Posted inଖେଳ

ଫିଫା ମହିଳା ବିଶ୍ୱକପ୍‌: ରାଇଜିଂ ଷ୍ଟାର୍‌

ଚଳିତ ମହିଳା ଫିଫା ବିଶ୍ୱକପରେ ଅନେକ ଯୁବ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଏପରି କେତେଜଣ ଖେଳାଳିଙ୍କୁ ନେଇ ଏହି ଉପସ୍ଥାପନା…

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଜାରି ରହିଛି ମହିଳା ଫୁଟବଲ ବିଶ୍ୱକପ ୨୦୨୩। ଏହି ବିଶ୍ୱକପରୁ ଆମେରିକା ଓ ବ୍ରାଜିଲ ପରି ଶକ୍ତିଶାଳୀ ଦଳ ବିଦା ହୋଇଛନ୍ତି। ଇଂଲଣ୍ଡ ଓ ସ୍ପେନ୍‌ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ ମଧ୍ୟ କରିଛନ୍ତି। କିମ୍ବଦନ୍ତୀ ଖେଳାଳି ଭାବରେ ବ୍ରାଜିଲର ମାର୍ଟା, କାନାଡାର କ୍ରିଷ୍ଟିନ୍‌ ସିନ୍‌କ୍ଲେୟାର ଓ ଆମେରିକାର ମେଗାନ୍‌ ରାପିନୋ ଖେଳିଛନ୍ତି ନିଜର ଅନ୍ତିମ ବିଶ୍ୱକପ। ତେବେ ଏହି ମହାନ୍‌ ଖେଳାଳିମାନଙ୍କ କ୍ୟାରିୟରର ସାୟାହ୍ନରେ ଅନେକ ଯୁବ ଖେଳାଳିଙ୍କ ଆବିର୍ଭାବ ଘଟିଛି। ମାତ୍ର ୧୬ ବର୍ଷ ୨୬ ଦିନରେ ଦକ୍ଷିଣ କୋରିଆର କେସି ଫେୟାର ସର୍ବକନିଷ୍ଠ ଖେଳାଳି ଭାବରେ ପଦାର୍ପଣ କରିଛନ୍ତି। ଏହି ଯୁବ ପ୍ରତିଭାମାନଙ୍କ ମଧ୍ୟରୁ ଅନେକଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଚଳିତ ସଂସ୍କରଣରେ ପ୍ରଭାବିତ କରିଥିବା ଇଂଲଣ୍ଡର ଲରେନ୍‌ ଜେମ୍ସ, କଲମ୍ବିଆର ଲିଣ୍ଡା କାଇସେଡୋ, ଅଷ୍ଟ୍ରେଲିଆର ମେରୀ ଫାଓଲର, ଆମେରିକାର ସୋଫିଆ ସ୍ମିଥ୍‌ ଓ ହାଇତିର ମେଲ୍‌ଚି ଡୁମୋରନେଙ୍କ ପରି ଖେଳାଳିଙ୍କୁ ନେଇ ଏକ ଆଲେଖ୍ୟ…

ଲରେନ୍‌ ଜେମ୍ସ
ଇଂଲଣ୍ଡ ଦଳ ପକ୍ଷରୁ ଖେଳୁଥିବା ଚେଲ୍‌ସୀ ଷ୍ଟାର ଲରେନ୍‌ ଜେମ୍ସଙ୍କ ବିଶ୍ୱକପ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଛି। ୨୧ ବର୍ଷୀୟ ଲରେନ୍‌ ହାଇତି ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବେଞ୍ଚରେ ବସିଥିଲେ। ଡେନମାର୍କ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ଖେଳିବାକୁ ସୁଯୋଗ ପାଇଥିବା ବେଳେ ମ୍ୟାଚ୍‌ର ୬ଷ୍ଠ ମିନିଟରେ ଏକ ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଚାଇନା ବିପକ୍ଷ ମ୍ୟାଚ୍‌ରେ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ୩ଟି ଆସିଷ୍ଟରେ ସାମିଲ ଥିଲେ। ତାଙ୍କର ସାଇଡ୍‌ ଫୁଟେଡ୍‌ ଭଲି ଗୋଲ ଅଫ୍‌ ଟୁର୍ନାମେଣ୍ଟର ଦାବିଦାର ରହିଥିବା ବେଳେ ନାଇଜେରିଆ ବିପକ୍ଷ ରାଉଣ୍ଡ ଅଫ୍‌ ୧୬ ମିନିଟରେ ନାଇଜେରିଆ ଡିଫେଣ୍ଡର ମିଚେଲ ଆଲୋଜିଙ୍କୁ ଫାଉଲ ମାରି ରେଡକାର୍ଡ ପାଇଥିଲେ। ଫଳରେ ଲରେନ କ୍ୱାର୍ଟର ଫାଇନାଲ ମ୍ୟାଚରୁ ବାଦ୍‌ପଡିଥିଲେ। ତେବେ ସେମିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇଥିଲେ।

ଲିଣ୍ଡା କାଇସେଡୋ
ଜରାୟୁ କର୍କଟରେ ପୀଡ଼ିତ ଥିବା ତଥା ଏଥିରୁ ସୁସ୍ଥ ହୋଇ ଫେରିଥିବା ଲିଣ୍ଡା ଚଳିତ ବିଶ୍ୱକପରେ କଲମ୍ବିଆ ଦଳର ମେରୁଦଣ୍ଡ ରହିଥିଲେ। ୧୮ ବର୍ଷୀୟା ରିୟଲ ମାଡ୍ରିଡ୍‌ ଫରଓ୍ବାର୍ଡଙ୍କ ପ୍ରଦର୍ଶନ ବଳରେ କଲମ୍ବିଆ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ନିକଟରୁ ପରାଜିତ ହୋଇ ବିଦାୟ ନେଇଛି। ଜର୍ମାନୀକୁ ୨-୧ରେ ପରାସ୍ତ କରିବାରେ କାଇସେଡୋଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ମେରୀ ଫାଓଲର
ଅଷ୍ଟ୍ରେଲିଆର ଅନୁଭବୀ ଷ୍ଟ୍ରାଇକର ସାମ୍‌ କେର୍‌ ଆହତ ହୋଇ ଖେଳି ପାରି ନ ଥିଲେ। ତେବେ ୨୦ ବର୍ଷୀୟ ଫାଓଲର ଏହି ସୁଯୋଗର ଫାଇଦା ଉଠାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସେ ଗୋଟିଏ ଲେଖାଏ ଗୋଲ ଓ ଆସିଷ୍ଟ କରିଥିଲେ। ତେବେ କ୍ୱାର୍ଟର ଫାଇନାଲ ମ୍ୟାଚରେ କେର୍‌ ଫିଟ୍‌ ହେବା ପରେ ମଧ୍ୟ ଫାଓଲର ଦ୍ୱିତୀୟ ଷ୍ଟ୍ରାଇକର ଭାବରେ ମ୍ୟାଚ୍‌ ଖେଳିଥିଲେ।

ସୋଫିଆ ସ୍ମିଥ
ଆମେରିକାର ତାରକା ଖଚିତ ଲାଇନ୍‌ଅପ୍‌ରେ ୨୨ ବର୍ଷୀୟା ସୋଫିଆ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି। ଆମେରିକାର ଓପନିଂ ଗେମ୍‌ରେ ଦୁଇଟି ଗୋଲ୍‌ ସ୍କୋର କରିଥିଲେ ସୋଫିଆ। ତେବେ ସ୍ବିଡେନ୍‌ ବିପକ୍ଷ ମ୍ୟାଚ୍‌ରେ ଏକ ସ୍ପଟ୍‌ କିକ୍‌ ମିସ୍‌ କରିଥିଲେ ସୋଫିଆ। ଏହି ମ୍ୟାଚରେ ଅତିରିକ୍ତ ସମୟରେ ଆଲେକ୍ସ ମୋର୍ଗାନଙ୍କୁ ସବ୍‌ଷ୍ଟିଚ୍ୟୁଟ କରି କୋଚ୍‌ ସୋଫିଆଙ୍କୁ ସାମିଲ କରିଥିଲେ।

ମେଲଚି ଡୁମୋର୍‌ନେ
ହାଇତି ଏହାର ପ୍ରଥମ ବିଶ୍ୱକପ ଖେଳୁଥିବା ବେଳେ ମେଲଚି ଡୁମୋର୍‌ନେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୧୯ ବର୍ଷୀୟ ମେଲ୍‌ଚି ଡୁମୋର୍‌ନେ ଗୋଟିଏ ବି ଗୋଲ୍‌ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲେ ମଧ୍ୟ ତାଙ୍କୁ ଇଂଲିଶ କ୍ଲବ୍‌ ଲିଓନ୍‌ରେ ସୁଯୋଗ ମିଳିଛି।
ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?