Posted inଜାତୀୟ

ଡେଙ୍ଗୁ ବିରୋଧରେ ଲଢ଼େଇ, ସରକାର ଜାରି କଲେ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ…

ନୂଆଦିଲ୍ଲୀ,୨୨।୯: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଡେଙ୍ଗୁ ବିରୋଧୀ ଲଢେଇକୁ ଜୋରଦାର କରିବା ଲାଗି ନୂଆ ଅଭିଯାନ ଘୋଷଣା କରାଯାଇଛି। ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏହା ଅନ୍ତର୍ଗତ ସରକାର ପ୍ରତି ଜନସାଧାରଣଙ୍କୁ ୧୦ ସପ୍ତାହ ପାଇଁ ରାତ୍ର ୧୦ଟାରେ ୧୦ ମିନିଟ ଲାଗି ଘର ଚାରିପଟେ ଅବା ନିକଟରେ ପାଣି ଜମିଛି କି ନାହିଁ ତାହା ଯାଞ୍ଚ୍‌ କରିବାକୁ କୁହାଯାଇଛି।

ପ୍ରତି ରବିବାର ଏଭଳି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮ ଥିବାବେଳେ ଚଳିତ ବର୍ଷ ଏହା ୮୭ ରହିଥିବା ସେ ସୂଚନା ଦେଇଛନ୍ତି। ମଶାବଂଶ ଯେପରି ବୃଦ୍ଧି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଡେଙ୍ଗୁ ସହିତ କରୋନା ମହାମାରୀ ମୁକାବିଲା ଲାଗି ସେ କହିଛନ୍ତି ଯେ, ମାସ୍କ୍‌ ପିନ୍ଧିବା ସହିତ କରୋନା ମାର୍ଗଦର୍ଶିକା ଏବଂ ସାମାଜିକ ଦୂରତା ନିୟମ ପାଳନ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣରୁ ଦୂରେଇ ରହିହେବ। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ୩୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଦିଲ୍ଲୀରେ କରୋନା ସଂକ୍ରମଣ ହାର ୦.୬ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ବେଲଗାମ, ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୧୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ଜନ୍ମଦିନରେ ନଡ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୧୨: ଭାଜପା ସଭାପତି ଜେପି ନଡ୍ଡା ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଡାଙ୍କୁ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇ...

ସୋନାଲି ଫୋଗାଟ ମୃତ୍ୟୁ ମାମଲା: ପରିବାରର ଦାବି ସମ୍ପତ୍ତି ପାଇଁ କରାଯାଇଛି ହତ୍ୟା, ଝିଅର ଜୀବନ ପ୍ରତି ରହିଛି ବିପଦ

ପଣଜୀ,୨୭ ।୮: ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ତଥା ଟିକ୍‌ଟକ୍ ଷ୍ଟାର ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତାଙ୍କର ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୋନାଲିଙ୍କ...

ଦେଶରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା ହୋଇଛି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪।୫: ଦେଶର କରୋନା ସଂକ୍ରମଣ ରୋକିବା ପାଇଁ ନମୁନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ସୋମବାର ସୁଦ୍ଧା ୧୧ ଲକ୍ଷ ୭ ହଜାର ୨୩୩ ଲୋକଙ୍କ...

କେଜ୍ରିଓ୍ବାଲଙ୍କ ମିଶନ ପଞ୍ଜାବ, ସମସ୍ତଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟସେବା…

ଚଣ୍ଡିଗଡ଼,୩୦।୯: ପଞ୍ଜାବରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ଜାରି ରଖିଛି। ମିଶନ ପଞ୍ଜାବ ଅନ୍ତର୍ଗତ...

ମାୟାବତୀଙ୍କୁ ଝଟକା: ୨ ବଡ଼ ନେତା ଭାଜପାରେ ହେଲେ ସାମିଲ

ଲକ୍ଷ୍ନୌ,୨୪।୭: ବିଏସପି ମୁଖ୍ୟ ମାୟାବତୀଙ୍କୁ ଝଟକା ଲାଗିଛି। ଆଗ୍ରାସ୍ଥିତ ଦକ୍ଷିଣ ବିଧାନସଭାରୁ ବିଏସପି ପ୍ରତ୍ୟାଶି ରବି ଭରଦ୍ୱାଜ ଏବଂ ଖେରାଗଡରୁ ଗଙ୍ଗାଧର କୁଶୱା ଲକ୍ଷ୍ନୌରେ ଭାଜପାରେ...

ଗୁଜରାଟରେ ବିକ୍ଷୋଭ ଅପରାଧ

ନୂଆଦିଲ୍ଲୀ,୫ା୧: ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି)ର ଧାରା ୧୪୪ ଜାରି ହୋଇଥିବା ସ୍ଥାନରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ...

୫୦୦ ଶହ ଟଙ୍କିଆ ନୋଟ ବନ୍ଦ ହେବ କି ? ସ୍ପଷ୍ଟୀକରଣ ଦେଲେ ସରକାର…

ନୂଆଦିଲ୍ଲୀ,୨୫।୭ : ନୂତନ ୨୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଲୋକଙ୍କ ମନରେ ଏକ ଭୟ ରହିଛି ସରକାର ମଧ୍ୟ ୫୦୦ ଟଙ୍କିଆ...

Advertisement
Archives

Model This Week