Posted inଜାତୀୟ

ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ

ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରହିଛି। ଅଗ୍ନିକାଣ୍ଡ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳି ନ ଥିଲେ ମଧ୍ୟ କରୋନା ଟିକା ପ୍ରସ୍ତୁତ କରାଯାଉଥିବା ଅଞ୍ଚଳ ସୁରକ୍ଷିତ ରହିଥିବା କୁହାଯାଉଛି। ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହାର ନିର୍ମାଣରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ଟିକା ପ୍ରସ୍ତୁତ ହେଉ ନ ଥିଲା। ସମ୍ପ୍ରତି ସେରମ୍‌ ଇନଷ୍ଟିଚ୍ୟୁଟରେ ଅନ୍ୟ ୫ଟି କରୋନା ଟିକା ପ୍ରସ୍ତୁତି ଉପରେ କାର୍ଯ୍ୟ ଜାରି ରହିଛି। ୪ଟି ଟିକାକୁ ଖୁବ୍‌ ଶୀଘ୍ର ଜରୁରିକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ମିଳିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ କେରଳରେ ଭାଜପା ପାଇଁ ଯାଗା ନାହିଁ ’

ଥିରୁଭାନ୍ଥପୁରମ,୨।୫ : କେରଳରେ ଭାଜପା ପାଇଁ ଯାଗା ନାହିଁ। ଆମ ରାଜ୍ୟ କଦାପି ସାମ୍ପ୍ରଦାୟିକତା ଓ ଧାର୍ମିକ ବିଭେଦକୁ ଗ୍ରହଣ କରିବ ନାହିଁ। ୟୁଡିଏଫ୍‌ର କ୍ରସ...

ଡେଙ୍ଗୁ ବିରୋଧରେ ଲଢ଼େଇ, ସରକାର ଜାରି କଲେ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ…

ନୂଆଦିଲ୍ଲୀ,୨୨।୯: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଡେଙ୍ଗୁ ବିରୋଧୀ ଲଢେଇକୁ...

ଯୋଗୀ କ୍ୟାବିନେଟର ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମ୍‌ରେ ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ...

ଆସାମ ବନ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ

ଗୁଆହାଟି,୧୩।୭: ଗତ ମେ’ ମାସରୁ ଆସାମରେ ବର୍ଷା ଲାଗି ରହିଥିବା ବେଳେ ଏବେ ସୁଦ୍ଧା ପାଖାପାଖି ୨୧ ଟି ଜିଲାର ୮ ଲକ୍ଷ ଲୋକ ବନ୍ୟା...

ସୁପ୍ରିମକୋର୍ଟ ଗଲା ବିକେୟୁ

ନୂଆଦିଲ୍ଲୀ, ୧୭।୧(ପି.ଟି.): ବିବାଦୀୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ...

ଓଡ଼ିଶାରେ ୬୪ ଜୀବନ ନେଇଛି ଫନୀ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ବାତ୍ୟା ‘ଫନୀ’ ଯୋଗୁ ଓଡ଼ିଶା ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଏଥିରେ ୬୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଯାଇଛି।...

କରୋନାରେ ବିଚାରପତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୦ା୪: କରୋନାରେ ସଂକ୍ରମିତ ହୋଇଥିବା ଦିଲ୍ଲୀର ଜଣେ ଜିଲା ଜଜ୍‌ କୋବଇ ବେଣୁଗୋପାଳ(୪୭)ଙ୍କ ସୋମବାର ଏକ ସରକାର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସପ୍ତାହେ ପୂର୍ବରୁ...

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ, ୨୫ା୩ : କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

Advertisement
Archives

Model This Week