Posted inଖେଳ

ବାସନ୍ଦ ଉଠାଇଲା ଫିଫା

ଜୁରିଚ୍‌,୨୭ା୮: ପ୍ରଶାସକ କମିଟି (ସିଏଓ)କୁ ସୁପ୍ରିମକୋର୍ଟ କ୍ଷମତାଶୂନ୍ୟ କରିଦେବା ପରେ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବାସନ୍ଦ ଉଠାଇ ଦେଇଛି। ଫଳରେ ଅକ୍ଟୋବରରେ ଭାରତରେ ୧୭ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ନେଇ ସୃଷ୍ଟ ବାଧା ହଟିଛି। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ କାରଣରୁ ଫିଫା ଅଗଷ୍ଟ ୧୫ରେ ଏଆଇଏଫ୍‌ଏଫ୍‌କୁ ସସ୍‌ପେଣ୍ଡ କରିଥିଲା। ଭାରତୀୟ ଫୁଟ୍‌ବଲ ମହାସଂଘ ଏହାର ଦୀର୍ଘ ୮୫ ବର୍ଷ ଇତିହାସରେ ପ୍ରଥମ ଥର ଏଭଳି ଦଣ୍ଡିତ ହୋଇଥିଲା। ଫିଫା କାଉନ୍‌ସିଲ ବ୍ୟୁରୋ ଏହାର ୧୧ ଦିନ ପରେ ଶୁକ୍ରବାର ଏହି ଦଣ୍ଡାଦେଶକୁ ପ୍ରତ୍ୟାହାର କରିଛି। ଏଆଇଏଫ୍‌ଏଫ୍‌ କାର୍ଯ୍ୟନିର୍ବାହୀ କମିଟି ଦାୟିତ୍ୱରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ରହିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ବହିଷ୍କାର କରାଯିବା ଏବଂ ଏଆଇଏଫ୍‌ଏଫ୍‌ ପ୍ରଶାସନ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ ବ୍ୟାପାର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ନିଶ୍ଚିତ ହେବା ପରେ ଫିଫା ଏହି ନିଷ୍ପତ୍ତି ନେଇଛି। ଫଳସ୍ବରୂପ ଯୋଜନା ଅନୁସାରେ ଭାରତ (ଭୁବନେଶ୍ୱର ସମେତ ୩ ଭେନ୍ୟୁ)ରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ହୋଇପାରିବ। ଫିଫା କହିଛି ଏସିଆନ ଫୁଟ୍‌ବଲ କାଉନ୍‌ସିଲ (ଏଏଫ୍‌ସି) ପରିସ୍ଥିତି ଉପରେ ନଜର ରଖିବ। ଏଆଇଏଫ୍‌ଏଫ୍‌ କିପରି ଠିକଣା ସମୟରେ ନିର୍ବାଚନ କରିପାରିବ ସେ ଦିଗରେ ଆବଶ୍ୟକ ସହାୟତା କରିବ। ସୂଚନାଯୋଗ୍ୟ, ସସ୍‌ପେଣ୍ଡ ଆଦେଶର ପୁନଃ ବିଚାର ପାଇଁ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧର୍‌ ମଙ୍ଗଳବାର ଫିଫାର ସେକ୍ରେଟାରି ଜେନେରାଲ ଫାତମା ସାମୋରାଙ୍କୁ ଅନୁରୋଧ କରିଥିଲେ। ଫିଫା ସହିତ ଆଲୋଚନା ପରେ କ୍ରୀଡ଼ା ମନ୍ତ୍ରଣାଳୟ କୋର୍ଟଙ୍କୁ ତାଙ୍କ ମେ’ ୧୮ ଓ ଅଗଷ୍ଟ ୩ ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିବା ଲାଗି ନିବେଦନ କରିଥିଲା।
ସୁପ୍ରିମକୋର୍ଟ ଇତିମଧ୍ୟରେ ଏଆଇଏଫ୍‌ଏଫ୍‌ ପରିଚାଳନା ଦାୟିତ୍ୱରୁ ପ୍ରଶାସକ କମିଟିକୁ ହଟାଇ ଦେଇଥିବା ଏକ ଚିଠି ମାଧ୍ୟମରେ ଧର୍‌ ଜଣାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ.ଆର୍‌. ଡାଭେଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସକ କମିଟି ଗତ ମେ’ ୧୮ରୁ ଏଆଇଏଫ୍‌ଏଫ୍‌ ପରିଚାଳନା ଦାୟିତ୍ୱ ନେବା ପରେ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ବହିଷ୍କାର କରିଥିଲା। ପ୍ରଶାସକ କମିଟିର ଅନ୍ୟ ଦୁଇଜଣ ସଦସ୍ୟ ଥିଲେ ପୂର୍ବତନ ନିର୍ବାଚନ କମିଶନର ଏସ୍‌. ଓ୍ବାଇ. କୁରେଶୀ ଓ ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ଭାସ୍କର ଗାଙ୍ଗୁଲି। ସୁପ୍ରିମକୋର୍ଟ ତାଙ୍କ ରୁଲିଂରେ ଅଗଷ୍ଟ୨୮ରେ ହେବାକୁଥିବା ଏଆଇଏଫ୍‌ଏଫ୍‌ କର୍ମକର୍ତ୍ତା ନିର୍ବାଚନକୁ ସେପ୍ଟେମ୍ବର ୨କୁ ଘୁଞ୍ଚାଇ ଦେଇଛନ୍ତି। ଇଲେକ୍ଟୋରାଲ କଲେଜରେ ପରିବର୍ତ୍ତନ ସହ ସାନି ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri