ଗୋରୀ ପାଇଁ ପୁଣି ସାଥୀ ଖୋଜା

ରାଜନଗର,୧୬।୧(ଡି.ଏନ.ଏ.) : ଭିତରକନିକା ଜାତୀୟ ଉଦ୍ୟାନର ସୁନ୍ଦରୀ ଦେଶ ବିଦେଶ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଶଙ୍ଖୁଆ କୁମ୍ଭୀର ଗୋରୀକୁ ଏବେ ୪୬ ବର୍ଷ ଚାଲିଲା। ଗୋରୀ ପାଇଁ ବିଦେଶୀ ଓ ଦେଶୀୟ ସାଥୀଙ୍କୁ ଅଣାଯାଇ ମିଳନର ସୁଯୋଗ ଦିଆଯାଇଥିଲା। ମାତ୍ର ଗୋରୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ପୁଣି ଗୋରୀ ପାଇଁ ସାଥୀ ଖୋଜାଯିବ ବୋଲି ବନ ବିଭାଗର ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
୧୯୭୫ରେ ଅଷ୍ଟ୍ରେଲିଆର ପ୍ରାଣୀ ବୈଜ୍ଞାନିକ ଡ. ଏଚ. ଆର. ବଷ୍ଟାର୍ଡ ବିଶ୍ୱର ପ୍ରଥମ କୃତ୍ରିମ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ। ସେହିବର୍ଷ ଜାତୀୟ ଉଦ୍ୟାନରେ ଥିବା କାଳିଭଡିଆ ଦ୍ୱୀପରେ ଏକ ମାଆ କୁମ୍ଭୀର ବସାରୁ ୨୫ଟି ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ଯତ୍ନ ନେଇଥିଲେ। ମାଆ କୁମ୍ଭୀର ଅଣ୍ଡା ଦେଉଥିବା ଖରୀପତ୍ର, ହେନ୍ତାଳପତ୍ର ଭଳି ବସା କୃତ୍ରିମ ଉପରେ ତିଆରି କରି ସେଥିରେ ଅଣ୍ଡାଗୁଡିକୁ ରଖିଥିଲେ। ସେଥିରୁ ୧୧ଟି ଶାବକ ଜନ୍ମ ନେଇଥିଲେ। ସେଥିମଧ୍ୟରୁ ଶଙ୍ଖ ଭଳି ଧଳା ମାଈ କୁମ୍ଭୀର ଶାବକଟିଏ ଜନ୍ମ ନେଇଥିଲା। ରଙ୍ଗଟି ଧଳା ଥିବାରୁ ଡ. ବଷ୍ଟାର୍ଡ ତା’ର ନାମ ଗୋରୀ ରଖିଥିଲେ। ଗୋରୀକୁ ଜାତୀୟଉଦ୍ୟାନର ଏକ ଆବଦ୍ଧ ପୁଷ୍କରିଣୀରେ ରଖାଯାଇ ତା’ର ସ୍ବତନ୍ତ୍ର ଯତ୍ନ ନିଆଯାଇଥିଲା। ଗୋରୀ ୧୧ବର୍ଷରେ ରଜସ୍ବଳା ହୋଇଥିଲା। ଡ. ବଷ୍ଟାର୍ଡଙ୍କ ପରାମର୍ଶକ୍ରମେ ଜାତୀୟଉଦ୍ୟାନ ନଦୀରେ ଥିବା ଏକ ପୁରୁଷ କୁମ୍ଭୀରକୁ ଗୋରୀ ସହ ମିଳନର ସୁଯୋଗ ଦିଆଯାଇଥିଲା। ଗୋରୀ ପୁରୁଷ କୁମ୍ଭୀର ସହ ମିଳନ ପରିବର୍ତ୍ତେ ତାକୁ ଖଣ୍ଡିଆ ଖାବରା କରି ଦେଇଥିଲା। ପରେ ହାଇଦ୍ରାବାଦରୁ ପୁରୁଷ କୁମ୍ଭୀରକୁ ଅଣାଯାଇ ଗୋରୀ ସହ ପୁଣି ମିଳନର ସୁଯୋଗ ଦିଆଗଲା। ହେଲେ ଗୋରୀ ହାଇଦ୍ରାବାଦର କୁମ୍ଭୀର ସହ ମିଳନ ପରିବର୍ତ୍ତେ ସଂଘର୍ଷ କରିଥିଲା। ଗୋରୀ ଆକ୍ରମଣରେ କୁମ୍ଭୀରଟିର ମୃତ୍ୟୁ ଘଟିଥିଲା। ୨୯ ବର୍ଷ ପୂର୍ବେ ଗୋରୀର ମାତୃତ୍ୱ ପାଇଁ ଅଷ୍ଟ୍ରେଲିଆରୁ ରଏଟର ନାମକ ଏକ ବିଦେଶୀ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନର ସୁଯୋଗ ଦିଆଗଲା। ଗୋରୀ ମଧ୍ୟ ସେହି କୁମ୍ଭୀରକୁ ପ୍ରତ୍ୟାଖ୍ୟାନ କଲା। ଏବେ ଗୋରୀକୁ ଆବଦ୍ଧ ପୋଖରୀରୁ ମୁକ୍ତ କରାଯାଇ ଜାତୀୟଉଦ୍ୟାନର ନଦୀ ମଧ୍ୟରେ ଛଡାଯିବ କି ନାହିଁ ଏ ନେଇ ଗବେଷଣା କରାଯିବ। ଅପରପକ୍ଷରେ ଗୋରୀର ମାତୃତ୍ୱ ପାଇଁ ଚଳିତବର୍ଷ ଗଣନା ପରେ ଏକ ବିଶେଷଜ୍ଞ ଟିମ୍‌ ଗୋରୀ ସମ୍ବନ୍ଧରେ ସ୍ବତନ୍ତ୍ର ତଥ୍ୟ ସଂଗ୍ରହ କରିବେ। ଭିତରକନିକା ଜାତୀୟଉଦ୍ୟାନ ସୀମା ବାହାରୁ ଗୋରୀର ସମସାମୟିକ ଏକ ପୁରୁଷ କୁମ୍ଭୀରକୁ ମିଳନର ସୁଯୋଗ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ଜଣାପଡିଛି। ସୂଚନାଯୋଗ୍ୟ, ଶଙ୍ଖୁଆ କୁମ୍ଭୀର ଗୋରୀକୁ ୧୯୮୪ରେ ସେତେବେଳର ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଭିତରକନିକାରୁ ଏକ ସ୍ବତନ୍ତ୍ର ବିମାନରେ ଗୋରୀକୁ ଭୁବନେଶ୍ୱର ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ସ୍ବର୍ଗତ ଗାନ୍ଧୀ ଗୋରୀକୁ ଦେଖି ବିମୋହିତ ହୋଇଯାଇଥିଲା। ୨୦୧୦ରେ ରାଜ୍ୟ ଗୋଷ୍ଠୀ କ୍ରୀଡା ଭୁବନେଶ୍ୱରରେ ପାଳନ ହେଉଥିବା ବେଳେ ଗୋରୀକୁ ମାସ୍କଟ କରାଯାଇଥିଲା। ସେତେବେଳେ ଗୋରୀକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର ବାତାବରଣ ସୃଷ୍ଟି ହୋଇଥିଲା। ଏବେ ଗୋରୀ ପାଇଁ ବର ଖୋଜାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri