Posted inଖେଳ

ଫିଫା ବିଶ୍ୱକପ୍‌: ଡୋପିଙ୍ଗ୍‌ ପାଇଁ ମୋଓ୍ବାଲାଦ୍‌ ବାଦ୍‌

କାତାର ବିଶ୍ୱକପ୍‌ ପାଇଁ ୨୬ ଜଣିିଆ ସୌଦି ଆରବ ଫୁଟ୍‌ବଲ ଦଳ ଘୋଷଣାର ୪୮ ଘଣ୍ଟା ନ ପୂରୁଣୁ ଡୋପିଙ୍ଗ୍‌ ମାମଲା ଯୋଗୁ ଓ୍ବିଙ୍ଗର ଫହାଦ୍‌ ଅଲ୍‌-ମୋଓ୍ବାଲାଦ୍‌ ବାଦ୍‌ ପଡ଼ିଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ବରୂପ ମୋଓ୍ବାଲାଦ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ହର୍ଭେ ରେନାର୍ଡ ତାଙ୍କ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ ଫେବୃୟାରୀରେ ଡୋପିଙ୍ଗ୍‌ ପଦାର୍ଥ ଫୁରୋସେମାଇଡ୍‌ ପାଇଁ ଏହି ଖେଳାଳିଙ୍କୁ ମେ’ରେ ୧୮ ମାସ ପାଇଁ ସସ୍‌ପେଣ୍ଡ କରାଯାଇଥିଲା। ସୌଦି ମିଡିଆ ରିପୋର୍ଟ ପକ୍ଷରୁ କୁହାଯାଇଛି, ୨୮ ବର୍ଷୀୟ ମୋଓ୍ବାଲାଦ୍‌ ଯେପରି କାତାରରେ ଖେଳିବା ପାଇଁ ମନୋନୀତ ହେବେ ସେଥିପାଇଁ ତାଙ୍କ ବାସନ୍ଦ ଦଣ୍ଡକୁ ହ୍ରାସ କରାଯାଇଥିଲା। ସେ ଦ୍ୱିତୀୟଥର ବିଶ୍ୱକପ୍‌ ଖେଳିବାକୁ ଯାଉଥିଲେ। ମାତ୍ର ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି(ଓ୍ବାଡା) ସୌଦି ଆରବ ଦଳ ମନୋନୟନ ପୂର୍ବରୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ମୋଓ୍ବାଲାଦ୍‌ଙ୍କୁ ଦୀର୍ଘ ସମୟ ଅଯୋଗ୍ୟ ଘୋଷଣା କରିବା ଲାଗି କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ଅପିଲ କରିଛି। କାତାର ଫୁଟ୍‌ବଲ ବିଶ୍ୱକପ୍‌ ଗ୍ରୁପ୍‌-‘ସି’ରେ ସୌଦି ଆରବ ଏହାର ପ୍ରଥମ ମ୍ୟାଚ୍‌ ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍‌ ଆର୍ଜେଣ୍ଟିନାକୁ ଭେଟିବ। ଏହାର ଅଳ୍ପ ଦିନ ପୂର୍ବରୁ ମୋଓ୍ବାଲାଦ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ସୌଦି ଆରବ ପରେ ନଭେମ୍ବର ୨୬ରେ ପୋଲାଣ୍ଡ ଓ ୩୦ରେ ମେକ୍ସିକୋ ସହ ମୁକାବିଲା କରିବ। ରେନାର୍ଡ ବର୍ତ୍ତମାନ ଅଲ୍‌-ଶାବାବରେ ମୋଓ୍ବାଲାଦଙ୍କ ଜଣେ କ୍ଲବ ଟିମ୍‌ମେଟ୍‌ ନାଓ୍ବାଫ୍‌ ଅଲ୍‌ ଆବିଦ୍‌ଙ୍କୁ ସୌଦି ଆରବ ଫୁଟ୍‌ବଲ ଦଳରେ ସାମିଲ କରିଛନ୍ତି। ମୋଓ୍ବାଲାଦ ଦଶନ୍ଧି ଧରି ଅଲ୍‌ ଇତିହାଦ୍‌ ଦଳରେ ଖେଳିବା ପରେ ଏହି ସିଜନରେ ଅଲ୍‌ ଶାବାବ୍‌ ଦଳରେ ଯୋଗଦେଇଛନ୍ତି। ୨୦୧୮ ବିଶ୍ୱକପ୍‌ ପରେ କିଛିଦିନ ସେ ଲୋନ୍‌ଭିତ୍ତିରେ ସ୍ପେନ୍‌ର ଲେଭାଣ୍ଟି ଦଳରେ ଖେଳିଥିଲେ। ଗତ ବିଶ୍ୱକପ୍‌ରେ ମୋଓ୍ବାଲାଦ ଗ୍ରୁପ୍‌ ପର୍ଯ୍ୟାୟର ସମସ୍ତ ତିନୋଟି ମ୍ୟାଚ୍‌ ଖେଳିଥିଲେ। ଇଜିପ୍ଟକୁ ପରାସ୍ତ କରିବା ପୂର୍ବରୁ ରୁଷିଆ ଓ ଉରୁଗୁଏଠାରୁ ହାରିଯାଇଥିଲା ସୌଦି ଆରବ।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?