ଦୂରାନ୍ତୁ କଳା ଦାଗ

ସୂର୍ଯ୍ୟକିରଣ ପ୍ରଭାବରେ ହାତଗୋଡ଼ ତଥା ମୁହଁର ତ୍ୱଚାରେ ବି ଟାନିଂ ବା କଳାଦାଗ ହୋଇଯାଏ। ତେଣୁ ତ୍ୱଚା କଳା ପଡ଼ି ବହୁତ ଖରାପ ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ଖରା ପ୍ରଭାବରୁ ତ୍ୱଚାରେ ଦେଖାଯାଉଥିବା କଳାଦାଗ ଦୂରକରିବା ପାଇଁ ବେସନ ଓ ଦହି ମିଶାନ୍ତୁ। ବେସନ ଓ ଦହିର ଏହି ପ୍ୟାକକୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଏହାପରେ ଧୋଇଦିଅନ୍ତୁ। ପାଦ ଓ ହାତକୁ ମଶ୍ଚରାଇଜ୍‌ କରିବାରେ ସହାୟକ ହେବ ଦହି ଏବଂ ବେସନ ଟାନିଂକୁ ଦୂରକରିବାରେ ସାହାଯ୍ୟ କରିବ। ଏହି ମିଶ୍ରଣରେ ଆପଣ ଚାହିଁଲେ ଲେମ୍ବୁ ମଧ୍ୟ ମିଶାଇ ଲଗାଇପାରିବେ।
ଆଳୁକୁ ବାଟି ରସ ବାହାର କରିଦିଅନ୍ତୁ। ଏଥିରେ ଲେମ୍ବୁରସ ମିଶାଇ ହାତ ପାଦ ଓ ମୁହଁରେ ଟାନିଂ ହୋଇଥିବା ସ୍ଥାନରେ ଲଗାନ୍ତୁ। ୨୦ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଲଗାତର ଏପରି କଲେ ତ୍ୱଚାରେ ଚମକ ବୃଦ୍ଧି ପାଇବ।
ଓଟ୍‌ସକୁ ଗ୍ରାଇଣ୍ଡିଂ କରି ସେଥିରେ ଦହି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏଥିରେ ଅଳ୍ପ ଲେମ୍ବୁରସ ମିଶାଇ ପାଦରେ ସ୍କ୍ରବ୍‌ କରିବା ଭଳି ଲଗାଇ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ପାଦକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ, ଟାନିଂ କମିବା ସହିତ ଚମକ ବୃଦ୍ଧି ପାଇବ।
ଟାନିଂ ଦୂରକରିବା ପାଇଁ ୧ ଚାମଚ ଚନ୍ଦନ ପାଉଡର ସହିତ ୧ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଅତିକମ୍‌ରେ ଦୁଇଥର ଏହି ପ୍ୟାକ୍‌ ଲଗାଇଲେ ସମସ୍ତ କଳାଦାଗ ଦୂର ହୋଇ ଚମଚ ବୃଦ୍ଧି ପାଇବ।
ଟାନିଂ ଦୂରକରିବା ପାଇଁ ପାଚିଲା ଅମୃତଭଣ୍ଡା ମଧ୍ୟ ଅତ୍ୟନ୍ତ ଫଳପ୍ରଦ। ଅମୃତଭଣ୍ଡା ରସରେ ଅଳ୍ପ ମହୁ ମିଶାଇ କଳା ପଡ଼ିଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ମୁହଁ ତଥା ପାଦ ଓ ହାତର କଳାଦାଗ ଦୂର ହୋଇଯିବ।
ଆଲୋଭେରା ଜେଲ୍‌ ସହିତ ଅଲିଭ୍‌ ଅଏଲ୍‌ ମିଶାଇ କଳା ପଡ଼ିଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ଛାଡ଼ି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ।
କଞ୍ଚା କ୍ଷୀରରେ ହଳଦୀଗୁଣ୍ଡ ମିଶାଇ ମାଲିସ୍‌ କରନ୍ତୁ। ଟାନିଂ ଦୂରକରି ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ଏହି ମାସ୍କ ବେଶ୍‌ ଫଳପ୍ରଦ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?