Posted inଜାତୀୟ

ଜାଣନ୍ତୁ କେଉଁ ପ୍ରକାର ବାଣ ଫୁଟାଇବାରେ ସୁପ୍ରିମକୋର୍ଟ ଲଗାଇଛନ୍ତି ପ୍ରତିବନ୍ଧକ

ନୂଆଦିଲ୍ଲୀ,୯।୧୧: ଏବେ ଦୀପାବଳି ପାଇଁ ଆଉ ଦୁଇ ଦିନ ବାକି ଅଛି। ଏହି ପର୍ବ ସମଗ୍ର ଦେଶରେ ଖୁବ ଧୁମଧାମରେ ପାଳନ କରାଯାଏ। ଆଲୋକର ଏହି ପର୍ବରେ ଲୋକମାନେ ଫାୟାର୍‌ କ୍ରାକର ଜାଳି ବା ବାଣ ଫୁଟାଇ ଉତ୍ସବ ପାଳନ କରିଥାଆନ୍ତି। ତେବେ ଦିଲ୍ଲୀ ଏନସିଆର, ମୁମ୍ବାଇ ପରି ଅନେକ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ହେତୁ ଏଥର ଦୀପାବଳି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ନିଷ୍ପତ୍ତିରେ ଫାୟାରଫ୍ରାକର ଜାଳିବା ଉପରେ ନିଷେଧାଦେଶ ଦିଆଯାଇଛି।
ଗତ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ବାରିୟମ ଯୁକ୍ତ ଫାୟାରକ୍ରାକର ଉପରେ ନିଷେଧାଦେଶ ଜାରି କରିଛନ୍ତି। ବାରିୟମ ଧାରଣ କରିଥିବା ଫାୟାରକ୍ରାକର ଉପରେ ନିଷେଧାଦେଶ ଦେଇଥିବା ଆଦେଶ ପ୍ରତ୍ୟେକ ରାଜ୍ୟ ପାଇଁ ପ୍ରଯୁଜ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା କେବଳ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୀମିତ ନୁହେଁ।
ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାରାଧୀନଥିବା ଆବେଦନପତ୍ରରେ ଦାଖଲ ହୋଇଥିବା ଏକ ହସ୍ତକ୍ଷେପ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ। ଦୀପାବଳି ଏବଂ ବିବାହ ସମୟରେ ଉଦୟପୁର ସହରରେ ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ଥାନ ସରକାରଙ୍କୁ ଆବେଦନ କରାଯାଇଥିଲା। ଏହା ଶୁଣି ଜଷ୍ଟିସ ଏସ ବୋପାନ୍ନା ଏବଂ ଜଷ୍ଟିସ ଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ରାଜସ୍ଥାନ ସରକାରଙ୍କୁ ଦୀପାବଳି ସମୟରେ ବାଣ ଫୁଟାଇବାର ପୂର୍ବ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ।
ବାଣ ଫୁଟିବାର କ୍ଷତିକାରକ ପ୍ରଭାବ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ଜରୁରୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଡମ୍ବନାର ବିଷୟ ଯେ ଆଜିକାଲି ପିଲାମାନେ ଅଧିକ ବାଣ ଫୁଟାଉ ନ ଥିବା ବେଳେ ବରଂ ବୟସ୍କମାନେ ଅଧିକ ବାଣ ଫୁଟାଉଥିବା ଦେଖାଯାଇଛି। ଏକ ଭୁଲ ଧାରଣା ଅଛି ଯେ ପ୍ରଦୂଷଣ ଏବଂ ପରିବେଶ ସୁରକ୍ଷା ବିଷୟରେ ଏହା କେବଳ କୋର୍ଟର କର୍ତ୍ତବ୍ୟ। ଏଥିରେ ଜନତାଙ୍କୁ ଆଗକୁ ଆସିବାକୁ ପଡିବ। ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ପରିଚାଳନା କରିବା ସମସ୍ତଙ୍କ କାମ।
ଅକ୍ଟୋବର ୨୦୨୧ର ନିର୍ଦ୍ଦେଶରେ କୋର୍ଟ ସବୁଜ କ୍ରାକର ଫୁଟାଇବାକୁ ଅନୁମତି ଦେଇଥିଲେ। ସବୁଜ କ୍ରାକରଗୁଡିକ ଏପରି କ୍ରାକର ଯାହା କ୍ଷତିକାରକ ରାସାୟନିକ ପଦାର୍ଥ ଧାରଣ କରେ ନାହିଁ। ବିପଜ୍ଜନକ ଉପାଦାନ ବଦଳରେ, ସବୁଜ କ୍ରାକରଗୁଡ଼ିକରେ ଉପାଦାନ ଥାଏ ଯାହାକି କମ ବିପଜ୍ଜନକ ଏବଂ ପରିବେଶ ପାଇଁ କମ କ୍ଷତିକାରକ। ଏହି କ୍ରାକରଗୁଡିକ କମ କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ କରେ ଏବଂ ଜଳୀୟ ବାଷ୍ପ ମଧ୍ୟ ଛାଡିଥାଏ, ଯାହା ଧୂଳି ଦମନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ; ଏବେ ଗାଳି ଦେବା ବନ୍ଦ କରିଦେଲେ, କେତେ ମାଲ୍‌ ଦେଇଛନ୍ତି ଅମ୍ବାନୀ-ଆଦାନୀ

ନୂଆଦିଲ୍ଲୀ,୮।୫: ତେଲେଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଉପରେ ବର୍ଷିଛନ୍ତି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଲେ ଏମ୍‌ପି ପ୍ରାର୍ଥୀ, କହିଲେ ହାତକୁ ଦେବ, ଫୁଲକୁ ଦେଲେ ଏମିତି ହେବ

ହାଇଦ୍ରାବାଦ,୮।୫: ତେଲଙ୍ଗାନାରେ କଂଗ୍ରେସ ଏମ୍‌ପି ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ରେଡ୍ଡୀ ନିର୍ବାଚନୀ ପ୍ରଚାର ଜଣେ ବୃଦ୍ଧ ମହିଳାଙ୍କୁ...

ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ

ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ...

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ...

ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ

କୋଝିକୋଡ୍‌,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍‌, କୋଝିକୋଡ୍‌ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri