ସରିଲା ଚୂଡ଼ାନ୍ତ ସର୍ଭେ: ରିଂ ରୋଡ୍‌ରେ ସୁସଜ୍ଜିତ ହେବ ଅତାବିରା

ଅତାବିରା,୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମୁଖ୍ୟାଳୟରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିବ ରିଂ ରୋଡ୍‌ l ବିକଶିତ ଗାଁ ବିକଶିତ ଓଡ଼ିଶାର ବାସ୍ତବ ରୂପ ନେବ ଅତାବିରା l ଝାଉଁଜୋରର ଉଭୟ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ହୋଇ ପ୍ରତ୍ୟହ ହେବ ଆଳତି l ଏଥିପାଇଁ ସରିଛି ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ l

ସୋମବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ଏକ ବିଭାଗୀୟ ସର୍ଭେ ଟିମ୍‌ ଆସି ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଅତାବିରା ଏନ୍‌ଏସିର ଚତୁଃର୍ପାଶ୍ୱରେ ରହିଥିବା ରାସ୍ତା ପ୍ରଶସ୍ତିକରଣ ସହ ସୌନ୍ଦର୍ଯ୍ୟକରଣ କରାଯିବ। ଫଳରେ ନୂଆଁ ରୂପ ନେବ ରିଂ ରୋଡ଼ l ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ ସହ ଆଲୋକମାଳାରେ ଝଲସି ଉଠିବ ଅତାବିରା ଅଞ୍ଚଳର ରାସ୍ତାଘାଟ l ଧାନ ଚାଷରେ ଅତାବିରା ରାଜ୍ୟର ଭାତ ହାଣ୍ଡି ଭାବେ ପରିଚୟ ପାଇଥିବା ବେଳେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ହୀରାକୁଦ ଡ୍ୟାମ୍‌ ପାଇଁ ଜିରୋ ପଏଣ୍ଟ ପର୍ଯ୍ୟଟନସ୍ଥଳ ଭାବେ ବଦଳିବ ଅତାବିରାର ମାନଚିତ୍ର l

୫୩ ନମ୍ବର ଜାତୀୟ ରାଜପଥର ଅତାବିରା-ସରଣ୍ଡା ଝାଉଁଜୋର ବ୍ରିଜରୁ ତଳ ମୁଣ୍ଡ ଓ ଉପର ମୁଣ୍ଡ ପାଚେରୀ ସହ ସୌନ୍ଦର୍ଯ୍ୟକାରଣ କରାଯିବ l ପ୍ରତ୍ୟହ ଜନସାଧାରଣ ନଦୀରେ ଆଳତି କରିପାରିବ। ଝାଉଁଜୋର ଅତାବିରା କଡ଼ରେ ଉପରକୁ ପରମାନପୁର ଓ ତଳକୁ ବାବେବିରା ଯାଏଁ ଆଲୋକୀକରଣ ସହ ରାସ୍ତା ନିର୍ମାଣ ଯୋଜନା କରାଯାଇଛି। ଏନେଇ ସର୍ଭେ ଚୂଡ଼ାନ୍ତ ହୋଇଥିବା ବେଳେ ଖୁବ ଶୀଘ୍ର ସରକାରଙ୍କ ଅନୁମୋଦନ ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରକାଶ କରିଛନ୍ତି।

ସର୍ଭେ ଦଳରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ବରଗଡ଼ ଜିଲା ବିଭାଗୀୟ ଅଧିକାରୀଙ୍କ ଏକ ପାଞ୍ଚ ଜଣିଆ ଟିମ୍‌ ସର୍ଭ ପାଇଁ ଆସିଥିଲେ। ଏଥିରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ଅତାବିରା ଏନ୍‌ଏସି ଏକ ନମ୍ବର କାଉନସିଲର ଦୀପକ ରାୟ, ଭଜପା ନଗର ସଭାପତି ସତୀଶ ଚୌଧୁରୀ, ପୂର୍ବତନ ନଗର ସଭାପତି ତଥା ଏମ୍‌ପିଙ୍କ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ, ସରଣ୍ଡା ଶିବ ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର, ଚକୁଳିର ଗୋପାକାହ୍ନୁ ପ୍ରଧାନ, ଖବରଦାତା ଯୁଧିଷ୍ଠିର ମହାପାତ୍ରଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?