ଭୂମିକା ରହିବ ନାହିଁ। ମହିଳା ରେସ୍‌ଲରଙ୍କୁ ବ୍ରିଜ୍‌ଭୂଷଣ ଯୌନଶୋଷଣ କରିଥିବା ଅଭିଯୋଗ ଆଣିବା ସହ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନ ୨୨ ଦିନରେ ପହଞ୍ଚତ୍ଛି। ଶୁକ୍ରବାର ଆଇଓଏ ପକ୍ଷରୁ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇଓଏର ନିର୍ଦ୍ଦେଶ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ କୁହାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଆଇଓଏ ପକ୍ଷରୁ ଏହି କମିଟି ଗଠନ କରାଯାଇଥିଲା। ଏହା ଡବ୍ଲ୍ୟୁଏଫ୍‌ଆଇର ଦୈନନ୍ଦିନ କାର୍ଯ୍ୟଭାର ପରିଚାଳନା କରିବ। ଏହାସହିତ ଡବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆଡ୍‌ କମିଟି ବୁଝିବ। ଏହା ଆମ ପାଇଁ ବିଜୟର ପ୍ରଥମ ସୋପାନ, ତେବେ ନ୍ୟାୟ ନ ମିଳିବା ଯାଏ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟୀ ବଜରଙ୍ଗ ପୁନିଆ। ଶାସକ ଦଳର ଜଣେ ବି ସଦସ୍ୟ ଏହି ଲଢ଼େଇରେ ଆମର ସାଥ୍‌ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ବିଜେତା ଭିନେଶ୍‌ ଫୋଗତ କହିଛନ୍ତି। ସୋମବାରଠାରୁ ଦେଶର ସମସ୍ତ ମହିଳା ଏମ୍‌ପିଙ୍କୁ ଏହି ଲଢ଼େଇରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଦିଆଯାଇଥିଲେ ମଧ୍ୟ ଜଣେ ବି ଏହାକୁ ନେଇ ଆଗ୍ରହ ଦେଖାଇନାହାନ୍ତି। ଦେଶରେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହେଉଛି। ଆମେ ମଧ୍ୟ ଦେଶର ଝିଅ ଓ ଆମ ସପକ୍ଷରେ ସମସ୍ତେ ଆଗକୁ ଆସିବା ଉଚିତ୍‌। ଅନ୍ୟପକ୍ଷରେ ଆଇଓଏର ୩ ଜଣିଆ ଆଡ୍‌ହକ୍‌ କମିଟି ଏହା ଏକ ସାମୟିକ ବ୍ୟବସ୍ଥା ବୋଲି ସ୍ପଷ୍ଟ କରିଛି। ଆସନ୍ତା ୪୫ ଦିନ ମଧ୍ୟରେ ଡବ୍ଲ୍ୟୁଏଫ୍‌ଆଇର ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ହେବ। ଏହାପରେ ପୁନର୍ବାର ଡବ୍ଲ୍ୟୁଏଫ୍‌ଆଇ ହାତକୁ କ୍ଷମତା ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?