Posted inଖେଳ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆର୍ଜେଣ୍ଟିନାକୁ ୩-୦ରେ ହରାଇଲା ଭାରତ

ବୁଏନ୍ସ ଆରିଜ, ୧୩।୪-
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଭାରତ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା ବିପକ୍ଷରେ ଡବଲ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଶୁଟ୍‌ ଆଉଟ ୩-୨ ଗୋଲରେ ବିଜୟୀ ହୋଇଥିବା ଭାରତ ସୋମବାର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳକୁ ୩-୦ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
ପୂରା ମ୍ୟାଚରେ ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତ। ୧୧ତମ ମିନିଟରେ ଗୋଲ ଦେଇ ହରମନପ୍ରୀତ ସିଂ ପ୍ରଥମ କ୍ୱାର୍ଟରରେ ଭାରତକୁ ଅଗ୍ରଣୀ କରାଇଥିଲେ। ୨୫ତମ ମିନିଟ୍‌ରେ ଲଳିତ ଉପାଧ୍ୟାୟ ଏକ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୦ରେ ଅଗ୍ରଣୀଲାଭ କରିଥିଲା। ତୃତୀୟ କ୍ୱାର୍ଟରରେ ସଂଘର୍ଷପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା। ଉଭୟ ଦଳ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ ଦେଇପାରି ନ ଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଆକ୍ରମଣକୁ ଜୋରଦାର କରିଥିବାବେଳେ ୫୮ତମ ମିନିଟରେ ମନପ୍ରୀତ ସିଂ ଏକ ଗୋଲ ଦେଇ ଦଳର ୩ ପଏଣ୍ଟ ହାସଲକୁ ନିଶ୍ଚିତ କରିଥିଲେ। ଏହି ମ୍ୟାଚ ଜିତିବା ସହ ଭାରତ ୮ ଗେମ୍‌ରୁ ୩ ବିଜୟ, ୩ ଶୁଟ୍‌ ଆଉଟ ବିଜୟ ଓ ୨ ପରାଜୟ ସହ ୧୫ ପଏଣ୍ଟ ପାଇଛି। ଦଳ ୨୨ଟି ଗୋଲ ଦେଇଥିବାବେଳେ ୧୭ ବରଣ କରିଛି। ଆର୍ଜେଣ୍ଟିନା ୧୨ ଗେମ୍‌ରୁ ୧୧ ପଏଣ୍ଟରେ ରହି ୬ଷ୍ଠ ସ୍ଥାନରେ ରହିଛି। ଆଗାମୀ ଅଲିମ୍ପିକ୍ସରେ ଭାରତ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଗୋଟିଏ ଗ୍ରୁପ୍‌ରେ ରହିଥିବାରୁ ପରସ୍ପର ବିପକ୍ଷରେ ମ୍ୟାଚ ଖେଳିବେ। ତେଣୁ ଭାରତ ପାଇଁ ଏହା ଭଲ ମ୍ୟାଚ ପ୍ରାକ୍ଟିସ ସଦୃଶ ହୋଇଛି। ଏହି ୩ ଦଳ ସହ ପୁଲ୍‌ ‘ଏ’ରେ ସ୍ପେନ, ନ୍ୟୁଜିଲାଣ୍ଡ ଓ ଘରୋଇ ଫେଭରାଇଟ ଜାପାନ ସ୍ଥାନ ପାଇଛି। ”ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନା ଭଲ ଖେଳିଥିଲା। ମାତ୍ର ଭାରତର ଦୃଢ଼ ରକ୍ଷଣଭାଗ ଯୋଗୁ ଗୋଲ ଦେଇପାରି ନ ଥିଲା“ ବୋଲି ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ପ୍ରକାଶ କରିଥିଲେ। ପାଠକ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆର୍ଜେଣ୍ଟିନା ରକ୍ଷଣଭାଗ ମଧ୍ୟ ଦୃଢ଼। ତେବେ ଆମ ଖେଳାଳିମାନେ ଚକ୍‌ମା ଦେବାରେ ସକ୍ଷମ ହେଲେ ବୋଲି ସେ କହିଛନ୍ତି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଗ୍ରେଟ ବ୍ରିଟେନ। ଭାରତ ସେଠାକୁ ଯାଇ ମେ ୮ ଓ ୯ ତାରିଖରେ ୨ଟି ଲିଗ୍‌ ମ୍ୟାଚ ଖେଳିବ। ବେଲଜିୟମ ୧୩ ମ୍ୟାଚରୁ ସର୍ବାଧିକ ୩୨ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନରେ ରହିଥିବାବେଳେ ଜର୍ମାନୀ ୮ ମ୍ୟାଚରୁ ୧୯, ନେଦରଲାଣ୍ଡ୍ସ ୧୧ ମ୍ୟାଚରୁ ୧୮ ପଏଣ୍ଟ ପାଇ ପ୍ରଥମ ୩ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ୮ ମ୍ୟାଚରୁ ୧୪ ପଏଣ୍ଟ ପାଇ ଭାରତ ପଛକୁ ୫ମ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri