Posted inଜାତୀୟ

ଡେଙ୍ଗୁ ବିରୋଧରେ ଲଢ଼େଇ, ସରକାର ଜାରି କଲେ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ…

ନୂଆଦିଲ୍ଲୀ,୨୨।୯: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଡେଙ୍ଗୁ ବିରୋଧୀ ଲଢେଇକୁ ଜୋରଦାର କରିବା ଲାଗି ନୂଆ ଅଭିଯାନ ଘୋଷଣା କରାଯାଇଛି। ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏହା ଅନ୍ତର୍ଗତ ସରକାର ପ୍ରତି ଜନସାଧାରଣଙ୍କୁ ୧୦ ସପ୍ତାହ ପାଇଁ ରାତ୍ର ୧୦ଟାରେ ୧୦ ମିନିଟ ଲାଗି ଘର ଚାରିପଟେ ଅବା ନିକଟରେ ପାଣି ଜମିଛି କି ନାହିଁ ତାହା ଯାଞ୍ଚ୍‌ କରିବାକୁ କୁହାଯାଇଛି।

ପ୍ରତି ରବିବାର ଏଭଳି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮ ଥିବାବେଳେ ଚଳିତ ବର୍ଷ ଏହା ୮୭ ରହିଥିବା ସେ ସୂଚନା ଦେଇଛନ୍ତି। ମଶାବଂଶ ଯେପରି ବୃଦ୍ଧି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଡେଙ୍ଗୁ ସହିତ କରୋନା ମହାମାରୀ ମୁକାବିଲା ଲାଗି ସେ କହିଛନ୍ତି ଯେ, ମାସ୍କ୍‌ ପିନ୍ଧିବା ସହିତ କରୋନା ମାର୍ଗଦର୍ଶିକା ଏବଂ ସାମାଜିକ ଦୂରତା ନିୟମ ପାଳନ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣରୁ ଦୂରେଇ ରହିହେବ। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ୩୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଦିଲ୍ଲୀରେ କରୋନା ସଂକ୍ରମଣ ହାର ୦.୬ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri