Posted inଜାତୀୟ

ଉଦ୍‌ଘାଟନର ୩ ଦିନ ପରେ ଧୋଇଗଲା ଫ୍ଲୋଟିଂ ବ୍ରିଜ୍‌

ଉଡୁପି,୧୦ ।୫: କର୍ନାଟକର ଉଡୁପିରେ ମାଲପେ ବିଚରେ ହୋଇଥିବା ରାଜ୍ୟର ପ୍ରଥମ ଭାସମାନ ପୋଲ ସମୁଦ୍ରରେ ଧୋଇ ଯାଇଛି । ୩ ଦିନ ପୂର୍ବରୁ ଅର୍ଥାତ୍ ୬ ମେ’କୁ ଏହି ପୋଲର ଉଦଘାଟନ ହୋଇଥିଲା । ଏହି ପୋଲ ୧୦୦ ମିଟର ଲମ୍ବା ଓ ୩ ମିଟର ଚଉଡା ଥିଲା । ଏହାକୁ ନିର୍ମାଣ କରିବା ପାଇଁ ପାଖାପାଖି ୮୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । କୁହାଯାଉଛି କି ରବିବାର ଆସିଥିବା ବାତ୍ୟାରେ ପୋଲ ଆଶିଂକ ଭାବେ ଧୋଇ ଯାଇଥିଲା । ଏହାପରେ ପୋଲ ଉପରେ ଚଳାଚଳକୁ ବନ୍ଦ କରାଯାଇଥିଲା । ସୂଚନାଯୋଗ୍ୟ, ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ୮୦ ଲକ୍ଷ ଟଙ୍କାରେ ଏହି ପୋଲ ନିର୍ମାଣ କରାଯାଇଥିଲା । ଏଥିରେ ମାତ୍ର ୧୫ ମିନିଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ରହିବାକୁ ଅନୁମତି ଦିଆଯାଉଥିଲା । ୩ ଦିନ ପୂର୍ବେ ବିଧାୟକ ରଘୁପତି ଭଟ୍ଟ ଏହାର ଉଦଘାଟନ କରିଥିଲେ । ତେବେ କର୍ନାଟକରେ ଆସିଥିବା ଘୂର୍ଣ୍ଣିବାତ୍ୟା ଯୋଗୁ ପୋଲଟି ଧୋଇଯାଇଥିବା କୁହାଯାଉଛି । ବେଙ୍ଗାଲୁରୁରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ କିଛି ପରିମାଣର କ୍ଷୟକ୍ଷତି ହୋଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଦିଦିଙ୍କ ମ୍ୟାଜିକ୍‌

ଶିଲଂ,୨।୩: ଉତ୍ତର ପୂର୍ବାଞ୍ଚଳର ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ମେଘାଳୟରେ...

ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଲେ ସିଦ୍ଧୁ

ଚଣ୍ଡିଗଡ଼,୩।୩: ପଞ୍ଜାବ ବିଧାନସଭାରେ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ପୁଣିଥରେ ନିଜ ସରକାର ବିରୋଧରେ...

ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ...

ଜୁନ୍‌ ୧୨ରେ ବିରୋଧୀ ଦଳ ବୈଠକ, ୨୪ ଦଳ ସାମିଲ ହେବାର ସମ୍ଭାବନା

ପାଟନା,୩୦।୫: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ବିରୋଧୀ ଦଳଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ଭାଜପାକୁ କ୍ଷମତାରୁ ହଟାଇବାକୁ ଚାହୁଁଥିବା ଦଳର ନେତାମାନେ...

ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ: ମୋଦି

ନୂଆଦିଲ୍ଲୀ, ୨୫।୧୦: ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ପାର୍ବଣରେ ଲୋକେ ସ୍ବଦେଶୀ...

ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କରୋନାରେ ମୃତ ବାଳକଙ୍କ ଶବ ନେଲେ ନାହିଁ ପରିବାର: ଅନ୍ତିମ ସଂସ୍କାର ପାଇଁ ଠେଲାରେ ବୋହି ନିଆଗଲା

ହାଇଦ୍ରାବାଦ, ୧୩।୮:  ମହାମାରୀ କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ତେବେ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି...

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା...

Advertisement
Archives

Model This Week