Posted inଫୁରସତ

ଦୁଇ ହାତୀ ଛୁଆଙ୍କ ମଧ୍ୟରେ ଲଢେଇ

ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହଁରେ କନା ଗୁଡାଇ ବୁଲୁଛି ତ ଆଉବେଳେ ବାଘ ମଣିଷ ଭିତରେ ଥିବା ଭଲ ପାଇବାର ସମ୍ପର୍କ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ଲୋକଙ୍କ ମନକୁ ବେଶ ଛୁଇଁଛି। ଏହି ଭିଡିଓରେ ଦୁଇ ହାତୀ ଛୁଆ ଲଢେଇ କରୁଥିବା ଦେଖିବାକୁ ମିଳିଛି।
ଭାରତୀୟ ବନବିଭାଗ ଅଧିକାରୀ ସୁଧା ରମଣ ଏହି ଭିଡିଓଟିକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି, ପ୍ରକୃତ ବନ୍ଧୁମାନଙ୍କୁ ସମର୍ପିତ, ଯେଉଁମାନେ ସର୍ବଦା ଆମ ପାଖରେ ଛିଡା ହୁଅନ୍ତି।

ଭିଡିଓରେ, ଦୁଇଟି ହାତୀ ଛୁଆ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ ଛୁଆ ହାତୀ ଅନ୍ୟଟିକୁ ନିଜ ଶୁଣ୍ଢରେ ହଇରାଣ କରୁଛି। ଅନ୍ୟ ଛୁଆ ହାତୀଟି କାଠର ଅନ୍ୟପାର୍ଶ୍ୱରେ ଛିଡା ହୋଇଛି। କିଛି ସମୟ ପରେ ୨ୟ ହାତୀଟି ମଧ୍ୟ କାଠ ସାମ୍ନାକୁ ଆସି ପ୍ରଥମ ହାତୀକୁ ହଇରାଣ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ...

୧ ଗ୍ରାମ୍‌ ମାଛକୁ ହୋଇଥିଲା ଟ୍ୟୁମର: ୯ ହଜାର ଖର୍ଚ୍ଚକରି ଅପରେଶନ କଲେ ମାଲିକ

ଇଂଲଣ୍ଡର ବ୍ରିଷ୍ଟୋଲସ୍ଥିତ ଭେଟ୍‌ସ ଭେଟେରିନାରି ହସ୍ପିଟାଲର ଡା. ଏକ ମାଛର ଅପରେଶନ କରି ପେଟରୁ ଟ୍ୟୁମର ବାହାର କରିଛନ୍ତି। ମାଛର ଓଜନ ୧ ଗ୍ରାମ ହେବ।...

ଗୋଟିଏ ଅଣ୍ଡାର ଦାମ୍‌ ଜାଣିଲେ…

ଆଜିର ଦୁନିଆରେ ସମସ୍ତ ଜିନିଷ ମହଙ୍ଗା, କିନ୍ତୁ କିଛି ଜିନିଷ ଅଛି ଯାହା ଗୁଣବତ୍ତା ଅନୁଯାୟୀ ସଠିକ୍‌ ମୂଲ୍ୟରେ ବିକ୍ରି ହେଉଛି। ଏହି ଜିନିଷ ମଧ୍ୟରେ...

ରହସ୍ୟମୟ ମନ୍ଦିର, ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ କବାଟ

ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା...

ମୃତ୍ତିକା ଉପରେ ପରିବର୍ତ୍ତିତ ଜଳବାୟୁର ପ୍ରଭାବ

ମୃତ୍ତିକା ପୃଥିବୀ ପୃଷ୍ଠର ଏକ ବୃହତ ଅଂଶ, ଯାହା ଉଭୟ ପ୍ରାଣୀ ଏବଂ ଉଦ୍ଭିଦଙ୍କର ବାସସ୍ଥଳୀ। ମୃତ୍ତିକାରେ ଉଦ୍ଭିଦ ବଢ଼ି ଆମକୁ ଖାଦ୍ୟ, ବସ୍ତ୍ର, ଔଷଧ,...

ନବବିବାହିତଙ୍କ ପାଇଁ କାହିଁକି ହୁଏ ହନିମୁନ୍‌…

ବୈବାହିକ ଜୀବନକୁ ନେଇ ପ୍ରତ୍ୟେକ ଯୁବତୀ ଯୁବକ କେତେ ସ୍ବପ୍ନ ଦେଖିଥାନ୍ତି । ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ କରିଥାନ୍ତି ସବୁପ୍ରକାର ଚେଷ୍ଟା ।...

ଏମିତି ଗାଁ, ଯେଉଁଠି ବାସ କରନ୍ତି କେବଳ ବାମନ

ପିଲାଦିନେ ‘ଗୁଲିଭର’ କାହାଣୀ ପଢ଼ିଥିବେ। ଏହି କାହାଣୀରେ ‘ଗୁଲିଭର’ ଲିଲିପୁଟ ନାମକ ଏକ ଦ୍ୱୀପ ସମ୍ପର୍କରେ ଜାଣିଥିବେ। ଏଠାରେ ୧୫ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଲୋକ...

କୋଭିଡ-୧୯କୁ ନେଇ ପ୍ରତିଯୋଗିତା, ଜିତିଲେ ମିଳିବ ୩୭ କୋଟି ଟଙ୍କା

ଏବେ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି। ପାଖାପାଖି ୨୧୪ ଦେଶରେ ଏହି ମହାମାରୀ ତାଣବ ରଚିଛି। କରୋନା ଟେଷ୍ଟ ପାଇଁ ସମୟ...

Advertisement
Archives

Model This Week