ରାତିରେ ଝଗଡ଼ା, ସକାଳେ ମିଳିଲା ମୃତଦେହ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାତିରେ ଝଗଡ଼ା, ସକାଳେ ମିଳିଲା ମୃତଦେହ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ମୁଣ୍ଡା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି। ମଙ୍ଗଳବାର ମୃତଦେହକୁ ସ୍ତ୍ରୀ ସ୍ବର୍ଗରଥରେ ନେଇଯାଉଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ତାହାକୁ ଜବତ କରିଛି। ମୃତକ ହେଲେ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ପଣସପାର ଗ୍ରାମର ଶ୍ୟାମା ମୁଣ୍ଡାରି (୫୦)। ଅତିରିକ୍ତ ଥାନା ଅଧିକାରୀ ଅଶ୍ୱିନୀ କୁମାର ଜେନା ଓ ଜୋନ୍‌-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚ ସହ ନମୁନା ସଂଗ୍ରହ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅପରପକ୍ଷରେ ଶ୍ୟାମାଙ୍କୁ ତାଙ୍କ ସ୍ତ୍ରୀ ପିଟିପିଟି ହତ୍ୟା କରିଥିବା ମୃତକଙ୍କ ସାନ ଭାଇ ସଂଗ୍ରାମ ମୁଣ୍ଡାରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା(ନଂ.୪୦୫/୨୧) ରୁଜୁ କରିବା ସହ ମୃତକଙ୍କ ସ୍ତ୍ରୀ ଝିଙ୍କି ମୁଣ୍ଡାରି(୬୦)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ଜୋନ୍‌ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି, ମୃତଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ଠେଲାପେଲାରେ ଶ୍ୟାମା ପଡିଯାଇଥିବା ଓ ହୃଦ୍‌ଘାତ କିମ୍ବା ନିଶା ସେବନ ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ଝିଙ୍କି ଗାଁରୁ ଭୁବନଶ୍ୱେର ଚାଲିଆସି ନିଜ ଦିଅର ଶ୍ୟାମାଙ୍କୁ ବିବାହ କରି ମୁଣ୍ଡା ବସ୍ତିରେ ରହୁଥିଲେ। ଉଭୟେ ଏଠାରେ ରହି ବିଏମ୍‌ସିର ଠିକା କର୍ମଚାରୀ ଭାବେ କାମ କରୁଥିଲେ। ଅନେକ ସମୟରେ ଉଭୟେ ନିଶାଦ୍ରବ୍ୟ ସେବନ କରି ମାରପିଟ୍‌ ଲାଗନ୍ତି। ରବିବାର ରାତିରେ ନିଶା ସେବନ କରି ଝିଙ୍କି ଓ ଶ୍ୟାମା ଝଗଡା ଲାଗିଥିଲେ। ଏହି ସମୟରେ ଶ୍ୟାମା ତଳେ ପଡିଯାଇଥିଲେ। ଶ୍ୟାମାଙ୍କୁ ବସ୍ତିର ୩ ଜଣ ଲୋକ ଖଟରେ ଶୋଇଦେଇ ଚାଲିଯାଇଥିଲେ। ସେହି ସମୟରେ ଶ୍ୟାମାଙ୍କର ମୃତ୍ୟୁ ହୋଇଥାଇପାରେ। ଝିଙ୍କି ଜାଣିବା ପରେ ଭୟରେ ପୋଲିସକୁ ନ ଜଣାଇ ମୟୂରଭଞ୍ଜରେ ରହୁଥିବା ତାଙ୍କ ଜ୍ୱାଇଁଙ୍କୁ ଖବର ଦେଇଥିଲେ। ସେ ଆସିବା ପରେ ଶବବୁହା ଗାଡ଼ି ସ୍ବର୍ଗରଥରେ ନେଇଯାଉଥିବାବେଳେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri