ଦାରିଙ୍ଗବାଡି,୨୮ା୬(ଅରୁଣ ସାହୁ): ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଶିକ୍ଷକ ମାନେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକାଶଯୋଗ୍ୟ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କିରାମାହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ଚଳିତମାସ ୪ ତାରିଖରେ ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ଉକ୍ତ ଅଞ୍ଚଳ ସମେତ ଗଣ ଶିକ୍ଷକ ଏକ୍ସ କେଡର ସଙ୍ଘ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ସଙ୍ଘର ସଭାପତି ଆଶୁତୋଷ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ସୁଧାଂଶୁ ପ୍ରଧାନ, କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟମଣି ପ୍ରଧାନ, କୋଷଧ୍ୟକ୍ଷ ରାମେଶ୍ୱର ପ୍ରଧାନ, ସହ ସମ୍ପାଦକ ଜୁଲିଆ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମୃତ ଶିକ୍ଷକଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତନା ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

