Posted inଜାତୀୟ

ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା

ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍‌ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବାନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଟ୍ୟାକ୍ସ ଡିଭୋଲ୍ୟୁସନ୍‌ ବା ଆଦାୟ କର ବଣ୍ଟା ଯାଇଛି । ମୋଟ ୧ ଲକ୍ଷ ୩୯ ହଜାର ୭୫୦ କୋଟି ଟଙ୍କା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ଏଥିରେ ସବୁଠାରୁ ଅଧିକ ଟଙ୍କା ଉତ୍ତର ପ୍ରଦେଶକୁ ମିଳିଛି ବୋଲି ଜଣାପଡ଼ିଛି ।

ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ୨୫,୦୬୯.୮୮ କୋଟି ଟଙ୍କା ମିଳିଛି । ସେହିପରି ଏନ୍‌ଡିଏର ବଡ଼ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ଼୍ବାଧିନ ବିହାରକୁ ୧୪,୦୫୬.୧୨ କୋଟି ଟଙ୍କା ମିଳିଛି । ଏହି ଲିଷ୍ଟରେ ତୃତୀୟ ରାଜ୍ୟ ଭାବେ ଅଧିକ ଟଙ୍କା ମିଳିବା ରାଜ୍ୟ ହେଉଛି ମଧ୍ୟ ପ୍ରଦେଶ । ୧୦,୯୭୦.୪୪ କୋଟି ଟଙ୍କା ମଧ୍ୟ ପ୍ରଦେଶକୁ ଟ୍ରାନ୍ସଫର କରାଯାଇଛି ।

ସୂଚନା ଥଉକି, ୨୦୨୪-୨୫ ଅନ୍ତରୀଣ ବଜେଟ୍‌ରେ ରାଜ୍ୟମାନଙ୍କୁ କର ହସ୍ତାନ୍ତରଣ ପାଇଁ ୧୨,୧୯,୭୮୩ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ରାଜ୍ୟ ଗୁଡ଼ିକୁ ଏହି ଅର୍ଥ ଜାରି କରି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି କର ହସ୍ତାନ୍ତରଣ ଛଡ଼ା ଅତିରିକ୍ତ ଇନ୍‌ଷ୍ଟଲମେଣ୍ଟ ମଧ୍ୟ ରାଜ୍ୟମାନଙ୍କୁ ମିଳିବ। ଯାହାଫଳରେ ଏହି ଅର୍ଥ ରାଜ୍ୟର ବିକାଶ ଦିଗରେ ସରକାର ଖର୍ଚ୍ଚ କରିପାରିବେ । ତେବେ ଏହି ହିସାବରେ ଅତିରିକ୍ତ ଇନ୍‌ଷ୍ଟଲମେଣ୍ଟ ସହିତ ସୋମବାର ରାଜ୍ୟଗୁଡ଼ିକୁ ମୋଟ ୨,୭୯,୫୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଭାଜପା…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ଅଭିଯୋଗ ନେଇ ଭାରତୀୟ ଜନତା ପାର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri