Posted inଖେଳ

ହକି ଇଣ୍ଡିଆକୁ ଏଫ୍‌ଆଇଏଚ୍‌ ପୁରସ୍କାର

ଲାଉସାନେ, ୨୨ା୫(ପି.ଟି.)- ଦେଶରେ ହକି ଖେଳର ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହକି ଇଣ୍ଡିଆକୁ ଶୁକ୍ରବାର ସମ୍ମାନଜନକ ଇଟିନ୍‌ ଗ୍ଲିଚିଚ୍‌ ପୁରସ୍କାର ମିଳିଛି। ଏଠାରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ୪୭ତମ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଏଫ୍‌ଆଇଏଚ୍‌ର ସମ୍ମାନଜନ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ହକି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷ, ଟିମ୍‌ ଓ ସଙ୍ଗଠନର କାର୍ଯ୍ୟକୁ ସ୍ବୀକୃତି ପାଇଁ ଏହି ପୁରସ୍କାର ଦିଆଯାଇଥାଏ। ପାବ୍‌ଲୋ ନର୍ଗେ ପୁରସ୍କାର ଉଜ୍‌ବେକିସ୍ତାନ ହକି ମହାସଂଘକୁ ମିଳିଥିଲା। ନୂଆ ଭିତ୍ତିଭୂମି ଜରିଆରେ ପ୍ଲେଇଂ କଣ୍ଡିଶନରେ ଉନ୍ନତି ଆଣିବା, ୟୁଥ୍‌ ଡେଭଲପମେଣ୍ଟ ମଡେଲର ପ୍ରଚଳନ କ୍ଷେତ୍ରରେ ଉଦ୍ୟମ ପ୍ରଚେଷ୍ଟା ପାଇଁ ଏହି ପୁରସ୍କାର ଦିଆଯାଇଛି। ପୋଲାଣ୍ଡ ହକି ଆସୋସିଏଶନକୁ ଥେଓ ଇକେମା ପୁରସ୍କାର ଦିଆଯାଇଛି। ଆସୋସିଏଶନ ହକିର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ୩୦ଜଣ ନୂଆ କୋଚ୍‌ଙ୍କୁୁ ତାଲିମ ଦେବା ସହ ଦେଶର ୩,୦୦୦ ସ୍କୁଲ ପିଲାଙ୍କୁ ହକି ଖେଳ ସହିତ ସମ୍ପୃକ୍ତ କରାଇଛି। ବ୍ୟକ୍ତିଗତ ଭାବେ ଯେଉଁମାନେ ପୁରସ୍କାର ଜିତିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଇଂଲଣ୍ଡ ଷ୍ଟ୍ରାଇକର ସାମ୍‌ ଓ୍ବାର୍ଡ, ୨୦୧୯ରେ ତାଙ୍କ ଆଖିରେ ଆଘାତ ଲାଗିବାରୁ ତାଙ୍କ କ୍ୟାରିୟର ପ୍ରତି ବିପଦ ଦେଖା ଦେଇଥିଲା। ସେ ସୁପର ଫେୟାର ପ୍ଲେ ଟ୍ରଫି ରେନେ ଜି’ ଫ୍ରାଙ୍କ୍‌ ପୁରସ୍କାର ଲାଭ କରିଛନ୍ତି। ଗଷ୍ଟ୍‌ ଲାଥୋର୍ସ ମେମୋରିଆଲ ଟ୍ରଫି କ୍ରୋଏସିଆର ଇଭୋନା ମାକାର ଜିତିଥିଲେ। ଅମ୍ପାୟରିଂ ଡେଭଲପମେଣ୍ଟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ନ୍ୟୁଜିଲାଣ୍ଡର ଶାରନ ଓ୍ବିଲିୟମସନ ଏଚ୍‌ଆର୍‌ଏଚ୍‌ ସୁଲ୍‌ତାନ ଆଜଲାନ୍‌ ଶାହା ପୁରସ୍କାର ପାଇଛନ୍ତି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡଠାେରେ ନୂଆ ଜାତୀୟ ହକି ସେଣ୍ଟର ପ୍ରତିଷ୍ଠା ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏଫ୍‌ଆଇଏଚ୍‌ର ସମ୍ମାନଜନକ ପୁରସ୍କାର ୪୭ତମ ଅଧିବେଶନର ପ୍ରଥମ ଦିବସରେ ଘୋଷଣା କରାଯାଇଥିଲା। ଶନିବାର ଏଫ୍‌ଆଇଏଚ୍‌ ସଭାପତି ଏବଂ କାର୍ଯ୍ୟନିର୍ବାହୀ ବୋର୍ଡର ୪ ସାଧାରଣ ସଦସ୍ୟ ପଦବୀ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri