ନୂଆ ଏୟାରପୋର୍ଟ ଛକରୁ ଫାୟାର ଷ୍ଟେଶନ ନୋ ପାର୍କିଂ ଏରିଆ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ। ସୌନ୍ଦର୍ଯ୍ୟକରଣ ସହିତ ସହରର ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଏହି କ୍ରମରେ ନୂଆ ଏୟାରପୋର୍ଟ ଛକଠାରୁ ଫାୟାର ଷ୍ଟେଶନ ଛକ ପର୍ଯ୍ୟନ୍ତ ନୋ ପାର୍କିଂ ଏରିଆ ଚିହ୍ନଟ କରାଯାଇଛି। ଏହି ରାସ୍ତାରେ ଗାଡ଼ି ପାର୍କିଂ ବାରଣ କରାଯାଇଛି। ଏନେଇ ଶୁକ୍ରବାର ବିଏମ୍‌ସି ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଇଛି। ନୂଆ ଏୟାରପୋର୍ଟ ଛକଠାରୁ ଓୟୁଏଟି, ଡେଲ୍‌ଟା ଛକ ଦେଇ ଫାୟାର ଷ୍ଟେଶନ ପର୍ଯ୍ୟନ୍ତ ରାସ୍ତାକୁ ନୋ ପାର୍କିଂ ଏରିଆ ଭାବେ ଚିହ୍ନଟ କରାଯାଇଛି। ତେଣୁ ଏହି ସ୍ଥାନଗୁଡିକରେ ଗାଡି ପାର୍କିଂ କଲେ କମିଶନରେଟ୍‌ ପୋଲିସ୍‌ ଗାଡ଼ି ଉଠାଇନେବ ବୋଲି ବିଜ୍ଞପ୍ତି ଜାରି କରିଛି। ଏଥିସହ ଜରିମାନା ଏବଂ ଆବଶ୍ୟକ ପଡିଲେ ସମ୍ପୃକ୍ତ ଦୋକାନ, ମଲ୍‌, ଆପାର୍ଟମେଣ୍ଟ ଏବଂ ସରକାରୀ, ବେସରକାରୀ ଅନୁଷ୍ଠାନକୁ ସିଲ୍‌ ମଧ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ଏହିସବୁ ଅଞ୍ଚଳରେ ଥିବା ଅନୁଷ୍ଠାନ ବା ଦୋକାନକୁ ଆସୁଥିବା ଲୋକମାନେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିପାରିବେ ନାହିଁ। ସମ୍ପୃକ୍ତ ଅନୁଷ୍ଠାନ ବା ପ୍ରତିଷ୍ଠାନର ଥିବା ପାର୍କିଂ ସ୍ଥଳରେ ହିଁ ଗାଡି ପାର୍କିଂ ହେବ। ଯେଉଁମାନଙ୍କର ପାର୍କିଂ ବ୍ୟବସ୍ଥା ନ ଥିବ ସେମାନଙ୍କ ଦୋକାନ ସିଲ୍‌ କରାଯିବ ବୋଲି ସୂଚନା ଦିଆଯାଇଛି। ନୋ ପାର୍କିଂ ସ୍ଥାନରେ ଗାଡ଼ି ରଖିବାରୁ ଶୁକ୍ରବାର ପ୍ରାୟ ୩୦ଟି ଗାଡ଼ିକୁ ପୋଲିସ ଉଠାଇ ନେଇଛି। ବିଏମ୍‌ସି ଡେପୁଟି କମିଶନର (ରେଭିନ୍ୟୁ) ସପନ କୁମାର ନନ୍ଦ, ଟୁଇନ୍‌ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବା ସହ ସ୍ଥିତି ପରଖିଥିଲେ।
ଅପରପକ୍ଷେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ମଧ୍ୟ ଶହୀଦନଗରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ ପାଇଁ ବାରଣ କରାଯାଇଛି। ଆଇଡିବିଆଇ ବ୍ୟାଙ୍କ ଛକରୁ ଭେଟେନାରୀ କଲେଜ୍‌, ଏମ୍ଫାୟର୍ସ ହୋଟେଲ ଦେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକଡ଼, ଆଲୋକ ଭାରତୀ ବିଲ୍ଡିଂଠାରୁ ଶହୀଦନଗର ଦୁର୍ଗାପୂଜା ମଣ୍ଡପ ଦେଇ ଯାଇଥିବା ରାସ୍ତାକଡ଼, ଜନପଥ କଡ଼ରେ ଥିବା କଲ୍ୟାଣ ଜୁଏଲର୍ସରୁ ସ୍ପର୍ଶ ହସ୍ପିଟାଲ, ତୃପ୍ତି ସର୍ଭିସ ଷ୍ଟେଶନଠାରୁ ଶହୀଦନଗର ପ୍ରବେଶ ପଥ ପର୍ଯ୍ୟନ୍ତ ରାସ୍ତାକୁ ନୋ ପାର୍କିଂ ଚିହ୍ନଟ କରାଯାଇଛି। ଏନେଇ ବିଏସ୍‌ସିଏଲ୍‌ ପକ୍ଷରୁ ବିଏମ୍‌ସିକୁ ଚିଠି କରାଯାଇଥିବାବେଳେ ଆସନ୍ତା ୨/୩ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପରିଚାଳନା ନିର୍ଦ୍ଦେଶକ ବଲଓ୍ବନ୍ତ ସିଂହ, ଅତିରିକ୍ତ ପୋଲିସ୍‌ କମିଶନର ଉମାଶଙ୍କର ଦାସଙ୍କ ସମେତ ବିଏସସିିଏଲ୍‌ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ରାଜଧାନୀର ଦୁଇଟି ବହୁତଳ ପାର୍କିଂସ୍ଥଳ ପରିଦର୍ଶନ କରିଛନ୍ତି। ଶହୀଦନଗର ଓ ରାଜମହଲ ସ୍ଥିତ ଉଭୟ ପାର୍କିଂ ସ୍ଥଳ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅଧିକାରୀମାନେ ଏଠାରେ ପହଞ୍ଚତ୍ ବିଭିନ୍ନ ଦିଗରୁ ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri