Posted inଖେଳ

ଫିଫା ୱାର୍ଲଡ କପ୍‌ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ

ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍‌ବଲ ପାଓ୍ବାର ହାଉସ୍‌ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି। ଏଥିସହ ବ୍ରାଜିଲ ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ରେ କ୍ରମାଗତ ୫ଟି ବିଜୟ ହାସଲ କରିଛି। ବ୍ରାଜିଲ ଏହି ରାଉଣ୍ଡ ରବିନ ଟୁର୍ନାମେଣ୍ଟରେ ୧୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ୧୧ ପଏଣ୍ଟ ପାଇଛି। ୨୦୨୨ରେ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ ପାଇଁ ବ୍ରାଜିଲ ସିଧାସଳଖ ଯୋଗ୍ୟତା ହାସଲ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଦକ୍ଷିଣ ଆମେରିକାରୁ ୪ଟି ଶ୍ରେଷ୍ଠ ଦଳ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବେ।
ସ୍ଥାନୀୟ ବେରା- ରିଓ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏହି କାତାର ବିପକ୍ଷ ମ୍ୟାଚରେ ବ୍ରାଜିଲ ପ୍ରଭାବ ବିସ୍ତାର କରି ଖେଳିଥିଲା। ବ୍ରାଜିଲ ତରଫରୁ ୬୫ତମ ମିନିଟ୍‌ରେ ରିଚାର୍ଲିଶନ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ। ସେହିପରି ମ୍ୟାଚ୍‌ର ଶେଷ ମୁହୂର୍ତ୍ତରେ ଅର୍ଥାତ ଇଞ୍ଜୁରୀ ଟାଇମର ଚତୁର୍ଥ ମିନିଟ୍‌ରେ ପେନାଲ୍ଟି ଜରିଆରେ ନେମାରେ ଏକ ଚମତ୍କାର ଗୋଲ କରି ଦଳକୁ ୨-୦ ରେ ଜିତାଇଥିଲେ। ଅବଶ୍ୟ କୋଭିଡ୍‌-୧୯ ମହାମାରୀ କାରଣରୁ ଖେଳାଳିମାନେ ଏହି ମ୍ୟାଚ୍‌ ଖେଳିବାକୁ କୁଣ୍ଠାପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଲ୍ମ ସ୍ପାଇଡର୍‌-ମ୍ୟାନରେ ଭଏସ୍‌ ଦେଉଛନ୍ତି ଶୁବମାନ ଗିଲ

ନୂଆଦିଲ୍ଲୀ,୮।୫: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ତେବେ ଏଥର ସେ ସମ୍ପୂର୍ଣ୍ଣ ଭିନ୍ନ କାରଣରୁ ହେଡଲାଇନରେ ଅଛନ୍ତି। ବର୍ତ୍ତମାନର...

ଫେଲ୍‌ ମାରିଲା ତାରକା ଖଚିତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍‌

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍‌ ମାରିଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅଫ୍‌। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...

ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ: ଟିକେଟ ବିକ୍ରି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆଯିବ

ଭୁବନେଶ୍ୱର,୩୧।୫(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଆୟୋଜନ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ଟିକେଟ ବିକ୍ରିରୁ ଉପାର୍ଜିତ ହେବାକୁଥିବା ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି...

ବିଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର,୨୮ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ଓମେନ୍ସ ଲିଗ୍‌ ରବିବାର ଆରମ୍ଭ ହୋଇଛି। ପ୍ରଥମକରି ଭାଗ ନେଇଥିବା...

ପାରା ଅଲିମ୍ପିକ୍ସ ପାଇଁ ଜୟନ୍ତୀଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି) – କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡାଜଗତ ଆତଙ୍କିତ ଅବସ୍ଥାରେ ଥିବାବେଳେ ଗୁରୁବାର ଓଡ଼ିଶା କ୍ରୀଡ଼ାକୁ ମିଳିଛି ଏକ ଖୁସି ଖବର।...

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ

ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍‌ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ...

ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ

ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ...

Advertisement
Archives

Model This Week