ହନୋଇର ୯ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବହୁ ମୃତ…

ହନୋଇ,୧୩।୯ : ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହନୋଇର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ୫୦ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାନୋଇର ଥାନ ଜୁଆନ ଜିଲାର ଏକ ଆପାର୍ଟମେଣ୍ଟର ପାର୍କିଂ ଫ୍ଲୋରରେ ମଙ୍ଗଳବାର ରାତି ୧୧ଟା ୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଏହି ଅଗ୍ନି ଶୀଘ୍ର ସମଗ୍ର କୋଠାକୁ ଜାଳି ଦେଇଥିଲା।

ଖୋଙ୍ଗ ହୋ ଛକ ନିକଟରେ ଥିବା ଏକ ସଂକୀର୍ଣ୍ଣ ଗଳିିରେ ବିଲ୍ଡିଂର ଥିବାରୁ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇପଡିଥିଲା।

୨୦୦ ବର୍ଗ ମିଟର ଉପରେ ବିସ୍ତାର ହୋଇଥିବା ବିଲ୍ଡିଂରେ ୧୫୦ ଲୋକ ବାସ କରୁଥିଲେ। କୁହାଯାଉଛି ବୁଧବାର ଭୋର ୫ ଟା ପର୍ଯ୍ୟନ୍ତ ଆପାର୍ଟମେଣ୍ଟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୫୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଅନେକଙ୍କର ମୃତ୍ୟୁ ଘଟିଛି। ଯଦିଓ ପ୍ରକୃତ ମୃତ୍ୟୁ ସଂଖ୍ୟା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।

ଭିଏତନାମର ଏକ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ବୁଧବାର ସକାଳେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଉଦ୍ଧାରକାରୀ ଦଳ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ଏହା ମଧ୍ୟ କୁହାଯାଇଛି ଉଦ୍ଧାରକାରୀଙ୍କୁ ଏହି ବିଲ୍ଡିଂରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ସେ ଶୋଇବା ସମୟରେ ଧୂଆଁ ବାହାରୁଥିଲା। ଯେତେବେଳେ ସେ ବାହାରେ ଚାହିଁଲେ ସେଠାରେ ନିଆଁ ଲାଗିଥିବାର ଦେଖିଥିଲେ। କେତେକ ପରିବାର ସଦସ୍ୟଙ୍କୁ ଦଉଡି ବ୍ୟବହାର କରି ଶୀଘ୍ର ଓହ୍ଲାଇ ଦିଆଯାଇଥିଲା। ଆପାର୍ଟମେଣ୍ଟର ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଜଳୁଥିବାର ଦେଖାଯାଇଛି। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ତୁରନ୍ତ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

ତ୍ରିରଙ୍ଗା ଧରିଲେ ମୋଦି: ପାଦରେ ଚାଲି ଚାଲି ସଂସଦ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୧।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ଏମ୍‌ପିଙ୍କ ସମାବେଶରେ ଭାଷଣ ଦେବା ପୂର୍ବରୁ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ‘ବନ୍ଦେ ମାତରମ’ ଧ୍ୱନି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri