ଚିଲିରେ ମଣିଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ: କୁକୁଡା ରପ୍ତାନୀ ବନ୍ଦ…

ସାଣ୍ଟିଆଗୋ,୩୦।୩ : ଚିଲିରେ ମନୁଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତିି। ଏହି ବ୍ୟକ୍ତିଙ୍କଠାରେ ସ୍ବାଇନ ଫ୍ଲୁର ଲକ୍ଷଣ ଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅବସ୍ଥା ସ୍ଥିର ଅଛି।

ବାର୍ଡ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପରେ ଚିଲି ସରକାର ସଂକ୍ରମଣର ଉତ୍ସ ତଥା ଅନ୍ୟ ରୋଗୀଙ୍କ ସହ ଯୋଗାଯୋଗ କରୁଥିବାର ଅନୁସନ୍ଧାନ କରୁଛନ୍ତି। ଗତ ବର୍ଷ ଶେଷରୁ ଚିଲିରେ ବନ୍ୟ ପ୍ରାଣୀମାନଙ୍କରେ ଏଚ-୫-ଏନ୍‌-୧ ବାର୍ଡ ଫ୍ଲୁ ମାମଲା ରେକର୍ଡ କରାଯାଇଥିଲା। ବାର୍ଡ ଫ୍ଲୁ ଯୋଗୁ ସମ୍ପ୍ରତି କୁକୁଡ଼ା ରପ୍ତାନି ବନ୍ଦ କରିବାକୁ ସରକାର ବାଧ୍ୟ ହୋଇଛନ୍ତି।

ଆର୍ଜେଣ୍ଟିନାରେ ଏହି ଫ୍ଲୁ ରୋଗ ଚିହ୍ନଟ ହୋଇଛି। କିନ୍ତୁ କୁକୁଡ଼ା ରପ୍ତାନୀ କରୁଥିବା ବିଶ୍ୱର ବୃହତ୍ତମ ବ୍ରାଜିଲ ବର୍ତ୍ତମାନ ଏଥିରୁ ମୁକ୍ତ। ଚିଲିର ସ୍ବାସ୍ଥ୍ୟ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ଏହି ଭୂତାଣୁ ପକ୍ଷୀ କିମ୍ବା ସାମୁଦ୍ରିକ ପ୍ରାଣୀମାନଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇପାରେ, କିନ୍ତୁ ମାନବ-ମାନବ ସଂକ୍ରମଣର କୌଣସି ମାମଲା ଜଣା ନାହିଁ।

ଏହା ପୂର୍ବରୁ, ଇକ୍ୟୁଏଡର୍‌ ୯ ବର୍ଷର ବାଳିକାଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣର ପ୍ରଥମ ମାମଲାକୁ ନିଶ୍ଚିତ କରିଥିଲା । ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଏହା ମଣିଷ ମଧ୍ୟରେ ସଂକ୍ରମଣ ହେବାର ଆଶଙ୍କା କମ, କିନ୍ତୁ ଟିକା ନିର୍ମାତା ମାନବଙ୍କ ପାଇଁ ବାର୍ଡ ଫ୍ଲୁ ଶଟ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?