ବାତ୍ୟା ମୁକାବିଲା ଲାଗି କ’ଣ ହୋଇଛି ପ୍ରସ୍ତୁତି ଜାଣନ୍ତୁ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ଜିଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ବର୍ତ୍ତମାନ କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି। କୃଷକମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ ବୋଲି ଅନୁରୋଧ କରାଯାଇଛି। ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌ ସଫା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।
ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନ୍‌ଜିଓମାନଙ୍କ ସହଯୋଗ ଲୋଡ଼ାଯାଇଛି। ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥାମାନଙ୍କ ସହ ଆଲୋଚନା କରାଯାଇଛି। ସେଥିପାଇଁ ଶିଳ୍ପ ବିଭାଗ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। କୋଭିଡ୍‌ କେୟାର ସେଣ୍ଟର ଓ ଜିଲା କୋଭିଡ୍‌ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଦ୍‌ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି। ଜିଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନ ଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି।
ବାତ୍ୟା ଆସିବା ପୂର୍ବରୁ ଆଶ୍ରୟ ସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି। ଆଶ୍ରୟ ସ୍ଥଳିରେ ମାସ୍କ ପିନ୍ଧିବା ସହ ଓ ରାପିଡ୍‌ ରେସ୍‌ପନ୍ସ ଟିମ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ସଂକ୍ରମିତ ଥିଲେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଏସ୍‌ଆରସି କହିଛନ୍ତି। ପ୍ରସ୍ତୁତ ଥିବା ୧୭ଟି ଏନ୍‌ଡିଆର୍‌ଏଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତାକାଲି ବିଭିନ୍ନ ଜିଲାକୁ ପଠାଯିବ। ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ଗତ ୧୨ ତାରିଖରେ ଉଗ୍ର ରୂପ ନେଇ କୋର୍ଟ ଭିତରେ...

୨ ବର୍ଷରେ କାର୍ଯ୍ୟକ୍ଷମ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ ଅଫିସ, ୩୦ା୧୦: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଜମିକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜିବାରୁ କାମ ବିଳମ୍ବ...

ଚିତ୍ର, ସ୍ଥାପତ୍ୟ କରୁଛି ସଚେତନ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): ଘରୁ ବାହାରକୁ ବାହାରିଲେ ବିପଦ। ‘ଘରେ ରୁହ… ସୁରକ୍ଷିତ ରୁହ’ର ବାର୍ତ୍ତା ଦେଇ ସଚେତନ କରୁଛି ଚିତ୍ର ଓ ସ୍ଥାପତ୍ୟ। ରାଜ୍ୟର ସର୍ବାଧିକ...

ଆଜିଠୁ ଦାରୁଦିଅଁ ଦର୍ଶନ କରିବେ ପୁରୀ ସହରବାସୀ: ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ ଅଫିସ,୨୬ା୧୨: ପୁରୀ ସହରବାସୀ ଶନିବାରଠାରୁ ଶ୍ରୀମନ୍ଦିରରେ ଦାରୁଦିଅଁ ଦର୍ଶନ କରିବେ। ଏହି ଦର୍ଶନ ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ପ୍ରଶାସନ...

ନୂଆପଡ଼ାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ: ରହିଛି ୧୬୫ ଶଯ୍ୟା, ୫ ଆଇସିୟୁ

ଭୁବନେଶ୍ୱର, ୮।୫(ବ୍ୟୁରୋ): ନୂଆପଡ଼ା ଜିଲାରେ ଥିବା କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ବୁଲି ଦେଖିବା ସହ...

ତୁଟୁନି ଭାଜପା-ବିଜେଡି ଆବାସ କଳି

ଭୁବନେଶ୍ୱର,୨୬।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଜିଲାରେ ଦୁର୍ନୀତି ହୋଇଥିବା ନେଇ ଭାଜପା ଅଭିଯୋଗ କରିଛି। ଭାଜପାର ଅଭିଯୋଗ ପରେ ବିଜେଡି ମଧ୍ୟ ପଲଟା ଜବାବ...

ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ: ହଟହଟା ପର୍ଯ୍ୟଟକ

ଭୁବନେଶ୍ୱର,୭।୧(ବ୍ୟୁରୋ): ନନ୍ଦନକାନନ ଟିକେଟ କାଉଣ୍ଟରକୁ ବନ୍ଦ କରିଦିଆଯାଇଛି। ସରକାରଙ୍କ ନୂଆ କୋଭିଡ ନିୟମ ଅନୁଯାୟୀ, ଶୁକ୍ରବାରଠାରୁ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ...

ଜୁଲାଇ ୪ରେ ରଥଯାତ୍ରା: ଚାଲିଛି ଦୁଆର ବେଢ଼ା କାମ

ପୁରୀ ଅଫିସ, ୩୦ା୬: ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଚଳଚଞ୍ଚଳ ରଥଖଳା। ଅକ୍ଷୟତୃତୀୟଠାରୁ ଆରମ୍ଭ ହୋଇଥିବା ରଥକାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।...

Advertisement
Archives

Model This Week