ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ୧୯ ଗିରଫ

ଫୁଲବାଣୀ (ରାକେଶ କୁମାର ରାଉତ)/ଫିରିଙ୍ଗିଆ(ବିକ୍ରମ ଦିଗାଲ),୭ା୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶନିବାର ଲଙ୍କାକାଣ୍ଡ କରିଥିଲେ। ସେମାନେ ଥାନାରେ ନିଆଁ ଲଗାଇ ଦେବା ସହ ପୋଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରବିବାର ସୁଦ୍ଧା ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାରେ ସମ୍ପୃକ୍ତ ଆଉ ୪୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଭିଯୋଗ ଆସିଥିବା ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଥାନାଧିକାରୀ ଭାବେ ରମେଶ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗଞ୍ଜାମ ଜିଲା ସୋରଡ଼ା ଥାନାରେ କାର୍ଯ୍ୟରତ ଥିଲେ। ସେହିପରି ୨ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଥାନା ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଜଣେ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ବିଭିନ୍ନ ଥାନା ଅଧିକାରୀ, ୧୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଡିଏସ୍‌ପି କମଲ କୁମାର ପଣ୍ଡା ଏହି ଘଟଣାର ତଦନ୍ତ କରୁଛନ୍ତି।
ଥାନା ପୋଡି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସନ୍ତୋଷ ବିଷୋୟୀ, ଡଙ୍ଗରା କହଁର, କେଶବ କହଁର, ବିଘ୍ନେଶ୍ୱର କହଁର, ଉଦ୍ଧବ କହଁର, ଜଗନ୍ନାଥ କହଁର, କାଳିଆ କହଁର, ଶୁକଦେବ କହଁର, ଲବ କହଁର, ମାଧବ କହଁର, ଗୁଣ୍ଡନ କହଁର, ଗୁପ୍ତେଶ୍ୱର କହଁର, ଅନନ୍ତ କହଁର, ସୁରେଶ ନାୟକ, ରାଜେଶ ନାୟକ, ଅରକ୍ଷିତ କହଁର, ସୟ ରଣା, ସନ୍ନ୍ୟାସୀ କହଁର ଓ ଗୋବିନ୍ଦ ବେହେରା। ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଏସ୍‌ପି କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି। ଥାନା କିପରି ଚାଲିବ ତାହା ଉପରେ ପ୍ରାଧାନ୍ୟ ଦେଉଛୁ। ଗୋଇନ୍ଦା ରିପୋର୍ଟ ଆଧାରରେ ପ୍ରାୟ ୪୦ଜଣ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। ଘଟଣାର ସମସ୍ତ ଭିଡିଓ ଫୁଟେଜ ଉପରେ ତର୍ଜମା ଚାଲିଛି। ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ସବ୍‌ଇନ୍ସପେକ୍ଟର ବିକାଶ ଜାଲିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚଳିତବର୍ଷ ଜିଲାରେ ୩୦ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଛି। କେବଳ ଏହି ଥାନାରେ ୧୦ ଟନ୍‌ ଗଞ୍ଜେଇ ଜବତ ହୋଇଛି। ପୂର୍ବରୁ ଏହା ୨ରୁ ୩ ଟନ ଭିତରେ ହେଉଥିଲା। ଏହା ଗ୍ରାମବାସୀଙ୍କ ମଧ୍ୟରେ ଚାପ ପକାଇଛି। ସେମାନେ ଏକତ୍ରିତ ହୋଇ ଏସବୁ କାଣ୍ଡ ଭିଆଇଛନ୍ତି ବୋଲି ଏସ୍‌ପି ପାତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କ ସହ କିଛି ଗ୍ରାମବାସୀ ଏକ ଭିଡିିଓ ଫୁଟେଜ କରିଥିଲେ। ପୋଲିସ ଗଞ୍ଜେଇ ବ୍ୟବସାୟ କରୁଥିବା ଘଟଣା ପ୍ରଘଟ ହେବା ଏବଂ ଭିଡିଓ ଫୁଟେଜ ଭାଇରାଲ ହେବା ପରେ ବହୁ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗତ ଶନିବାର ସେମାନେ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ପାଖରେ ରାସ୍ତାରୋକୋ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇ ସଦର ଏସଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧା ସେମାନଙ୍କ ରୋଶର ଶିକାର ହୋଇଥିଲେ। ଲୋକେ ଏସ୍‌ଡିପିଓ ଏବଂ ଥାନା ଏସ୍‌ଆଇ ଜାଲିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଏହାପରେ ଥାନା ଭିତରେ ପଶି ପୋଡାଜଳା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?