ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ୧୯ ଗିରଫ

ଫୁଲବାଣୀ (ରାକେଶ କୁମାର ରାଉତ)/ଫିରିଙ୍ଗିଆ(ବିକ୍ରମ ଦିଗାଲ),୭ା୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶନିବାର ଲଙ୍କାକାଣ୍ଡ କରିଥିଲେ। ସେମାନେ ଥାନାରେ ନିଆଁ ଲଗାଇ ଦେବା ସହ ପୋଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରବିବାର ସୁଦ୍ଧା ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାରେ ସମ୍ପୃକ୍ତ ଆଉ ୪୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଭିଯୋଗ ଆସିଥିବା ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଥାନାଧିକାରୀ ଭାବେ ରମେଶ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗଞ୍ଜାମ ଜିଲା ସୋରଡ଼ା ଥାନାରେ କାର୍ଯ୍ୟରତ ଥିଲେ। ସେହିପରି ୨ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଥାନା ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଜଣେ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ବିଭିନ୍ନ ଥାନା ଅଧିକାରୀ, ୧୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଡିଏସ୍‌ପି କମଲ କୁମାର ପଣ୍ଡା ଏହି ଘଟଣାର ତଦନ୍ତ କରୁଛନ୍ତି।
ଥାନା ପୋଡି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସନ୍ତୋଷ ବିଷୋୟୀ, ଡଙ୍ଗରା କହଁର, କେଶବ କହଁର, ବିଘ୍ନେଶ୍ୱର କହଁର, ଉଦ୍ଧବ କହଁର, ଜଗନ୍ନାଥ କହଁର, କାଳିଆ କହଁର, ଶୁକଦେବ କହଁର, ଲବ କହଁର, ମାଧବ କହଁର, ଗୁଣ୍ଡନ କହଁର, ଗୁପ୍ତେଶ୍ୱର କହଁର, ଅନନ୍ତ କହଁର, ସୁରେଶ ନାୟକ, ରାଜେଶ ନାୟକ, ଅରକ୍ଷିତ କହଁର, ସୟ ରଣା, ସନ୍ନ୍ୟାସୀ କହଁର ଓ ଗୋବିନ୍ଦ ବେହେରା। ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଏସ୍‌ପି କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି। ଥାନା କିପରି ଚାଲିବ ତାହା ଉପରେ ପ୍ରାଧାନ୍ୟ ଦେଉଛୁ। ଗୋଇନ୍ଦା ରିପୋର୍ଟ ଆଧାରରେ ପ୍ରାୟ ୪୦ଜଣ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। ଘଟଣାର ସମସ୍ତ ଭିଡିଓ ଫୁଟେଜ ଉପରେ ତର୍ଜମା ଚାଲିଛି। ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ସବ୍‌ଇନ୍ସପେକ୍ଟର ବିକାଶ ଜାଲିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚଳିତବର୍ଷ ଜିଲାରେ ୩୦ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଛି। କେବଳ ଏହି ଥାନାରେ ୧୦ ଟନ୍‌ ଗଞ୍ଜେଇ ଜବତ ହୋଇଛି। ପୂର୍ବରୁ ଏହା ୨ରୁ ୩ ଟନ ଭିତରେ ହେଉଥିଲା। ଏହା ଗ୍ରାମବାସୀଙ୍କ ମଧ୍ୟରେ ଚାପ ପକାଇଛି। ସେମାନେ ଏକତ୍ରିତ ହୋଇ ଏସବୁ କାଣ୍ଡ ଭିଆଇଛନ୍ତି ବୋଲି ଏସ୍‌ପି ପାତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କ ସହ କିଛି ଗ୍ରାମବାସୀ ଏକ ଭିଡିିଓ ଫୁଟେଜ କରିଥିଲେ। ପୋଲିସ ଗଞ୍ଜେଇ ବ୍ୟବସାୟ କରୁଥିବା ଘଟଣା ପ୍ରଘଟ ହେବା ଏବଂ ଭିଡିଓ ଫୁଟେଜ ଭାଇରାଲ ହେବା ପରେ ବହୁ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗତ ଶନିବାର ସେମାନେ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ପାଖରେ ରାସ୍ତାରୋକୋ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇ ସଦର ଏସଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧା ସେମାନଙ୍କ ରୋଶର ଶିକାର ହୋଇଥିଲେ। ଲୋକେ ଏସ୍‌ଡିପିଓ ଏବଂ ଥାନା ଏସ୍‌ଆଇ ଜାଲିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଏହାପରେ ଥାନା ଭିତରେ ପଶି ପୋଡାଜଳା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri