କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ

କାଏମା,୧୪ା୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗଁାର ମାନସ ଦଳାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଅର୍ଥ ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ୩୫ ବର୍ଷୀୟ ମାନସଙ୍କ ସ୍ତ୍ରୀ ଓ ଚାରି ଝିଅଙ୍କୁ ନେଇ ପରିବାର। ବଡ଼ ଝିଅଙ୍କୁ ୯ବର୍ଷ ବୟସ ହୋଇଥିବାବେଳେ ସାନଙ୍କୁ ମାତ୍ର ୫ ବର୍ଷ। ମାନସ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ପିଲାଙ୍କ ପାଠ ପଢ଼ା ମଧ୍ୟହୁଏ। ଏପରି ସବୁ ଠିକ୍‌ଠାକ୍‌ ଚାଲିଥିବାବେଳେ ହଠାତ୍‌ ମାନସଙ୍କ ଗୋଡ଼ ଫୁଲିବା ଆରମ୍ଭ ହୋଇଥିଲା। ସେ ଡାକ୍ତରଙ୍କ ପରାମର୍ଶ କରିବା ପରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କର ଦୁଇଟି କିଡ୍‌ନୀ ନଷ୍ଟ ହୋଇଯାଇଛି। ୪ ମାସ ହେଲା ମାନସ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି। ତାଙ୍କର ଚିକିତ୍ସା ପାଇଁ ଜମି, ସୁନାଗହଣା ବିକ୍ରି ହୋଇ ସାରିଲାଣି। ହେଲେ ରୋଗ ଭଲ ହେଉନି।
ସ୍ବାମୀଙ୍କ ଏଭଳି ଅବସ୍ଥାରେ ଦେଖି ତାଙ୍କ ସ୍ତ୍ରୀ ଜ୍ୟୋତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କୌଣସିମତେ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏପରି କି ତାଙ୍କର ଗୋଟିଏ କିଡ୍‌ନୀ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ହେଲେ ଟଙ୍କା ଅଭାବରୁ ତାହା ହୋଇପାରୁନାହିଁ। ସ୍ବାମୀଙ୍କୁ ସେ ନିଜେ କାନ୍ଧରେ ବୋହି ଡାକ୍ତରଖାନା ନେଉଛନ୍ତି। ଘର ଚଳାଇବାକୁ ବାର ଦୁଆର ଯାଇ ଭିକ ମାଗୁଛନ୍ତି। ଆବଶ୍ୟକ ଔଷଧ ଯୋଗାଡ଼ କରିବା ପାଇଁ ଜ୍ୟୋତି ନିତିଦିନ ସଂଘର୍ଷ କରୁଛନ୍ତି। ମାନସଙ୍କ ଦେହରେ ଜ୍ୟୋତି ଓ ମାନସଙ୍କ ଭଉଣୀଙ୍କ କିଡ୍‌ନୀ ଲାଗି ପାରିବ ବୋଲି ଡାକ୍ତର କହିଥିବାବେଳେ ବିଭିନ୍ନ ପରୀକ୍ଷା ବି ସରିଛି। ହେଲେ ଏଥିପାଇଁ ଆବଶ୍ୟକ ଥିବା ଟଙ୍କା ଯୋଗାଡ଼ ଜ୍ୟୋତିଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ତେଣୁ ଜ୍ୟୋତି ସରକାର ଓ ବିଭିନ୍ନ ସଙ୍ଗଠନକୁ ସାହାଯ୍ୟ ପାଇଁ ନେହୁରା ହୋଇଛନ୍ତି। ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇଦେଲେ ମାନସଙ୍କ ଜୀବନ ବଞ୍ଚିପାରିବ ବୋଲି ଜ୍ୟୋତି କହିଛନ୍ତି। ଅନ୍ୟପକ୍ଷରେ ଏହି ଗଁାରେ ପାଖାପାଖି ୨୦୦ରୁ ଊଦ୍ଧର୍‌ବ ଲୋକ ରହୁଥିବାବେଳେ ଗୋଟାଏ ନଳକୂପ ଉପରେ ନିର୍ଭର କରିଥାନ୍ତି। ଏହି ପାଣି ପିଇବା ଦ୍ୱାରା ଗଁାର ପାଞ୍ଚରୁ ଅଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?