ହେଲ୍‌ମେଟ ନ ପିନ୍ଧି ୪୪ ଲକ୍ଷ ତଣ୍ଡ ଦେଇଛନ୍ତି ଅମାନିଆ

ବ୍ରହ୍ମପୁର ଅଫିସ,୯।୫: ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ବିଶେଷକରି ହେଲମେଟ୍‌ ଧରପଗଡ଼ ଅଭିଯାନ ଜୋରଦାର ଚାଲିଛି। ହେଲମେଟ ପିନ୍ଧୁ ନ ଥିବା ଅମାନିଆଙ୍କଠାରୁ ଆଉ ୫ଶହ ନୁହେଁ ସଂଶୋଧିତ ନିୟମ ଅନୁସାରେ ୧ହଜାର ଟଙ୍କା ଜରିମାନା ଆଦାୟ କରିବା ବ୍ୟବସ୍ଥା କରାଯାଇଛି। ଏପରିକି ହେଲମେଟ୍‌ ନ ପିନ୍ଧିଲେ ୩ ମାସ ପର୍ଯ୍ୟନ୍ତ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ରଦ୍ଦ କରିବା ପାଇଁ ପୋଲିସ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ସୁପାରିସ୍‌ କରିବ ବୋଲି ନିୟମ କରାଯାଇଛି। ଗତ ଏପ୍ରିଲ ମାସରେ ବ୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୪୬ ଲକ୍ଷ ୪୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏହି ଜରିମାନା ମାନୁଆଲ୍‌ ଏବଂ ଇ-ଚାଲାନ୍‌ରେ ମୋଟ ୪୮୧୭ ଅମାନିଆ ଗାଡି ଚାଳକଙ୍କ ଉପରେ ଧାର୍ଯ୍ୟ ହୋଇଛି ବୋଲି ଟ୍ରାଫିକ୍‌ ଥାନାଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ହେଲମେଟ ନ ପିନ୍ଧିବା ଅଭିଯୋଗରେ ସହରବାସୀ ସର୍ବାଧିକ ୪୪ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଗଣିଛନ୍ତି। ସେହିପରି ରାସ୍ତାରେ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା, ଟ୍ରିପଲ ରାଇଡିଂ ଆଦିି ନିୟମ ପାଳନ କରୁନଥିବା ଚାଳକଙ୍କ ଠାରୁ ୨ ଲକ୍ଷ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
୧୬୨ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆରଟିଓଙ୍କୁ ସୁପାରିସ କରାଯାଇଥିବା ଥାନାଧିକାରୀ ବେହେରା ସୂଚନା ଦେଇଛନ୍ତି। ଏପରି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ହେଲମେଟ୍‌ ପିନ୍ଧି, ଟ୍ରାଫିକ୍‌ ନିୟମ ପାଳନ କରିବା ସହ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି।
ବ୍ରହ୍ମପୁର ସହରର ବିଭିନ୍ନ ଛକରେ ଲାଗିଥିବା ସମନ୍ବିତ ଟ୍ରାଫିକ ପରିଚାଳନା ସିଷ୍ଟମ (ଆଇଟିଏମ୍‌ଏସ୍‌)ର ସିସି କ୍ୟାମେରାରେ ଯେଉଁମାନେ ଧରା ପଡ଼ୁଥିଲେ ସେମାନଙ୍କ ମୋବାଇଲକୁ ଇ-ଚାଲାନ୍‌ ପଠାଯାଉଥିଲା। ଏବେ ଏହାକୁ ଆହୁରି କଡ଼ାକଡ଼ି ପାଳନ କରାଯାଇଛି। ଆଇଟିଏମଏସ ବ୍ୟବସ୍ଥା ସହିତ ପୋଲିସ ସହରର ବିଭିନ୍ନ ଛକରେ ଜଗି ରହି ହେଲମେଟ୍‌ ଯାଞ୍ଚ କରୁଛି। କେତେଜଣ ଅମାନିଆ ଏବେ ବି ସୁଧୁରୁ ନାହାନ୍ତି। ଯେଉଁମାନେ କି ପୋଲିସ ହାତରେ ଧରାପଡ଼ି ଜରିମାନା ଗଣୁଛନ୍ତି। ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧ ତାରିଖରୁ ବ୍ରହ୍ମପୁର ମହାନଗରରେ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ମହାନଗରରେ ୩ କୋଟି ୭୨ଲକ୍ଷ ଟଙ୍କା ବ୍ୟୟରେ କାନାଡ଼ା ବୈଷୟିକ ଜ୍ଞାନକୌଶଳକୁ ଅବଲମ୍ବନ କରି ଆଇଟିଏମ୍‌ଏସ୍‌କୁ କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ବିପର୍ଯ୍ୟସ୍ତ ଟ୍ରାଫିକରେ ସୁଧାର ଆଣିବା ସହ ସିସି କ୍ୟାମେରା ଜରିଆରେ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ଟାଟାବେଞ୍ଜ ଛକ, କମାପଲ୍ଲୀ, କୋର୍ଟପେଟା ଛକ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ ଛକ ଓ ଗେଟବଜାର ଛକରେ ଏହା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ଅତିରିକ୍ତ ୧୦୦ଟି ସିସି କ୍ୟାମେରା ଖଞ୍ଜାଯାଇଛି ବୋଲି ଟ୍ରାଫିକ୍‌ ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?