Posted inଜାତୀୟ

ଜାଣନ୍ତୁ କେଉଁ ପ୍ରକାର ବାଣ ଫୁଟାଇବାରେ ସୁପ୍ରିମକୋର୍ଟ ଲଗାଇଛନ୍ତି ପ୍ରତିବନ୍ଧକ

ନୂଆଦିଲ୍ଲୀ,୯।୧୧: ଏବେ ଦୀପାବଳି ପାଇଁ ଆଉ ଦୁଇ ଦିନ ବାକି ଅଛି। ଏହି ପର୍ବ ସମଗ୍ର ଦେଶରେ ଖୁବ ଧୁମଧାମରେ ପାଳନ କରାଯାଏ। ଆଲୋକର ଏହି ପର୍ବରେ ଲୋକମାନେ ଫାୟାର୍‌ କ୍ରାକର ଜାଳି ବା ବାଣ ଫୁଟାଇ ଉତ୍ସବ ପାଳନ କରିଥାଆନ୍ତି। ତେବେ ଦିଲ୍ଲୀ ଏନସିଆର, ମୁମ୍ବାଇ ପରି ଅନେକ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ହେତୁ ଏଥର ଦୀପାବଳି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ନିଷ୍ପତ୍ତିରେ ଫାୟାରଫ୍ରାକର ଜାଳିବା ଉପରେ ନିଷେଧାଦେଶ ଦିଆଯାଇଛି।
ଗତ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ବାରିୟମ ଯୁକ୍ତ ଫାୟାରକ୍ରାକର ଉପରେ ନିଷେଧାଦେଶ ଜାରି କରିଛନ୍ତି। ବାରିୟମ ଧାରଣ କରିଥିବା ଫାୟାରକ୍ରାକର ଉପରେ ନିଷେଧାଦେଶ ଦେଇଥିବା ଆଦେଶ ପ୍ରତ୍ୟେକ ରାଜ୍ୟ ପାଇଁ ପ୍ରଯୁଜ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା କେବଳ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୀମିତ ନୁହେଁ।
ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାରାଧୀନଥିବା ଆବେଦନପତ୍ରରେ ଦାଖଲ ହୋଇଥିବା ଏକ ହସ୍ତକ୍ଷେପ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ। ଦୀପାବଳି ଏବଂ ବିବାହ ସମୟରେ ଉଦୟପୁର ସହରରେ ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ଥାନ ସରକାରଙ୍କୁ ଆବେଦନ କରାଯାଇଥିଲା। ଏହା ଶୁଣି ଜଷ୍ଟିସ ଏସ ବୋପାନ୍ନା ଏବଂ ଜଷ୍ଟିସ ଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ରାଜସ୍ଥାନ ସରକାରଙ୍କୁ ଦୀପାବଳି ସମୟରେ ବାଣ ଫୁଟାଇବାର ପୂର୍ବ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ।
ବାଣ ଫୁଟିବାର କ୍ଷତିକାରକ ପ୍ରଭାବ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ଜରୁରୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଡମ୍ବନାର ବିଷୟ ଯେ ଆଜିକାଲି ପିଲାମାନେ ଅଧିକ ବାଣ ଫୁଟାଉ ନ ଥିବା ବେଳେ ବରଂ ବୟସ୍କମାନେ ଅଧିକ ବାଣ ଫୁଟାଉଥିବା ଦେଖାଯାଇଛି। ଏକ ଭୁଲ ଧାରଣା ଅଛି ଯେ ପ୍ରଦୂଷଣ ଏବଂ ପରିବେଶ ସୁରକ୍ଷା ବିଷୟରେ ଏହା କେବଳ କୋର୍ଟର କର୍ତ୍ତବ୍ୟ। ଏଥିରେ ଜନତାଙ୍କୁ ଆଗକୁ ଆସିବାକୁ ପଡିବ। ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ପରିଚାଳନା କରିବା ସମସ୍ତଙ୍କ କାମ।
ଅକ୍ଟୋବର ୨୦୨୧ର ନିର୍ଦ୍ଦେଶରେ କୋର୍ଟ ସବୁଜ କ୍ରାକର ଫୁଟାଇବାକୁ ଅନୁମତି ଦେଇଥିଲେ। ସବୁଜ କ୍ରାକରଗୁଡିକ ଏପରି କ୍ରାକର ଯାହା କ୍ଷତିକାରକ ରାସାୟନିକ ପଦାର୍ଥ ଧାରଣ କରେ ନାହିଁ। ବିପଜ୍ଜନକ ଉପାଦାନ ବଦଳରେ, ସବୁଜ କ୍ରାକରଗୁଡ଼ିକରେ ଉପାଦାନ ଥାଏ ଯାହାକି କମ ବିପଜ୍ଜନକ ଏବଂ ପରିବେଶ ପାଇଁ କମ କ୍ଷତିକାରକ। ଏହି କ୍ରାକରଗୁଡିକ କମ କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ କରେ ଏବଂ ଜଳୀୟ ବାଷ୍ପ ମଧ୍ୟ ଛାଡିଥାଏ, ଯାହା ଧୂଳି ଦମନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri