Posted inଜାତୀୟ

ଗୋଦାମରେ ଅଗ୍ନିକାଣ୍ଡ କୌଣସି ଦୈବୀ ଘଟଣା ନୁହେଁ, ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୮।୧: ଏକ ମଦ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଏହା କୌଣସି ଦୈବୀ ଘଟଣା ନୁହେଁ। ଝଡ଼ବର୍ଷା, ବନ୍ୟା, ବଜ୍ରପାତ, ଭୂକମ୍ପ ଆଦି ପ୍ରାକୃତିକ ବାହ୍ୟ ଶକ୍ତି ଦ୍ୱାରା ଗୋଦାମରେ ଅଗ୍ନିକାଶ ଘଟି ନାହିଁ। ତେଣୁ ଏହାକୁ ଦୈବୀ ଘଟଣା କୁହାଯାଇ ପାରିବ ନାହିଁ।

ବିଚାରପତି ଏ.ଏମ୍‌. ଖାନଓ୍ବିଲକର, ଦିନେଶ ମାହେଶ୍ୱରୀ ଏବଂ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଅବକାରୀ ଟିକସ ଫାଙ୍କୁଥିବା କମ୍ପାନୀର ଆବେଦନକୁ ଖାରଜ କରିଛନ୍ତି। ସେହିପରି ଶୀର୍ଷକୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଦୈବୀ ଶକ୍ତି ଦ୍ୱାରା ଅଗ୍ନିକାଣ୍ଡ ଘଟିଥିବା ରାୟକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ ଟିକସ ଦେବାରୁ ସମ୍ପୃକ୍ତ କମ୍ପାନୀକୁ ଛାଡ କରିଥିଲେ।

ଖଣ୍ଡପୀଠ କହିଛନ୍ତି ଯେ, ଅଗ୍ନିକାଣ୍ଡ ଆପେଆପେ ହୋଇନାହିଁ। ଉପଯୁକ୍ତ ସମୟରେ ଦମକଳ ବାହିନୀ ଏବଂ ଆବଶ୍ୟକ ଅଗ୍ନିନିର୍ବାପକ ବ୍ୟବସ୍ଥାରା ଉପଯୋଗ ଦ୍ୱାରା ଏଥିରୁ ଦୂରେଇ ରହି ହୋଇଥାନ୍ତା। ୨୦୦୩ ଏପ୍ରିଲ୍‌ ୧୦ରେ ମଧ୍ୟାହ୍ନ ୧୨ଟା ୫୫ରେ ଘଟିଥିବା ଅଗ୍ନିକାଣ୍ଡକୁ ଏହାପର ଦିନ ଅପରାହ୍ନ ୫ଟାରେ କାବୁ କରାଯାଇଥିଲା। ଦୀର୍ଘ ସମୟ ଧରି ନିଆଁ ଜଳୁଥିଲେ ବି ଏହାକୁ ବିଳମ୍ବରେ ନିୟନ୍ତ୍ରଣ କରାଯାଇଥିଲା। ଏକ୍ଷେତ୍ରରେ ହାଇକୋର୍ଟଙ୍କ ଟିପ୍ପଣୀ ଯୁକ୍ତିଯୁୂକ୍ତ ମନେ ହେଉ ନ ଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସମ୍ପୃକ୍ତ କମ୍ପାନୀ ୬.୩୯ କୋଟି ଟଙ୍କାର ଅବକାରୀ ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ରାୟ ବିରୋଧରେ ଅବକାରୀ ବିଭାଗ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri