ଓଡ଼ିଶା ହୋମ୍ସର ନିର୍ଦ୍ଦେଶକଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର୍‌

ଭୁବନେଶ୍ୱର ୨୪ା୯(ବ୍ୟୁରୋ): ଫ୍ଲାଟ୍‌ ଦେବା ଆଳରେ ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏକାଧିକ ଲୋକଙ୍କଠାରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତକୁ ଜୋରଦାର କରିଛି। ଫେରାର ଥିବା ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହୋଇଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରି ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରିଛି। ଏଥିସହ ଅଭିଯୁକ୍ତ ମନୋଜଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସକୁ କୁହାଯିବା ସହ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ଯୋଗାଯୋଗ ମଧ୍ୟ କରାଯାଉଛି। ଏହି ମାମଲାରେ ପୂର୍ବରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାମନ୍ତରା ଗତ ଅଗଷ୍ଟ ୨୪ରୁ ଗିରଫ ହୋଇ ଜେଲରେ ଅଛନ୍ତି। ଗିରଫଦାରି ଭୟରେ ମନୋଜଙ୍କ ସହ ଅନ୍ୟତମ ନିର୍ଦ୍ଦେଶକ ସରୋଜ ପଣ୍ଡା ମଧ୍ୟ ଫେରାର ଅଛନ୍ତି। ତେଣୁ ଉଭୟଙ୍କ ବିଷୟରେ ସୂଚନା ଦେବାକୁ ଇଓଡବ୍ଲ୍ୟୁ ଶୁକ୍ରବାର ଏକ ମୋବାଇଲ ନଂ. ୮୮୯୫୩୦୧୫୩୯ ଜାରି କରିବା ସହ ପୁରସ୍କାର ଘୋଷଣା କରିଛି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ରଞ୍ଜନ କୁମାର ମହାପାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ନିକଟ ସାମପୁର ମୌଜାରେ ୬୫ ଲକ୍ଷ ଟଙ୍କା ମୂଲ୍ୟର ଏକ ୩ ବିଏଚ୍‌କେ ଫ୍ଲାଟ୍‌ କିଣିବାକୁ ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡର ‘ଗଣପତି ହୋମ୍ସ’ ପ୍ରକଳ୍ପରେ ବୁକ୍‌ କରିଥିଲେ। ୨୦୧୬ ଜାନୁୟାରୀ ୨୨ରେ ଏନେଇ ଏକ ଚୁକ୍ତିନାମା ହୋଇଥିଲା। ୨୦୧୮ ଜୁନ୍‌ ଶେଷ ସୁଦ୍ଧା ଫ୍ଲାଟ୍‌ ହସ୍ତାନ୍ତର ହେବାର ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ସଂସ୍ଥା କୌଣସି ଫ୍ଲାଟ ଦେଇ ନ ଥିଲା। ଏପରି କି ଟଙ୍କା ଫେରସ୍ତ କରି ନ ଥିଲେ କି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକମାନେ ଧରାଛୁଅଁା ଦେଇ ନ ଥିଲେ। ଠକେଇର ଶିକାର ହେବା ଜାଣି ରଞ୍ଜନ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଗତ ଅଗଷ୍ଟ ୨୩ରେ ଏକ ମାମଲା (ନଂ.୧୪/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା, ୨୦୧୩ରୁ ୨୦୧୬ ମଧ୍ୟରେ ଅଭିଯୁକ୍ତମାନେ ବିଭିନ୍ନ ପ୍ରକଳ୍ପରେ ଫ୍ଲାଟ ଯୋଗାଇଦେବାକୁ ଆପରାଧିକ ଯୋଜନା କରିଥିଲେ। ସେମାନେ ୪୨ ଜଣଙ୍କଠାରୁ ପ୍ରାୟ ୨୦ କୋଟି ଟଙ୍କା ଠକିଥିବା ଜଣାପଡ଼ିଥିଲା। ଏମାନଙ୍କ ବ୍ୟତୀତ ଆହୁରି ଅନେକଙ୍କଠାରୁ ଅଭିଯୁକ୍ତମାନେ ଫ୍ଲାଟ୍‌ ଦେବା ଆଳରେ ବହୁ ଟଙ୍କା ଠକେଇ କରିଥିବା ଇଓଡବ୍ଲ୍ୟୁ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri