ମା’ ପୁଅ ସମେତ ୧୫ ଗିରଫ

ଭୁବନେଶ୍ୱର ୧୭।୯ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା କାରବାର ବଢି ଚାଲିଛି। ନିଶା କବଳରେ ପଡି ସହରର ଯୁବପିଢି ବିଭିନ୍ନ ଆପରାଧିକ କାର୍ଯ୍ୟରେ ସାମିଲ ହେଉଛନ୍ତି। ତେଣୁ ନିଶା କାରବାର ରୋକିବା ପାଇଁ କମିଶନରେଟ ପୋଲିସ ଟିମ୍‌ ସ୍ବତନ୍ତ୍ର ଅଭିଯାନ ଚାଲିଛି। ବୁଧବାର ଓ ଗୁରୁବାର ବିଭିନ୍ନ ଥାନା ଅଞ୍ଚଳରୁ ମୋଟ ୨୦ରୁ ଅଧିକ ନିଶାବେପାରୀଙ୍କୁ ଗିରଫ କରାଯାଇଥିବାବେଳେ ଶୁକ୍ରବାର ୧୦ ଥାନା ପକ୍ଷରୁ ମା’ପୁଅଙ୍କ ସହ ଆଉ ୧୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମୋଟ ୧୪୭ ଗ୍ରାମ ବ୍ରାଉନସୁଗାର, ୪ ହଜାର ୩୦୦ ଟଙ୍କା ଓ ୨୬.୪୪୮ କେଜି ଗଞ୍ଜେଇ ଜବତ କରାଯାଇଛି ।
ଏୟାରପୋର୍ଟ ଥାନା ପୋଲିସ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ପୁରୀ ଜିଲାର ଦୀପକ ମହାପାତ୍ରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୨.୩୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ସେହିପରି କ୍ୟାପିଟାଲ ଥାନା ପୋଲିସ ୟୁନିଟ୍‌-୬ କାଳିମନ୍ଦିର ବସ୍ତିରେ ରହୁଥିବା ନୟାଗଡର ମହାଦେବ ନାୟକଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ସେହିଭଳି ନନ୍ଦନକାନନ ଥାନା ପୋଲିସ ରଘୁନାଥପୁର ଗ୍ରାମର ପଞ୍ଚାନନ ରାଉତ ଓ ଦୀପକ ଜେନାଙ୍କଠାରୁ ୨୨ ଗ୍ରାମ ବ୍ରାଉନସୁଗାର ଓ ୫୦୦ ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ପୋଲିସ ହଳଦିପଡିଆ ବସ୍ତିର ପ୍ରମୋଦ କୁମାର ମହାନ୍ତିଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଭରତପୁର ପୋଲିସ କଟକ ଜିଲା ବାଙ୍କୀ ଥାନା ଅଞ୍ଚଳର ବନମାଳୀ ସାହୁ ଓ ଖୋର୍ଦ୍ଧା ଜିଲାର ସୁକାନ୍ତ ବେହେରାଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୧୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଇନ୍‌ଫୋସିଟି ଥାନା ପୋଲିସ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ପ୍ରୀତିରଞ୍ଜନ ବିଶ୍ୱାଳ, ଖୋର୍ଦ୍ଧା ଜିଲାର ସେକ୍‌ ଆଶିକୁଲଙ୍କୁ ଗିରଫ କରିବା ସହ ୧୮ ଗ୍ରାମ ବ୍ରାଉନସୁଗାର ଓ ନଗଦ ୭୯୦ ଟଙ୍କା ଜବତ କରିଛି। ତମାଣ୍ଡୋ ଥାନା ପୋଲିସ ୨୧.୧୦ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଖୋର୍ଦ୍ଧା ଜିଲାର ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛି। ସେହିଭଳି ଏୟାରଫିଲ୍ଡ ଥାନା ପୋଲିସ ସୁନ୍ଦରପଦା କପିଳପ୍ରସାଦ ଅଞ୍ଚଳର ବଳରାମ ସାହୁ ନାମକ ଜଣେ ବୃଦ୍ଧଙ୍କୁ ଗିରଫ କରିବା ସହ ୧୧.୯୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ୩ ହଜାର ୧୦ ଟଙ୍କା ଜବତ କରିଛି। ଅନ୍ୟପଟେ ବେଆଇନ ଭାବେ ଗଞ୍ଜେଇ ବେପାର କରୁଥିବାବେଳେ ନୟାପଲ୍ଲୀ ଥାନା ପୋଲିସ ମା’ ଓ ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ବାଜପେୟୀ ନଗରର ଚନ୍ଦୁରୀ ନାୟକ ଓ ସିଲୁ ନାୟକ। ସେମାନଙ୍କଠାରୁ ୨୧.୬୨୫ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଚନ୍ଦକା ଥାନା ପୋଲିସ ୪ କେଜି ୮୨୩ ଗ୍ରାମ ଗଞ୍ଜେଇ ଓ ଗୋଟିଏ ସ୍କୁଟି ଜବତ କରିଥିବାବେଳେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଥାନା ଅଞ୍ଚଳର ପ୍ରତାପ ନାୟକ ଓ ଅଭିମନ୍ୟୁ ବଡଜେନା।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?