Posted inଜାତୀୟ

ଗୋଦାମରେ ଅଗ୍ନିକାଣ୍ଡ କୌଣସି ଦୈବୀ ଘଟଣା ନୁହେଁ, ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୮।୧: ଏକ ମଦ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଏହା କୌଣସି ଦୈବୀ ଘଟଣା ନୁହେଁ। ଝଡ଼ବର୍ଷା, ବନ୍ୟା, ବଜ୍ରପାତ, ଭୂକମ୍ପ ଆଦି ପ୍ରାକୃତିକ ବାହ୍ୟ ଶକ୍ତି ଦ୍ୱାରା ଗୋଦାମରେ ଅଗ୍ନିକାଶ ଘଟି ନାହିଁ। ତେଣୁ ଏହାକୁ ଦୈବୀ ଘଟଣା କୁହାଯାଇ ପାରିବ ନାହିଁ।

ବିଚାରପତି ଏ.ଏମ୍‌. ଖାନଓ୍ବିଲକର, ଦିନେଶ ମାହେଶ୍ୱରୀ ଏବଂ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଅବକାରୀ ଟିକସ ଫାଙ୍କୁଥିବା କମ୍ପାନୀର ଆବେଦନକୁ ଖାରଜ କରିଛନ୍ତି। ସେହିପରି ଶୀର୍ଷକୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଦୈବୀ ଶକ୍ତି ଦ୍ୱାରା ଅଗ୍ନିକାଣ୍ଡ ଘଟିଥିବା ରାୟକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ ଟିକସ ଦେବାରୁ ସମ୍ପୃକ୍ତ କମ୍ପାନୀକୁ ଛାଡ କରିଥିଲେ।

ଖଣ୍ଡପୀଠ କହିଛନ୍ତି ଯେ, ଅଗ୍ନିକାଣ୍ଡ ଆପେଆପେ ହୋଇନାହିଁ। ଉପଯୁକ୍ତ ସମୟରେ ଦମକଳ ବାହିନୀ ଏବଂ ଆବଶ୍ୟକ ଅଗ୍ନିନିର୍ବାପକ ବ୍ୟବସ୍ଥାରା ଉପଯୋଗ ଦ୍ୱାରା ଏଥିରୁ ଦୂରେଇ ରହି ହୋଇଥାନ୍ତା। ୨୦୦୩ ଏପ୍ରିଲ୍‌ ୧୦ରେ ମଧ୍ୟାହ୍ନ ୧୨ଟା ୫୫ରେ ଘଟିଥିବା ଅଗ୍ନିକାଣ୍ଡକୁ ଏହାପର ଦିନ ଅପରାହ୍ନ ୫ଟାରେ କାବୁ କରାଯାଇଥିଲା। ଦୀର୍ଘ ସମୟ ଧରି ନିଆଁ ଜଳୁଥିଲେ ବି ଏହାକୁ ବିଳମ୍ବରେ ନିୟନ୍ତ୍ରଣ କରାଯାଇଥିଲା। ଏକ୍ଷେତ୍ରରେ ହାଇକୋର୍ଟଙ୍କ ଟିପ୍ପଣୀ ଯୁକ୍ତିଯୁୂକ୍ତ ମନେ ହେଉ ନ ଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସମ୍ପୃକ୍ତ କମ୍ପାନୀ ୬.୩୯ କୋଟି ଟଙ୍କାର ଅବକାରୀ ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ରାୟ ବିରୋଧରେ ଅବକାରୀ ବିଭାଗ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ...

ରାଜଧାନୀକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ...

ଠିକ୍‌ ଭାବେ ମାସ୍କ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଡେରାଡୁନ,୧୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏବେବି କେତେକ ଲୋକ ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବା...

ତ୍ରିରଙ୍ଗା ଲଗାଇବା ସମୟରେ ଦୁର୍ଘଟଣା: ୩ ମୃତ

ଗ୍ୱାଲିୟର,୧୪ ।୮: ଆଉ କିଛି ଘଣ୍ଟା ପରେ ପାଳନ କରାଯିବ ଦେଶରେ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ପୂର୍ବରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଦୁଃଖଦ...

ମାକଡୋନାଲ୍ଡର ବଡ଼ ନିଷ୍ପତ୍ତି: ମେନୁରେ ସାମିଲ ହେବନାହିଁ ଟମାଟୋ

ନୂଆଦିଲ୍ଲୀ, ୭।୭: ମାକଡୋନାଲ୍ଡସ ଇଣ୍ଡିଆ ଏକ ବଡ ଘୋଷଣା କରିଛି। ମାକଡୋନାଲ୍ଡ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ)ରେ ଏହାର ଫୁଡ୍‌ ପ୍ରଡକ୍ଟସ୍‌ ତାଲିକାରୁ ଟମାଟୋକୁ ହଟାଇବାକୁ...

ପ୍ରକୃତ ସତ୍ୟଠାରୁ ଦୂରରେ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ, କହିଲେ ଭାରତ ସରକାର…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ଯେ  ବିଶ୍ୱ କ୍ଷୁଧା ସୂଚକାଙ୍କ ଏକ ଭୁଲ...

ହସ୍ପିଟାଲରୁ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ଚୋର, ମା’ଙ୍କ ଅବସ୍ଥା ଦେଖି ରାସ୍ତାରେ ଶୁଆଇ ଚାଲିଗଲେ

ଜୟପୁର,୧୦ା୭: ରାଜସ୍ଥାନର ବାଡମେର ଜିଲା ହସ୍ପିଟାଲରୁ ଏକ ଶିଶୁପୁତ୍ର ଚୋରି ହୋଇଥିଲା। ତେବେ ତିନିଦିନ ପରେ ଏହି ଶିଶୁପୁତ୍ର ମିଳିଛି। ହସ୍ପିଟାଲରୁ ପୁଅକୁ କେହି ଚୋରି...

ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର...

Advertisement
Archives

Model This Week