Posted inଖେଳ

ବିଶ୍ୱକପ୍‌କୁ ପ୍ରଭାବିତ କଲା ନୂଆ ଭାରିଆଣ୍ଟ

ଲୌସାନ୍ନେ, ୨୭।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଗାମୀ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌କୁ ଶନିବାର ସ୍ଥଗିତ ରଖି ଦିଆଯାଇଛି। କାରଣ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟା ପୂରା ବିଶ୍ୱକୁ ଡରାଇ ଦେଲାଣି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆସନ୍ତା ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଆଫ୍ରିକୀୟ ଦେଶରେ ଆୟୋଜନ ହେବାର ଥିଲା।

ଦେଶରେ ୧୦୦ରୁ ଊର୍ଦ୍ଧ୍ୱ ନୂଆ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌), ଦକ୍ଷିଣ ଆଫ୍ରିକାନ ହକି ଆସୋସିଏଶନ ଏବଂ ପୋତ୍‌ଚେଷ୍ଟ୍ରୁମସ୍ଥିତ ନର୍ଥ-ଓ୍ବେଷ୍ଟ ୟୁନିଭରସିଟି ମିଳିତ ଭାବେ ବିଶ୍ୱକପ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ”ଏଫ୍‌ଆଇଏଚ୍‌ ଇଭେଣ୍ଟରେ ସର୍ବଦା ସଭିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଏ। ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା କିଛି ଦେଶ ଦକ୍ଷିଣ ଆଫ୍ରିକା ଉପରେ ଉଡ଼ାଣ କଟକଣା ଲଗାଇଛନ୍ତି। ଏଣୁ ଇଭେଣ୍ଟ ଆୟୋଜନ ଏବେ ସମ୍ଭବ ନୁହେଁ“ ବୋଲି ମିଳିତ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

ପୁଣି ପାକିସ୍ତାନରେ ପହଞ୍ଚିଲା ଆମେରିକାର ବିମାନ, ଇସଲାମାବାଦରେ ହଲଚଲ୍

ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାରି ଭିତରେ ଆମେରିକୀୟ ସାମରିକ ବିମାନ ପାକିସ୍ତାନରେ ପହଞ୍ଚିଛି। ଏହି…

୧୦ ଟଙ୍କା ନିଅ ଝାଲମୁଢ଼ି ଦିଅ… ଦିଦିଙ୍କ ଗଡ଼ରେ ମଜା ନେଲେ ମୋଦି

କୋଲକାତା,୧୯ା୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପ୍ରଚାର ସମୟରେ ସେ ପାରମ୍ପରିକ ବଙ୍ଗାଳୀ…

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ…

ଗାଧୋଇବାକୁ ଯାଇ ଭଞ୍ଜନଗର ଜଳଭଣ୍ଡାରରେ ବୁଡିଗଲେ ୬ ସାଙ୍ଗ, ୨ମୃତ

ଭଞ୍ଜନଗର,୧୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri