Posted inଖେଳ

ହକି ଇଣ୍ଡିଆକୁ ଏଫ୍‌ଆଇଏଚ୍‌ ପୁରସ୍କାର

ଲାଉସାନେ, ୨୨ା୫(ପି.ଟି.)- ଦେଶରେ ହକି ଖେଳର ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହକି ଇଣ୍ଡିଆକୁ ଶୁକ୍ରବାର ସମ୍ମାନଜନକ ଇଟିନ୍‌ ଗ୍ଲିଚିଚ୍‌ ପୁରସ୍କାର ମିଳିଛି। ଏଠାରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ୪୭ତମ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଏଫ୍‌ଆଇଏଚ୍‌ର ସମ୍ମାନଜନ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ହକି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷ, ଟିମ୍‌ ଓ ସଙ୍ଗଠନର କାର୍ଯ୍ୟକୁ ସ୍ବୀକୃତି ପାଇଁ ଏହି ପୁରସ୍କାର ଦିଆଯାଇଥାଏ। ପାବ୍‌ଲୋ ନର୍ଗେ ପୁରସ୍କାର ଉଜ୍‌ବେକିସ୍ତାନ ହକି ମହାସଂଘକୁ ମିଳିଥିଲା। ନୂଆ ଭିତ୍ତିଭୂମି ଜରିଆରେ ପ୍ଲେଇଂ କଣ୍ଡିଶନରେ ଉନ୍ନତି ଆଣିବା, ୟୁଥ୍‌ ଡେଭଲପମେଣ୍ଟ ମଡେଲର ପ୍ରଚଳନ କ୍ଷେତ୍ରରେ ଉଦ୍ୟମ ପ୍ରଚେଷ୍ଟା ପାଇଁ ଏହି ପୁରସ୍କାର ଦିଆଯାଇଛି। ପୋଲାଣ୍ଡ ହକି ଆସୋସିଏଶନକୁ ଥେଓ ଇକେମା ପୁରସ୍କାର ଦିଆଯାଇଛି। ଆସୋସିଏଶନ ହକିର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ୩୦ଜଣ ନୂଆ କୋଚ୍‌ଙ୍କୁୁ ତାଲିମ ଦେବା ସହ ଦେଶର ୩,୦୦୦ ସ୍କୁଲ ପିଲାଙ୍କୁ ହକି ଖେଳ ସହିତ ସମ୍ପୃକ୍ତ କରାଇଛି। ବ୍ୟକ୍ତିଗତ ଭାବେ ଯେଉଁମାନେ ପୁରସ୍କାର ଜିତିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଇଂଲଣ୍ଡ ଷ୍ଟ୍ରାଇକର ସାମ୍‌ ଓ୍ବାର୍ଡ, ୨୦୧୯ରେ ତାଙ୍କ ଆଖିରେ ଆଘାତ ଲାଗିବାରୁ ତାଙ୍କ କ୍ୟାରିୟର ପ୍ରତି ବିପଦ ଦେଖା ଦେଇଥିଲା। ସେ ସୁପର ଫେୟାର ପ୍ଲେ ଟ୍ରଫି ରେନେ ଜି’ ଫ୍ରାଙ୍କ୍‌ ପୁରସ୍କାର ଲାଭ କରିଛନ୍ତି। ଗଷ୍ଟ୍‌ ଲାଥୋର୍ସ ମେମୋରିଆଲ ଟ୍ରଫି କ୍ରୋଏସିଆର ଇଭୋନା ମାକାର ଜିତିଥିଲେ। ଅମ୍ପାୟରିଂ ଡେଭଲପମେଣ୍ଟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ନ୍ୟୁଜିଲାଣ୍ଡର ଶାରନ ଓ୍ବିଲିୟମସନ ଏଚ୍‌ଆର୍‌ଏଚ୍‌ ସୁଲ୍‌ତାନ ଆଜଲାନ୍‌ ଶାହା ପୁରସ୍କାର ପାଇଛନ୍ତି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡଠାେରେ ନୂଆ ଜାତୀୟ ହକି ସେଣ୍ଟର ପ୍ରତିଷ୍ଠା ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏଫ୍‌ଆଇଏଚ୍‌ର ସମ୍ମାନଜନକ ପୁରସ୍କାର ୪୭ତମ ଅଧିବେଶନର ପ୍ରଥମ ଦିବସରେ ଘୋଷଣା କରାଯାଇଥିଲା। ଶନିବାର ଏଫ୍‌ଆଇଏଚ୍‌ ସଭାପତି ଏବଂ କାର୍ଯ୍ୟନିର୍ବାହୀ ବୋର୍ଡର ୪ ସାଧାରଣ ସଦସ୍ୟ ପଦବୀ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଭାରତୀୟ ହକି ଦଳ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- ଆଗାମୀ ନଭେମ୍ବର ୧ ଓ ୨ ତାରିଖରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଉଭୟ ଭାରତୀୟ...

