Posted inଖେଳ

ଫିଫା ମହିଳା ବିଶ୍ୱକପ୍‌: ରାଇଜିଂ ଷ୍ଟାର୍‌

ଚଳିତ ମହିଳା ଫିଫା ବିଶ୍ୱକପରେ ଅନେକ ଯୁବ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଏପରି କେତେଜଣ ଖେଳାଳିଙ୍କୁ ନେଇ ଏହି ଉପସ୍ଥାପନା…

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଜାରି ରହିଛି ମହିଳା ଫୁଟବଲ ବିଶ୍ୱକପ ୨୦୨୩। ଏହି ବିଶ୍ୱକପରୁ ଆମେରିକା ଓ ବ୍ରାଜିଲ ପରି ଶକ୍ତିଶାଳୀ ଦଳ ବିଦା ହୋଇଛନ୍ତି। ଇଂଲଣ୍ଡ ଓ ସ୍ପେନ୍‌ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ ମଧ୍ୟ କରିଛନ୍ତି। କିମ୍ବଦନ୍ତୀ ଖେଳାଳି ଭାବରେ ବ୍ରାଜିଲର ମାର୍ଟା, କାନାଡାର କ୍ରିଷ୍ଟିନ୍‌ ସିନ୍‌କ୍ଲେୟାର ଓ ଆମେରିକାର ମେଗାନ୍‌ ରାପିନୋ ଖେଳିଛନ୍ତି ନିଜର ଅନ୍ତିମ ବିଶ୍ୱକପ। ତେବେ ଏହି ମହାନ୍‌ ଖେଳାଳିମାନଙ୍କ କ୍ୟାରିୟରର ସାୟାହ୍ନରେ ଅନେକ ଯୁବ ଖେଳାଳିଙ୍କ ଆବିର୍ଭାବ ଘଟିଛି। ମାତ୍ର ୧୬ ବର୍ଷ ୨୬ ଦିନରେ ଦକ୍ଷିଣ କୋରିଆର କେସି ଫେୟାର ସର୍ବକନିଷ୍ଠ ଖେଳାଳି ଭାବରେ ପଦାର୍ପଣ କରିଛନ୍ତି। ଏହି ଯୁବ ପ୍ରତିଭାମାନଙ୍କ ମଧ୍ୟରୁ ଅନେକଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଚଳିତ ସଂସ୍କରଣରେ ପ୍ରଭାବିତ କରିଥିବା ଇଂଲଣ୍ଡର ଲରେନ୍‌ ଜେମ୍ସ, କଲମ୍ବିଆର ଲିଣ୍ଡା କାଇସେଡୋ, ଅଷ୍ଟ୍ରେଲିଆର ମେରୀ ଫାଓଲର, ଆମେରିକାର ସୋଫିଆ ସ୍ମିଥ୍‌ ଓ ହାଇତିର ମେଲ୍‌ଚି ଡୁମୋରନେଙ୍କ ପରି ଖେଳାଳିଙ୍କୁ ନେଇ ଏକ ଆଲେଖ୍ୟ…

ଲରେନ୍‌ ଜେମ୍ସ
ଇଂଲଣ୍ଡ ଦଳ ପକ୍ଷରୁ ଖେଳୁଥିବା ଚେଲ୍‌ସୀ ଷ୍ଟାର ଲରେନ୍‌ ଜେମ୍ସଙ୍କ ବିଶ୍ୱକପ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଛି। ୨୧ ବର୍ଷୀୟ ଲରେନ୍‌ ହାଇତି ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବେଞ୍ଚରେ ବସିଥିଲେ। ଡେନମାର୍କ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ଖେଳିବାକୁ ସୁଯୋଗ ପାଇଥିବା ବେଳେ ମ୍ୟାଚ୍‌ର ୬ଷ୍ଠ ମିନିଟରେ ଏକ ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଚାଇନା ବିପକ୍ଷ ମ୍ୟାଚ୍‌ରେ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ୩ଟି ଆସିଷ୍ଟରେ ସାମିଲ ଥିଲେ। ତାଙ୍କର ସାଇଡ୍‌ ଫୁଟେଡ୍‌ ଭଲି ଗୋଲ ଅଫ୍‌ ଟୁର୍ନାମେଣ୍ଟର ଦାବିଦାର ରହିଥିବା ବେଳେ ନାଇଜେରିଆ ବିପକ୍ଷ ରାଉଣ୍ଡ ଅଫ୍‌ ୧୬ ମିନିଟରେ ନାଇଜେରିଆ ଡିଫେଣ୍ଡର ମିଚେଲ ଆଲୋଜିଙ୍କୁ ଫାଉଲ ମାରି ରେଡକାର୍ଡ ପାଇଥିଲେ। ଫଳରେ ଲରେନ କ୍ୱାର୍ଟର ଫାଇନାଲ ମ୍ୟାଚରୁ ବାଦ୍‌ପଡିଥିଲେ। ତେବେ ସେମିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇଥିଲେ।

