ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଦୌଡ଼ି ପଳାଇଲେ ଦୁର୍ବୃତ୍ତ

ଗଞ୍ଜାମ,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜା ସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ୍‌ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଜଳୁଥିବା ଦେଖି ରାତି ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ପରେ ବଣିକ ସଙ୍ଘ ସଭାପତି ଗଞ୍ଜାମ ଥାନାକୁ ଖବର ଦେଇଥିଲେ। ଖବର ପାଇ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ବିଦେଶୀ ମଦ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ: ହୋଟେଲ ଶିଳ୍ପରେ ତାଲା

ପୁରୀ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ନୂଆ ନୂଆ କଟକଣା ବି ଲଗାଉଛି। ପ୍ରଶାସନିକ...

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର

ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ...

ଆସିବେ ମା’ : ଏବେଠୁ ଚଳଚଞ୍ଚଳ କଟକ

କଟକ ଅଫିସ, ୬।୯: ଆଶ୍ୱିନରେ ମା’ଙ୍କ ଆଗମନକୁ ନେଇ କଟକ ସହର ପୁଣି ଚଳଚଞ୍ଚଳ ହୋଇ ଉଠିଛି। ରୂପା ତାରକସି କାରଖାନାରେ ଭିଡ଼ ଜମୁଥିବା ଦେଖିବାକୁ...

ଶ୍ରମିକଙ୍କ କାମ କରୁଛି ମେଶିନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ବାଟବଣା

ବରୀ,୨୮ା୪(ଡି.ଏନ.ଏ.): ସରକାର ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ ଯୋଗାଇ ଦେବାର ନିୟମ ରହିଛି। ଏଥିସହିତ ଶ୍ରମିକମାନେ...

‘କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’

କଟକ ଅଫିସ,୧୨। ୯: ଟୁଇଟର ପ୍ଲାଟ୍‌ଫର୍ମରେ ବଢୁଛି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। ଗୋଟିଏ ପରେ ଗୋଟିଏ...

୧୭୪ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଯାଞ୍ଚ: ତ୍ରୁଟି ଥିଲେ ପଦକ୍ଷେପ

କଟକ ଅଫିସ, ୧୦ା୮ : ରାଜ୍ୟର ୧୭୪ଟି କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ...

ଗଛରେ ପିଟି ହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ରିଆମାଳ ୧୨.୧୧ (ଡି଼.ଏନ.ଏ): ଦେଓଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଚାକଟେଇ ଛକ ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚାଲକଙ୍କ...

ଅନୁମତି ମିଳିଲେ ହେବ ତାଳଚେର ରଥଯାତ୍ରା

ତାଳଚେର,୧୩ା୫(ନି.ପ୍ର.) – ତାଳଚେରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ।...

Advertisement
Archives

Model This Week