କଟ୍ଟ୍ରେଲଙ୍କୁ ପରିହାସ କଲେ ସାମି

ମାଞ୍ଚେଷ୍ଟର,୨୮।୬(ପିଟି)- ଉଇକେଟ ନେବା ପରେ ଓ୍ବେଷ୍ଟଇଣ୍ଡିଆନ ପେସର ଶେଲଡନ କଟ୍ଟ୍ରେଲ ସର୍ବଦା ସାଲ୍ୟୁଟ କରନ୍ତି, ଯାହାକି ଚଳିତ ବିଶ୍ୱକପ୍‌ରେ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାଦ୍ୱାରା ସେ...

ଉଥାପ୍ପାଙ୍କ ଶତକ: କେରଳ ୨୭୬/୩

ଥୁମ୍ବା (କେରଳ), ୯ା୧୨ (ପି.ଟି.)-ଏଠାରେ ସୋମବାର ଆରମ୍ଭ ହୋଇଥିବା ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍‌ ଏ’ ମ୍ୟାଚରେ ରବିନ ଉଥାପ୍ପା ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ...

ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌: ପୁରୁଷ ଦଳ ସେମିଫାଇନାଲରେ

ମାନିଲା (ଫିଲିପାଇନ୍ସ), ୧୫ା୨ (ପି.ଟି.)-ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛି। ଶୁକ୍ରବାର ଏକ...

ଦେଓଧର ଟ୍ରଫି: ଭାରତ ବି’ ଚାମ୍ପିୟନ ଯାଦବ, ନଦୀମଙ୍କ ପ୍ରଭାବୀ ପ୍ରଦର୍ଶନ

ରାଞ୍ଚି,୪।୧୧ (ପି.ଟି.)- ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଭାରତ ବି’ ଏଥର ଦେଓଧର ଟ୍ରଫି ହାସଲ କରିଛି। କେଦାର ଯାଦବଙ୍କ ୮୬ ରନର ଅର୍ଦ୍ଧଶତକୀୟ ଇନିଂସ ଓ...

ବାଜି ମାରିଲେ ବିଜେନ୍ଦର

ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ବିଜେନ୍ଦର ସିଂ ପେସାଦାର ବକ୍ସିଂ କ୍ୟାରିୟରରେ ମଧ୍ୟ ସଫଳତାର ସହ ଆଗକୁ ବଢ଼ୁଛନ୍ତି। ଘାନାର ଏଲିଆସ୍‌...

ଟି୨୦ ଚ୍ୟାଲେଞ୍ଜ: ଭାରତୀୟ ମହିଳା ଖେଳାଳି ୟୁଏଇରେ

ଦୁବାଇ, ୨୩ା୧୦ (ପି.ଟି)- ମହିଳା ଟି୨୦ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି ଭାରତର ୩୦ ଶ୍ରେଷ୍ଠ ମହିଳା କ୍ରିକେଟ ଖେଳାଳି ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ...

୩ ନୂଆ ଭେନ୍ୟୁରେ ହୋଇପାରେ ଆଇପିଏଲ୍‌ ୨୦୨୦

ନୂଆଦିଲ୍ଲୀ,୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନୂଆ ଦଳ ସାମିଲ ହେବା ପାଇଁ ୨୦୨୧ ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ୨୦୨୦ ସଂସ୍କରଣ...

Advertisement
Archives

Model This Week