ଲିଣ୍ଡା କାଇସେଡୋ
ଜରାୟୁ କର୍କଟରେ ପୀଡ଼ିତ ଥିବା ତଥା ଏଥିରୁ ସୁସ୍ଥ ହୋଇ ଫେରିଥିବା ଲିଣ୍ଡା ଚଳିତ ବିଶ୍ୱକପରେ କଲମ୍ବିଆ ଦଳର ମେରୁଦଣ୍ଡ ରହିଥିଲେ। ୧୮ ବର୍ଷୀୟା ରିୟଲ ମାଡ୍ରିଡ୍‌ ଫରଓ୍ବାର୍ଡଙ୍କ ପ୍ରଦର୍ଶନ ବଳରେ କଲମ୍ବିଆ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ନିକଟରୁ ପରାଜିତ ହୋଇ ବିଦାୟ ନେଇଛି। ଜର୍ମାନୀକୁ ୨-୧ରେ ପରାସ୍ତ କରିବାରେ କାଇସେଡୋଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ମେରୀ ଫାଓଲର
ଅଷ୍ଟ୍ରେଲିଆର ଅନୁଭବୀ ଷ୍ଟ୍ରାଇକର ସାମ୍‌ କେର୍‌ ଆହତ ହୋଇ ଖେଳି ପାରି ନ ଥିଲେ। ତେବେ ୨୦ ବର୍ଷୀୟ ଫାଓଲର ଏହି ସୁଯୋଗର ଫାଇଦା ଉଠାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସେ ଗୋଟିଏ ଲେଖାଏ ଗୋଲ ଓ ଆସିଷ୍ଟ କରିଥିଲେ। ତେବେ କ୍ୱାର୍ଟର ଫାଇନାଲ ମ୍ୟାଚରେ କେର୍‌ ଫିଟ୍‌ ହେବା ପରେ ମଧ୍ୟ ଫାଓଲର ଦ୍ୱିତୀୟ ଷ୍ଟ୍ରାଇକର ଭାବରେ ମ୍ୟାଚ୍‌ ଖେଳିଥିଲେ।

ସୋଫିଆ ସ୍ମିଥ
ଆମେରିକାର ତାରକା ଖଚିତ ଲାଇନ୍‌ଅପ୍‌ରେ ୨୨ ବର୍ଷୀୟା ସୋଫିଆ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି। ଆମେରିକାର ଓପନିଂ ଗେମ୍‌ରେ ଦୁଇଟି ଗୋଲ୍‌ ସ୍କୋର କରିଥିଲେ ସୋଫିଆ। ତେବେ ସ୍ବିଡେନ୍‌ ବିପକ୍ଷ ମ୍ୟାଚ୍‌ରେ ଏକ ସ୍ପଟ୍‌ କିକ୍‌ ମିସ୍‌ କରିଥିଲେ ସୋଫିଆ। ଏହି ମ୍ୟାଚରେ ଅତିରିକ୍ତ ସମୟରେ ଆଲେକ୍ସ ମୋର୍ଗାନଙ୍କୁ ସବ୍‌ଷ୍ଟିଚ୍ୟୁଟ କରି କୋଚ୍‌ ସୋଫିଆଙ୍କୁ ସାମିଲ କରିଥିଲେ।

ମେଲଚି ଡୁମୋର୍‌ନେ
ହାଇତି ଏହାର ପ୍ରଥମ ବିଶ୍ୱକପ ଖେଳୁଥିବା ବେଳେ ମେଲଚି ଡୁମୋର୍‌ନେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୧୯ ବର୍ଷୀୟ ମେଲ୍‌ଚି ଡୁମୋର୍‌ନେ ଗୋଟିଏ ବି ଗୋଲ୍‌ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲେ ମଧ୍ୟ ତାଙ୍କୁ ଇଂଲିଶ କ୍ଲବ୍‌ ଲିଓନ୍‌ରେ ସୁଯୋଗ ମିଳିଛି।
ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri