Posted inଜାତୀୟ

ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…

ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ ଗୁଜୁରାଟର ବନାସକାଣ୍ଠା ଜିଲାର ଏକ ଗାଁରୁ ଏକ ଖବର ଆସିଛି, ଯାହା ବେଶ୍‌ ଚିନ୍ତା ଜନକ।

ମୁସଲିମ ଫେରିବାଲାଙ୍କ ଠାରୁ ସାମଗ୍ରୀ ନ କିଣିବାକୁ ବନାସକାଣ୍ଠାର ଓ୍ବାଘାସାନ ଗ୍ରାମ ପଞ୍ଚାୟତ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଗ୍ରାମ ପଞ୍ଚାୟତର ଲେଟର ପ୍ୟାଡରେ ଏକ ଅପିଲ କରାଯାଇଛି। ଏହା ସହିତ ଏହା ମଧ୍ୟ ଲେଖାଯାଇଛି ଯେ ଯିଏ ଏହି ନିୟମ ଭାଙ୍ଗିବ ତାଙ୍କୁ ୫୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦିଓ ସ୍ଥାନୀୟ ପ୍ରଶାସନ ଏହି ଲେଟର ପ୍ୟାଡକୁ ନକଲି ବୋଲି କହିଛି। ଏପରି ରିପୋର୍ଟ ଭୁଲ ବୋଲି ଲୋକଙ୍କୁ କୁହାଯାଇଛି। ଏଥିପ୍ରତି ସେମାନଙ୍କୁ ବିଶ୍ୱାସ ନ କରିବାକୁ କୁହାଯାଇଛି। ଏହି ପ୍ରସଙ୍ଗରେ ବନାସକାଣ୍ଠା ପ୍ରଶାସନର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ପ୍ରଶାସନ ତରଫରୁ କୁହାଯାଇଛି ଯେ ଓ୍ବାଘାସାନ ଗ୍ରାମ ପଞ୍ଚାୟତର ଲେଟର ହେଡରେ ଦିଆଯାଇଥିବା ନିର୍ଦ୍ଦେଶ ଅଧିକାରିକ ନୁହେଁ। ନ୍ୟୁଜ ଏଜେନ୍ସି ଅନୁଯାୟୀ ଜିଲା ଉନ୍ନୟନ ଅଧିକାରୀ ସ୍ବପ୍ନିଲ ଖେର କହିଛନ୍ତି ଯେ ଗ୍ରାମ ପଞ୍ଚାୟତର ଲେଟର ପ୍ୟାଡରେ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ପାଖରେ ଏପରି କରିବାର ଅଧିକାର ନାହିଁ, କାରଣ ଏହି ପଞ୍ଚାୟତ ବର୍ତ୍ତମାନ ଜଣେ ପ୍ରଶାସକଙ୍କ ଅଧୀନରେ ଅଛି ଏବଂ ସରପଞ୍ଚ ପଦ ପାଇଁ ନିର୍ବାଚନ ଖୁବ୍‌ ଶୀଘ୍ର ଅନୁଷ୍ଠିତ ହେବ। ପ୍ରଶାସକ ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ ଜାରି କରାଯାଇଥିବା ଚିଠି ଭିତ୍ତିହୀନ ଏବଂ ଏହାକୁ କେହି ଅନୁସରଣ କରିବା ଅନୁଚିତ। ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜୁନ ୩୦ ରେ ଜାରି କରାଯାଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ ଉଦୟପୁରରେ ଟେଲରଙ୍କ ହତ୍ୟା ପରେ ଓ୍ବାଘାସାନ ଗାଁର ଦୋକାନୀମାନଙ୍କୁ ମୁସଲମାନ ସମ୍ପ୍ରଦାୟ ବିରୋଧରେ କାର୍ଯ୍ୟ କରିବାକୁ କୁହାଯାଇଛି। ଫେରିବାଲାଙ୍କ ଠାରୁ ସାମଗ୍ରୀ କିଣିବାକୁ ବାରଣ କରାଯାଇଛି। ଏଥିରେ ପୂର୍ବତନ ସରପଞ୍ଚ ମାଫିବେନ ପଟେଲଙ୍କ ଦସ୍ତଖତ ଏବଂ ଷ୍ଟାମ୍ପ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନର ନଜରକୁ ଆସିଥିବା ଏହି ଚିଠିରେ କୁହାଯାଇଛି ଯେ ଯଦି କୌଣସି ଦୋକାନୀ ମୁସଲମାନ ବ୍ୟବସାୟୀଙ୍କଠାରୁ ସାମଗ୍ରୀ ନେଉଥିବାର ଦେଖାଯାଏ, ତେବେ ତାଙ୍କୁ ୫୧୦୦ ଟଙ୍କା ଜରିମାନା କରାଯିବ । ଏହି ଟଙ୍କା ଗାଁ ଗୋଶାଳା ପାଇଁ ଖର୍ଚ୍ଚ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?