ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଇଜ ହେବ, ହାଇଡ୍ରୋଜେନ ମିଶନ ପାଇଁ ସରକାର ୧୯୭୦୦ କୋଟି ଟଙ୍କା ଆବଣ୍ଟନ, ଯୁବବର୍ଗଙ୍କ ପାଇଁ ୩୦ ସ୍କିଲ ଇଣ୍ଡିଆ ସେଣ୍ଟର…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଆର୍ଥିକ କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେ ଓ୍ବାଇସି ପ୍ରକ୍ରିୟା  ସହଜ ହେବ ଏବଂ ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଇଜ ହେବ। ଓ୍ବାଡ଼ ଷ୍ଟପ ସମାଧାନ ଓ ପରିଚୟ ଏବଂ ଠିକଣା ପାଇଁ କରାଯିବ। ଡିଜି ସର୍ଭିସ ଲକ ଏବଂ ଆଧାର ମାଧ୍ୟମରେ ଏହା ଏକ ଷ୍ଟପ ସମାଧାନ ଭାବରେ କରାଯିବ। ସମସ୍ତ ଡିଜିଟାଲ ସିଷ୍ଟମ ପାଇଁ ପ୍ୟାନ ବାଧ୍ୟତାମୂଳକ ହେବ। ୟୁନିଫାଏଡ ଫାଇଲ ପ୍ରକ୍ରିୟା ସେଟଅପ ହେବ। ସାଧାରଣ ପୋର୍ଟାଲ ମାଧ୍ୟମରେ ଗୋଟିଏ ସ୍ଥାନରେ ତଥ୍ୟ ରହିବ, ଏହା ବିଭିନ୍ନ ଏଜେନ୍ସି ଦ୍ୱାରା ବ୍ୟବହାର ହୋଇପାରିବ। ବାରମ୍ବାର ତଥ୍ୟ ଦେବାର କୌ ଣସି ଆବଶ୍ୟକତା ନାହିଁ, କିନ୍ତୁ ଏଥିପାଇଁ ଉପଭୋକ୍ତାଙ୍କ ସମ୍ମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ସବୁଜ ଅଭିବୃଦ୍ଧି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ସବୁଜ ନିଯୁକ୍ତି ସୁଯୋଗ ଦିଆଯାଇଛି ଏବଂ ଘରୋଇ ତଥା ବିଦେଶୀ ପର୍ଯ୍ୟଟକମାନେ ପର୍ଯ୍ୟଟନରେ ବିଶେଷ ଅବଦାନ ରଖିଛନ୍ତି। ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମାଧ୍ୟମରେ ପର୍ଯ୍ୟଟନର ପ୍ରୋତ୍ସାହନ ଏକ ନୂତନ ସ୍ତରକୁ ନିଆଯାଇଥିଲା। ହାଇଡ୍ରୋଜେନ ମିଶନ ପାଇଁ ସରକାର ୧୯୭୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଯାନ ବଦଳାଇବା ନୀତି ଅନୁଯାୟୀ, ସବୁଜ ପରିବେଶ ପାଇଁ ପ୍ରଦୂଷିତ ଯାନଗୁଡିକର ସ୍ଥାନାନ୍ତର କିମ୍ବା ସ୍କ୍ରାପିଂ ଆବଶ୍ୟକ। ଏଥିପାଇଁ ରାଜ୍ୟମାନଙ୍କୁ ସହାୟତା ଦିଆଯିବ, ଯାହାଦ୍ୱାରା ପୁରୁଣା ଯାନଗୁଡ଼ିକ ବଦଳାଯାଇପାରିବ। ଏହା ମାଧ୍ୟମରେ ପୁରୁଣା ଆମ୍ବୁଲାନ୍ସ ମଧ୍ୟ ବଦଳାଯିବ, ଯାହା ଦ୍ୱାରା ଏହା ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରିବ।

ଯୁବକମାନଙ୍କ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଯୁବକମାନଙ୍କ ପାଇଁ ଦକ୍ଷତା ଯୁବ କେନ୍ଦ୍ର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେବେ ଏବଂ ବିଦେଶରେ ଚାକିରି କରିବାର ସୱପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ ୩୦ଟି ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ। ଜାତୀୟ ଆପ୍ରେଣ୍ଟିସିପ ପଦୋନ୍ନତି ଯୋଜନା ଗଠନ ହେବ ଏବଂ ଛାତ୍ରମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦିଆଯିବ। ଫିଣ୍ଟେକ ସେବା ବୃଦ୍ଧି କରାଯିବ, ଡିଜି ଲକରର ଉପଯୋଗିତା ବହୁତ ବୃଦ୍ଧି ପାଇବ ଏବଂ ଏଥିରେ ସମସ୍ତ ଡିଜିଟାଲ ଡକ୍ୟୁମେଣ୍ଟ ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୫ ମୃତ, ୧୩ ଆହତ; ବିଏଲ୍ଏ ନେଲା ଦାୟିତ୍ବ

ବେଲୁଚିସ୍ତାନ,୧୩।୧୧: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଏକ ସୁରକ୍ଷା ଚୌକି ଉପରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ…

୧୮ ଘଣ୍ଟାର ବଡ଼ ଆଉଟେଜ୍‌ ପରେ ସ୍ବାଭାବିକ ହେଲା Microsoft ସେବା: କୋଟି କୋଟି ବ୍ୟବହାରକାରୀଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ,୧୩।୧୧: ବିଶ୍ବର କୋଟି କୋଟି ମାଇକ୍ରୋସଫ୍ଟ ୩୬୫ (Microsoft 365) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା…

ଆସାମରେ ମର୍ମନ୍ତୁଦ ଦୁର୍ଘଟଣା: କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମୁହାଁମୁହିଁ, ଚାଲିଗଲା ୨୩ ଯାତ୍ରୀଙ୍କ ଜୀବନ

କାଜିରଙ୍ଗା,୧୩।୧୧: ଆସାମ କାଜିରଙ୍ଗାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ…

ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…

କାଠ ଚୁଲିରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?