Posted inଖେଳ

ଫିଜି ପୁଣି ଜିତିଲା ରଗ୍‌ବୀ ଟାଇଟଲ

ଟୋକିଓ, ୨୯ା୭ (ଏପି)-ଅଲିମ୍ପିକ୍ସରେ ଫିଜି ପୁଣି ଥରେ ରଗ୍‌ବୀ ସେଭେନ୍ସ ଟାଇଟଲ ହାସଲ କରିଛି। ବୁଧବାର ଜେରି ତୁଓ୍ବାଇଙ୍କ ନେତୃତ୍ୱାଧୀନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୨୭-୧୨ରେ ବିଜୟ ହାସଲ କରିଛି। ଫଳରେ କୋଭିଡ୍‌ ସମୟରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିିତ ଏହି କ୍ଷୁଦ୍ର ଦ୍ୱୀପରାଷ୍ଟ୍ରରେ ଖୁସିର ବାତାବରଣ ଦେଖାଦେଇଛି। ୨୦୧୬ ରିଓ ଗେମ୍ସରେ ରଗ୍‌ବୀ ସେଭେନ୍ସକୁ ପ୍ରଥମ ଥର ସାମିଲ କରାଯାଇଥିଲା। ସେଥର ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରି ଫିଜି ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ଅଲିମ୍ପିକ୍ସରେ ଫିଜିର ଏହା ଥିଲା ପ୍ରଥମ ସ୍ବର୍ଣ୍ଣ। ଏହି ଦିନକୁ ସ୍ମରଣ ରଖିବା ଲାଗି ସରକାର ଗୋଟିଏ ଦିନ ଜାତୀୟ ଛୁଟି ଘୋଷଣା କରିଥିଲେ। ସେଣ୍ଟ୍ରାଲ ବ୍ୟାଙ୍କ୍‌ ପକ୍ଷରୁ ୭ ଡଲାର ନୋଟ୍‌ ଛପାଯାଇଥିଲା। ତୁଓ୍ବାଇଙ୍କ ଦଳ କିଛି ମାସ ହେଲା ବାୟୋ-ବବଲରେ ରହିଆସିଥିଲା। ଫିଜିକୁ ଫେରିଲେ ପୁଣି କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ଉଭୟ ଫିଜି ଓ ନ୍ୟୁଜିଲାଣ୍ଡ ଦେଶର ଜାତୀୟ କ୍ରୀଡ଼ା ହେଉଛି ରଗ୍‌ବୀ। ହେଲେ ଏହି ଖେଳ ସମଗ୍ର ଫିଜିରେ ଗ୍ରାମଠାରୁ ଆରମ୍ଭ କରି ସହରରେ ବେଶ୍‌ ଲୋକପ୍ରିୟ। ନ୍ୟୁଜିଲାଣ୍ଡ ରୌପ୍ୟ ଜିତିଥିଲେ ମଧ୍ୟ ଏହାର ଉନ୍ନତି ଘଟିଛି। କାରଣ ଏହି ଦଳ ୨୦୧୬ ରିଓ ଡି’ଜେନିରୋରେ ପୋଡିୟମ ଫିନିଶ କରିପାରି ନ ଥିଲା। ଆର୍ଜେଣ୍ଟିନା ୧୭-୧୨ରେ ବ୍ରିଟେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ମ୍ୟାଚ୍‌ ଖେଳିଲେ ୮୫ ବର୍ଷୀୟ କ୍ରିକେଟର୍‌

ଲଣ୍ଡନ, ୯।୯- ଦୀର୍ଘ ୬୦ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ୮୫ ବର୍ଷୀୟ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ସେସିଲ ରାଇଟ୍‌। ଡାହାଣହାତୀ ଦ୍ରୁତ ବୋଲର...

କିଟ୍‌ ମହିଳା ରୋଇଂ ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୦।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ର ମହିଳା ରୋଇଂ ଦଳ ରୌପ୍ୟ ପଦକ...

ସୁଧୁରୁନାହାନ୍ତି ଏହି ଇଂଲଣ୍ଡ କ୍ରିକେଟର୍‌, ଭାରତ ଜିତିବା ପରେ କହିଲେ ଏମିତି କଥା

ଚେନ୍ନାଇରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡକୁ ପରାସ୍ତ କରିଛି। ଭାରତ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ...

ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ପ୍ରିଟୋରିୟସ

ଲକ୍ଷ୍ନୌ,୬ା୧୦: ଆଘାତପ୍ରାପ୍ତ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡ୍ବେନ୍‌ ପ୍ରିଟୋରିୟସ ଭାରତ ବିପକ୍ଷ ଚଳିତ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ସହ ଆସନ୍ତା ଟି୨୦ ବିଶ୍ୱକପ୍‌ରୁ ବାଦ୍‌...

୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ...

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୦୬ ରନ…

ମେଲବୋର୍ନ,୨୭।୧୦ : ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଟି -୨୦ ବିଶ୍ୱକପର ୨୨ତମ ମ୍ୟାଚ ଗୁରୁବାର ଖେଳାଯାଉଛି। ସିଡନୀରେ ଚାଲିଥିବା ଏହି ଗ୍ରୁପ-୨ ମ୍ୟାଚ...

ପ୍ରୋ-କବାଡ଼ି ଲିଗ୍‌ ଆରମ୍ଭ

ବେଙ୍ଗାଲୁରୁ, ୮ା୧୦: ପ୍ରୋ-କବାଡି ଲିଗ୍‌ର ସିଜନ-୯ ଆରମ୍ଭ ହୋଇଛି। ଶୁକ୍ରବାର ସ୍ଥାନୀୟ କାନ୍ତିରାଭା ଇନ୍‌ଡୋର ଷ୍ଟାଡିୟମରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଦବଙ୍ଗ ଦିଲ୍ଲୀ କେସି ୪୧-୨୭ରେ...

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି...

Advertisement
Archives

Model This Week