ସରିଲା ଖଣ୍ଡଗିରି କୁମ୍ଭମେଳା:ଆଉ ୫ଦିନ ଅପେରା, ମିନାବଜାର

ଭୁବନେଶ୍ୱର,୬।୨ (ବ୍ୟୁରୋ):ଗତ ୯ଦିନ ଧରି ଖଣ୍ଡଗିରି ପାହାଡ଼ରେ ଚାଲିଥିବା କୁମ୍ଭମେଳା ରବିବାର ଅଗ୍ନି ଉସତ୍ବ ସହ ଶେଷ ହୋଇଛି। ଅନନ୍ତ ଗୁମ୍ପା ସମ୍ମୁଖରେ ଚାଲିଥିତ୍ବା ମହାଯଜ୍ଞରେ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ରବିବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଖଣ୍ଡଗିରିରେ ପହଞ୍ଚତ୍ଥିଲେ। ସାରା ଦେଶରୁ ଏଠାକୁ ଆସିଥିବା ସାଧୁ ସନ୍ନ୍ୟାସୀ ବିଦାୟ ନେବା ପୂର୍ବରୁ ସେମାନଙ୍କ ଦର୍ଶନ ତଥା ଆଶୀର୍ବାଦ ନେବା ପାଇଁ ପ୍ରବଳ ଭିଡ଼ ଜମିଥିତ୍ଲା। ଲମ୍ବା ଧାଡ଼ିରେ ଅପେକ୍ଷା କରି ଲୋକମାନେ ସ୍ବାସ୍ଥ୍ୟଗତ, ଆର୍ଥିକ, ବ୍ୟବସାୟିକ ଓ ପାରିବାରିକ ସମସ୍ୟା ସମ୍ପର୍କରେ ପରାମର୍ଶ ନେଇଥିଲେ। ଦିନସାରା ଏପରି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଅଗ୍ନି ଉସତ୍ବ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉସତ୍ାହ ପ୍ରକାଶ ପାଇଥିଲା। ସେହିପରି ୯ଦିନ ଧରି ବାରଭୂଜା ପୀଠସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ନବାହ୍ନ ପାରାୟଣ ଉଦଯାପିତ ହେବା ସହ ରାମାଭିଷେକ ଅନୁଷ୍ଠିତ ହୋଇଥିଲା। ମହାଯଜ୍ଞ ପୂର୍ଣ୍ଣାହୂତି ପାଇଁ ହଜାର ହଜାର ସଂଖ୍ୟାରେ ନଡ଼ିଆ ଦାନ କରିଥିଲେ। ରାତିରେ ହିଁ ଅନେକ ସାଧୁ ସନ୍ନ୍ୟାସୀ ଖଣ୍ଡଗିରି ପୀଠରୁ ବାହୁଡ଼ିଯାଇଥିଲେ। ଭିଡ଼ ମୁକାବିଲା ପାଇଁ ପୋଲିସ୍‌ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା।
କୁମ୍ଭମେଳା ସରିଥିଲେ ମଧ୍ୟ ଆଉ ୫ଦିନ ଅପେରା ଦେଖାସହ ମୀନାବଜାର ବୁଲା ଜମିବ। ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମର ଜାରି ଥିବାବେଳେ ରବିବାର କୋଣାର୍କ ଗଣନାଟ୍ୟ ଓ ଯାତ୍ରା ସ୍ବର୍ଣ୍ଣମହଲ ସାମିଲ ହୋଇଛି। ପ୍ରଥମ ରାତିରେ କୋଣାର୍କ ଗଣନାଟ୍ୟ ପକ୍ଷରୁ ନାଟକ ‘ତୋ ବିନା ମୁଁ ଅଧା ଅଧା’ ଦର୍ଶକଙ୍କୁ ପ୍ରଶଂସା ସାଉଁଟିଥିଲା। ଯାତ୍ରା ସ୍ବର୍ଣ୍ଣମହଲରେ ‘ହାଟ ବସେଇଛି ହଟ ନାଗରୀ’ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଥିଲା। ତେବେ ଯାତ୍ରା ସ୍ବର୍ଣ୍ଣମନ୍ଦିର, ଅପେରା ସାଇ ସମ୍ରାଟ ଦ୍ୱିତୀୟ ଦିନରେ ମଧ୍ୟ ନାଟକ ଦୋହରାଇଥିଲା। ଯାତ୍ରା ରଙ୍ଗମହଲରେ ୫ ରାତି ସମାନ ନାଟକ ‘ଚାଲିବା ଆଗରୁ ବାଟ ସରିଲା’ ପରିବେଷଣ ହେଉଥିଲେ ମଧ୍ୟ ଦର୍ଶକଙ୍କ ଭିଡ଼ କମୁନାହିଁ। ଶିବାନୀ ଗଣନାଟ୍ୟରେ ମଧ୍ୟ ପୁଣିଥରେ ସମାନ ନାଟକ
‘ଆଖି ତୋର ଲୁହ ମୋର’ ଦର୍ଶକଙ୍କ ଆଖିରେ ଲୁହ ଭରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri