Posted inଜାତୀୟ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ନିଆଁ…

ନୂଆଦିଲ୍ଲୀ, ୮।୬ : ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟାଳୟରେ ନିଆଁ ଲାଗିଯାଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଳମ୍ବିତ ରାତ୍ର ୧୨ଟା ୧୮ରେ କାର୍ଯ୍ୟାଳୟର ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପରେ ୭ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଟେଲିଫୋନ ଏକ୍ସଚେଞ୍ଜ୍‌ର କାର୍ଯ୍ୟାଳୟର ରୁମ୍‌ ନମ୍ବର ୮୨-ଏ ଏବଂ ୮୨-ବି ରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ତେବେ ଅତ୍ୟଧିକ ଗରମ ପଡ଼ିଥିବାରୁ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦିଲ୍ଲୀ ପୋଲିସର ଟିମ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ଆୟ କରୁଛନ୍ତି ହଜାରେ କୋଟି

ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି...

ସକ୍ରିୟ ମାମଲା ୮୮ ହଜାର ତଳେ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୪ ଦିନ ଧରି...

ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ

ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ...

ହୁଓ୍ବେଇ ଉପରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍‌ ଟେଲିକମ୍‌ କମ୍ପାନୀ ହୁଓ୍ବେଇର...

ପ୍ରବାସୀଙ୍କୁ ପର କରିଦେଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୩: ବିଦେଶରେ ରହୁଥିବା ଭାରତର ନାଗରିକ(ଓସିଆଇ)ମାନଙ୍କୁ ଚକିତ କରିଦେବା ଭଳି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ନାଗରିକତ୍ୱ ଆଇନ, ୧୯୫୫ ଧାରା...

ରାଜଧାନୀରେ ଗାଡ଼ି ଚଳାଇବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ!

ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ବଢି ଯାଇଛି । ଏହାକୁ ଦେଖି ବୁଧବାର ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ରାଜଧାନୀରେ ଗାଡ଼ି...

ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ଜେଲରେ, ଜଣଙ୍କୁ ରାଷ୍ଟ୍ରପତିଙ୍କଠାରୁ ମିଳିଛି ସମ୍ମାନ

ନୂଆଦିଲ୍ଲୀ,୨୭ ।୧୦: କତରି ଏମିରି ନୌସେନାକୁ ପ୍ରଶିକ୍ଷଣ ଓ ଅନ୍ୟ ସେବା ପ୍ରଦାନ କରୁଥିବା କମ୍ପାନୀ ସହ କତରରେ କାମ କରୁଥିବା ୮ ପୂର୍ବତନ ଭାରତୀୟ...

ଯୋଗୀ ଦେଖିବେ ବିକାଶ କାର୍ଯ୍ୟ: ହଠାତ୍‌ ଯେ କୌଣସି ଜିଲାରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଲକ୍ଷ୍ନୌ,୧୦।୩ : ଚଳିତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ୩ ବର୍ଷର ଶାସନ ପୂରା କରିବେ। ଇତିମଧ୍ୟରେ ରାଜ୍ୟରେ ବିକାଶ ଯୋଜନା ଉପରେ...

Advertisement
Archives

Model This Week