Posted inଖେଳ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଧିନାୟକ ମନପ୍ରୀତଙ୍କ ପ୍ରତ୍ୟାବର୍ତ୍ତନ ବୀରେନ୍ଦ୍ର, ଶିଳାନନ୍ଦ, ଅମିତ ସାମିଲ

ନୂଆଦିଲ୍ଲୀ, ୩୧।୩(ପି.ଟି.): ଆସନ୍ତା ମାସରେ ଖେଳାଯିବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ଅନ୍ତର୍ଜାତୀୟ ହକି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ଗୁଡିକ ପାଇଁ ଏକ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ବ୍ୟକ୍ତିଗତ କାରଣରୁ ଗତ କେତୋଟି ସିରିଜରୁ ଓହରିଯାଇଥିବା ଅଧିନାୟକ ମନପ୍ରୀତ ସିଂ ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଏପ୍ରିଲ ୧୧ ଓ ୧୨ ତାରିଖରେ ବୁଏନସ ଆରିଜ୍‌ରେ ଘରୋଇ ଆର୍ଜୋଣ୍ଟିନା ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏକ ୧୬ ଦିନିକିଆ ଗସ୍ତ ପାଇଁ ବୁଧବାର ବୁଏନସ ଆରିଜ୍‌ ଅଭିମୁଖେ ଭାରତୀୟ ଦଳ ବେଙ୍ଗାଲୁରୁ ଯାତ୍ରା କରିବ। ଦେଶ ଛାଡିବାର ୭୨ ଘଣ୍ଟା ପୂର୍ବରୁ ଖେଳାଳିମାନେ ବାଧ୍ୟତାମୂଳକ ଭାବେ ଆରଟିପିସିଆର ଟେଷ୍ଟର ସମ୍ମୁଖୀନ ହେବେ। ଦଳରେ ୩ ଜଣ ଓଡ଼ିଶା ଖେଳାଳି ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଓ ଶିଳାନନ୍ଦ ଲାକ୍ରା ସାମିଲ ହୋଇଛନ୍ତି।
ଏପ୍ରିଲ ୬ ଓ ୭ ତାରିଖରେ ଭାରତ ଆର୍ଜେଣ୍ଟିନା ବିପକ୍ଷରେ ଦୁଇ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାପରେ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଭାରତ ୧୩ ଓ ୧୪ ତାରିଖରେ ମଧ୍ୟ ଆଉ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଜୁଲାଇରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଦଳରେ ପି.ଆର. ଶ୍ରୀଜେସ, କ୍ରିଷନ ବାହାଦୁର ପାଠକ, ଅମିତ ରୋହିଦାସ, ଗୁରିନ୍ଦର ସିଂ, ସୁରେନ୍ଦର କୁମାର, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ରାଜ କୁମାର ପଲ, ନୀଳକାନ୍ତ ଶର୍ମା, ସମଶେର ସିଂ, ଗୁରଜନ୍ତ ସିଂ, ଦିଲପ୍ରୀତ ସିଂ, ମନଦୀପ ସିଂ ଓ ଲଲିତ କୁମାର ଉପାଧ୍ୟାୟ। ଦଳରେ ସ୍ଥାନ ପାଇଥିବା ଜସକରନ ସିଂ, ସୁମିତ ଓ ଶିଳାନନ୍ଦ ଲାକ୍ରା ଦୀର୍ଘ ଗୋଟିଏ ବର୍ଷ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ହାସଲ କରିବେ। ୟୁରୋପ ଗସ୍ତରେ ଯାଇଥିବା ଅଭିଜ୍ଞ ଆକାଶଦୀପ ସିଂ, ରମନଦୀପ ସିଂ ଓ ସିମରନଜିତ ସିଂଙ୍କୁ ବିଶ୍ରାମ ଦିଆଯାଇଛି। ଦଳରେ ସନ୍ତୁଳନ ରକ୍ଷା କରିବାକୁ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି ବୋଲି ଭାରତୀୟ ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri