କମିଗଲା କ୍ରିତିଙ୍କ ଓଜନ

ମୁମ୍ବାଇ: ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କ ପାଇଁ ୨୦୨୦ ମସିହା ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ସେ ମ୍ୟାଲେରିଆରେ ପୀଡ଼ିତ ହୋଇଥିଲେ । ଆଉ ତାଙ୍କୁ ୩ ସପ୍ତାହ ପାଇଁ ବେଡ୍ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଥଲେ । ହେଲେ ସେତେବେଳେ ସେ ‘୧୪ ଫେରେ’ର ଶୁଟିଂ କରୁଥିଲେ । ତେଣୁ ତାଙ୍କ ପାଇଁ ଶୁଟିଂ ବନ୍ଦ ହେବ ଚିନ୍ତା କରିବା ପରେ କ୍ରିତି ନିଜଆଡୁ ଶୁଟିଂ କରିବାକୁ କହିଥିଲେ । ତେଣୁ ସେଡ୍ୟୁଲ ଅନୁଯାୟୀ ଶୁଟିଂ ହେଲା । ଆଉ ଏହି ସମୟରେ ପ୍ରାୟ ୧୦ ଦିନ ପାଇଁ ସେ ବହୁ କଷ୍ଟ ଅନୁଭବ କରିଥିଲେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି । କାରଣ ସେମାନେ ସେତେବେଳେ ଲକ୍ଷ୍ନୌରେ ଦିନକୁ ପ୍ରାୟ ୧୮ ଘଣ୍ଟା ଶୁଟିଂ କରୁଥିଲେ । ଏହି ସମୟରେ କ୍ରିତିଙ୍କ ଶରୀରର ଓଜନ ୬ କିଲୋଗ୍ରାମ କମ୍ ହୋଇଯାଇଥିଲା ବୋଲି ସେ କହିଛନ୍ତି । ଆଉ ଷ୍ଟ୍ରେସ୍ ତାଙ୍କ ବଡି ଓ ଫେସ୍‌ରେ ଦେଖାଯାଉଥିଲା ବୋଲି ବି ସେ କହିଛନ୍ତି । ତେବେ ତାଙ୍କୁ ଖୁସି ଲାଗୁଥିଲା କି ସେ ସେଡ୍ୟୁଲ କମ୍ଲିଟ କରିପାରିଥିଲେ । ଟିମ୍‌ର ସହଯୋଗ ଯୋଗୁ ଏସବୁ ସମ୍ଭବ ହୋଇଥିଲା ବୋଲି ସେ କହିଛନ୍ତି । ତାଙ୍କ କୋ-ଷ୍ଟାର ବିକ୍ରାନ୍ତ ମେସି ତାଙ୍କଉ ଖୁବ୍ ସାହାଯ୍ୟ କରିଥିଲେ ବୋଲି କ୍ରିତି କହିଛନ୍ତି । ବିକ୍ରାନ୍ତ କେବଳ ଜଣେ ଭଲ ଅଭିନେତା ନୁହାନ୍ତି ବରଂ ଜଣେ ଭଲ କୋଷ୍ଟାର ବୋଲି କ୍ରିତି ମତ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri