ସାଇବର ଫ୍ରଡର ଶିକାର ହେଲେ ବୋନି

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର ନାମୀ ନିର୍ଦ୍ଦେଶକ ବୋନି କପୁର ସାଇବର ଫ୍ରଡର ଶିକାର ହୋଇଥିବା ଜଣାପଡିଛି । ଯାହା ଫଳରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଚୋରୀ ହୋଇଥିବା କୁହାଯାଉଛି । ଏ ନେଇ ବୋନି ମୁମ୍ବାଇର ଅମ୍ବୋଲି ପୋଲିସ ଥାନାରେ ବୁଧବାର ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ଅନୁଯାୟୀ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବୋନିଙ୍କ କ୍ରେଡିଟ କାର୍ଡରୁ ୫ଥର ଟ୍ରାଞ୍ଜାକଶନ କରି ୩.୮୨ ଲକ୍ଷ ଟଙ୍କା ଉଠାଯାଇଛି । ହେଲେ ଏହା କେମିତି ହୋଇଛି ସେ ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ନା ତାଙ୍କ ପାଖକୁ କୌଣସି କଲ ଆସିଛି ନା ତାଙ୍କ କାର୍ଡ ସମ୍ପର୍କରେ କେହି କିଛି ତଥ୍ୟ କେହି ମାଗିଛି । ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ଆକଉଣ୍ଟରୁ ଟଙ୍କା ଉଠିଛି ସେତେବେଳେ ସେ ବ୍ୟାଙ୍କ ସହ ଯୋଗାଯାଗ କରିବା ସହ ପୋଲିସରେ ଅଭିଯୋଗ କରିଥିବା କହିଛନ୍ତି । ବୋନିଙ୍କ ଆକାଉଣ୍ଟରୁ ଟଙ୍କା ଗୁରୁଗ୍ରାମର ଏକ କମ୍ପାନୀକୁ ଯାଇଥିବା ଜଣାପଡିଛି । ଏହି ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଗ୍‌ ବସ୍‌-୧୩’ରେ ହୋଷ୍ଟ ପାଇଁ ସଲମାନ୍‌ ନେବେ ୪୦୩ କୋଟି

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌ ୧୩କୁ ନେଇ ବିଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି।...

୬ବର୍ଷ ପରେ ପୁୁଣି ପରଦାକୁ ଫେରିବେ କରନ

ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ...

ଅଧା ଲାଣ୍ଡି ହୋଇଗଲେ ଶିଳ୍ପା, ମେକ୍‌ଓଭର୍‌ ଭିଡିଓ ଦେଖି…

ବମ୍ବେ: ଅଧା ଲାଣ୍ଡି ହୋଇଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କଥାଟି ଆମେ ମନରୁ କହୁନାହୁଁ। ଶିଳ୍ପା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଶେୟାର କରିବା...

ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ନିର୍ଭୟାଙ୍କ ମା’: ଜାଣନ୍ତୁ କ’ଣ ପାଇଁ …

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ...

ଶୁଟିଂ ସମୟରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, ହେଲେ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ଼

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ଏକ ବିଜ୍ଞାପନର ଶୁଟିଂ ସମୟରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ।...

ପ୍ରଯୋଜିକା ହେଲେ ବିଦ୍ୟା: ଶର୍ଟ ଫିଲ୍ମ ‘ନଟ୍‌ଖଟ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ବମ୍ବେ: ଅଭିନୟରେ ନିଜର ବଳିଷ୍ଠ ପ୍ରଦର୍ଶନ କରି ଆସିଛନ୍ତି ନାୟିକା ବିଦ୍ୟା ବାଲାନ୍‌। ଏବେ ସେ ପ୍ରଯୋଜିକା ମଧ୍ୟ ହୋଇଛନ୍ତି। ଏକ ଛୋଟ ଫିଲ୍ମ ଜରିଆରେ...

କାହିଁକି ନାମରେ ଅଛି ଦୁଇଥର ‘ଏନ୍‌’ ଆଉ ‘ଆର୍‌’; ଅଭିନେତା କହିଲେ…

ବମ୍ବେ: ନିଜର ନିଖୁଣ ଅଭିନୟ ଦ୍ୱାରା ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ସେ ସର୍ବଦା ନିଜର ସଫଳତାର ଶ୍ରେୟ...

ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା...

Advertisement
Archives

Model This Week