ହାଲ୍‌ ସହରାଞ୍ଚଳ ଜଙ୍ଗଲରେ ପୁଣି ବ୍ୟାପିଲା

ସୁନାବେଡ଼ା,୨।୪(ସ୍ବ. ପ୍ର.): ସୁନାବେଡ଼ା ହାଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଙ୍ଗଲ ରହିଛି। ଏହିସବୁ ଜଙ୍ଗଲରେ ବିଭିନ୍ନ ସମୟରେ ନିଆଁ ଲାଗିବା ଏବେ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି। ବୁଧବାର ହାଲ୍‌ର ଆର୍‌ ଜୋନ୍‌ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଗୁରୁବାର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ଖବର ପାଇ ହାଲ୍‌ର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ଦୀର୍ଘ ୪ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବା ଯୋଗୁ ଜଙ୍ଗଲରେ ଥିବା ବହୁ ଛୋଟ ବଡ଼ ଗଛ ଜଳିଯାଇଛି। ଜଙ୍ଗଲଟି ସହରର ମଧ୍ୟଭାଗରେ ଥିବାରୁ ଜଙ୍ଗଲ ପାର୍ଶ୍ୱ ରାସ୍ତା ଦେଇ ପ୍ରତ୍ୟହ ଲୋକେ ଯାତାୟାତ କରିଥାନ୍ତି। ନିଆଁ ଯୋଗୁ ବେଶ୍‌ କିଛି ସମୟ ଧରି ସହର ପରିବେଶ କୁହୁଡ଼ି ପରି ଧୂଆଁମୟ ହୋଇଯାଇଥିଲା। କେତେଜଣ ବ୍ୟକ୍ତି ସିଗାରେଟ କିମ୍ବା ବିଡ଼ି ଟାଣି ସାରିବା ପରେ ବଳକା ଅଂଶକୁ ଏଣେତେଣେ ଫିଙ୍ଗିବା ଦ୍ୱାରା ଜଙ୍ଗଲରେ ନିଆଁ ଲାଗୁଥିବା ଆଲୋଚନା ହେଉଛି। ହାଲ୍‌ ସୁରକ୍ଷା ବିଭାଗ ଏବଂ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ...

ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍‌

ଗୁଡାରି,୪।୩(ଡି.ଏନ୍‌.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍‌ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି...

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର...

ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ସମଗ୍ର...

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ: ୧୯ ହଜାର ଜରିମାନା ଆଦାୟ ସହ ଜଣେ ଚା’ ଦୋକାନୀ ଗିରଫ

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲକ୍‌ଡାଉନ୍‌ କଡ଼ାକଡ଼ି କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ହେଳେ...

ଚମ୍ପୁଆରୁ ଝାଡ଼ଖଣ୍ଡକୁ ଚୋରାଚାଲାଣ, କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ

କେନ୍ଦୁଝର,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ପୋଲିସ ସୋମବାର ୮୦ କେଜି ଗଞ୍ଜେଇ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି...

ଚାପ କମିଲା, ଅପରାଧ କମୁନି

ଅନୁଗୋଳ ଅଫିସ, ୧।୨:  ସଦର ଥାନା ଖୋଲାଯିବା ପରେ ଅନୁଗୋଳ ଥାନା ଉପରୁ ଚାପ ହ୍ରାସ ପାଇଛି। କିନ୍ତୁ ସେହି ଅନୁସାରେ ଆପରାଧିକ କାର୍ଯ୍ୟକଳାପ କମୁନାହିଁ। ପାଟ୍ରୋଲିଂ...

ସରସ ସୁନ୍ଦର ହେବ ଓଡ଼ିଶା ଦିବସ

ଅନୁଗୋଳ ଅଫିସ,୨୨ ।୩ ଅନୁଗୋଳରେ ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ କୋର୍ଟ...

Advertisement
Archives

Model This Week