୮ଜଙ୍ଗଲରେ ନିଆଁ

ବାରିପଦା ଅଫିସ, ୨୮।୨-ମୟୂରଭଞ୍ଜ ଜିଲାର ବିଭିନ୍ନ ଜଙ୍ଗଲରେ ଶନିବାର ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଜଙ୍ଗଲ ସଂଲଗ୍ନ ଗ୍ରାମକୁ ନିଆଁ ବ୍ୟାପିବା ପରେ ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୨୦ରେ ଅଗ୍ନିଶମ ବାହିନୀର ଗୋଟିଏ ଦଳ ମୋରଡ଼ା ବ୍ଲକର ଦୁର୍ଗାପୁର ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିଲେ। ୧୧ଟା ୩୩ରେ ବାରିପଦା ସହର ଉପକଣ୍ଠ ମୁନସୀବନ୍ଧ ନିକଟ ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇଥିଲେ ବିଭାଗର ଅନ ଏକ ଦଳ। ଏହାପରେ ଦମକଳ ବାହିନୀ ଖଙ୍ଖାଭଙ୍ଗା, କାଣିମହୁଲୀ, ବେତନଟୀର କୃଷ୍ଣଚନ୍ଦ୍ରପୁର, ବାଁସକାଣ୍ଟିଆ, ବୁଢିଖମାରୀ ଓ ପୁଣି ବୁଢ଼ିଖମାରୀ ଜଙ୍ଗଲରେ ନିଆଁ ଲିଭାଇଥିଲେ। ୪ ଘଣ୍ଟା ମଧ୍ୟରେ ୮ ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା। ସେହିପରି ବେତନଟୀ, ମୋରଡା଼, ରାସଗୋବିନ୍ଦପୁର, ବାଙ୍ଗିରିପୋଷି, ବଡ଼ସାହି, ଖୁଣ୍ଟା ଓ ଗୋପବନ୍ଧୁନଗର ଦମକଳ କେନ୍ଦ୍ରରୁ ମଧ୍ୟ ଅଗ୍ନିଶମ ବାହିନୀ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ମହୁଲ ଫୁଲ ସଂଗ୍ରହକାରୀମାନେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଏପରି ସମସ୍ୟା ଉପୁଜିଥିବା ସ୍ଥାନୀୟ ଗ୍ରାମବାସୀ ଆଶଙ୍କା କରିଛନ୍ତି। ତେବେ ଜଙ୍ଗଲରେ ନିଆଁ ନ ବ୍ୟାପିବା ପାଇଁ ଗ୍ରାମ୍ୟ ବନ ସୁରକ୍ଷା ବାହିନୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ମଧ୍ୟରେ ପଡ଼ିଥିବା ଶୁଖିଲା ପତ୍ରକୁ ଲାଇନିଂ ବା ମଝିରେ ମଝିରେ ପରିଷ୍କାର କରାଯାଇଥାଏ। ବନ ବିଭାଗ ପକ୍ଷରୁ ଏନେଇ ପ୍ରତିବର୍ଷ ପର୍ଯ୍ୟାପ୍ତ ଅନୁଦାନ ଆସୁଥିବା ବେଳେ କାଗଜପତ୍ରରେ ଏହା କାର୍ଯ୍ୟ ହୋଇଥିବା ଦର୍ଶାଯାଇଛି। ମାତ୍ର ଚଳିତବର୍ଷ ଜଙ୍ଗଲରେ ଲାଗୁଥିବା ନିଆଁ ଉକ୍ତ କାର୍ଯ୍ୟ ପ୍ରତିପାଦନ ଉପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri