Posted inଜାତୀୟ

ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଫାୟରିଂ, ୪ ଯବାନ ମୃତ, ସେନା କହିଲା ନୁହେଁ ଆତଙ୍କବାଦୀ ଘଟଣା

ଚଣ୍ଡିଗଡ଼,୧୨।୪: ପଞ୍ଜାବର ବଠିଣ୍ଡା ସ୍ଥିତ ଆର୍ମି ଏରିଆରେ ଫାୟରିଂ ହୋଇଛି। କ୍ୟାଣ୍ଟେନମେଣ୍ଟ ଏରିଆକୁ ସିଲ କରି ଦିଆଯାଇଛି। ଛାଓ୍ବନିରେ ଏହି ଘଟଣା ପରେ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଣ୍ଟରେ ଫାୟରିଂ ହୋଇଛି ଓ ଏଥିରେ ୪ ଜଣ ଜବାନ ଶହୀଦ ହୋଇଛନ୍ତି।
ସେନାର ଦକ୍ଷିଣ ପଶ୍ଚିମ କମାଣ୍ଡ ଏକ ବୟାନ ଜାରି କରି କହିଛନ୍ତି, ବଠିଣ୍ଡା ମିଲିଟ୍ରି ଷ୍ଟେଶନ ଭିତରେ ବୁଧବାର ସକାଳେ ପ୍ରାୟ ୪ଟା ୩୫ରେ ଫାୟରିଂ ଘଟଣାରେ ଅତିକମରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଷ୍ଟେଶନର କ୍ୱିକ ରିଆକ୍ସନ ଟିମକୁ ସକ୍ରିୟ କରି ଦିଆଯାଇଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସିଲ କରି ଦିଆଯିବା ସହ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସେନା ପଞ୍ଜାବ ପୋଲିସର ଜଣେ ବଡ ଅଧିକାରୀଙ୍କୁ କହିଛନ୍ତି, କି ଏହା ଆତଙ୍କବାଦୀ ଘଟଣା ନୁହେଁ। ଫାୟରିଂ ୮୦ ମିଡିୟମ ରେଜିମେଣ୍ଟ ଆର୍ଟିଲରି ଅଫିସର୍ସ ମେସରେ ହୋଇଛି। କିଛିଦିନ ପୂର୍ବରୁ ୟୁନିଟର ଗାର୍ଡ ରୁମରେ ଏକ ଆସଲ୍ଟ ରାଇଫଲ ହଜି ଯାଇଥିଲା। ଲାଗୁଛି ସେହିଥିରେ ଏହି ଫାୟରିଂ ହୋଇଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରା ଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ପ୍ରେମିକାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି କୁଆଡେ ଗଲେ ପ୍ରେମିକ? ଲିଭ ଇନ ରିଲେଶନର କରୁଣ ଚିତ୍ର…

ହାଇଦ୍ରାବାଦ,୧୭।୮: ୧୬ ଅଗଷ୍ଟ ରାତିରେ, ହାଇଦ୍ରାବାଦର ବାଲାପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଶାହିନ ନଗରର ବିସମିଲ୍ଲାହ କଲୋନି ଅଞ୍ଚଳରେ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri