Posted inଖେଳ

ବାସନ୍ଦ ଉଠାଇଲା ଫିଫା

ଜୁରିଚ୍‌,୨୭ା୮: ପ୍ରଶାସକ କମିଟି (ସିଏଓ)କୁ ସୁପ୍ରିମକୋର୍ଟ କ୍ଷମତାଶୂନ୍ୟ କରିଦେବା ପରେ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବାସନ୍ଦ ଉଠାଇ ଦେଇଛି। ଫଳରେ ଅକ୍ଟୋବରରେ ଭାରତରେ ୧୭ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ନେଇ ସୃଷ୍ଟ ବାଧା ହଟିଛି। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ କାରଣରୁ ଫିଫା ଅଗଷ୍ଟ ୧୫ରେ ଏଆଇଏଫ୍‌ଏଫ୍‌କୁ ସସ୍‌ପେଣ୍ଡ କରିଥିଲା। ଭାରତୀୟ ଫୁଟ୍‌ବଲ ମହାସଂଘ ଏହାର ଦୀର୍ଘ ୮୫ ବର୍ଷ ଇତିହାସରେ ପ୍ରଥମ ଥର ଏଭଳି ଦଣ୍ଡିତ ହୋଇଥିଲା। ଫିଫା କାଉନ୍‌ସିଲ ବ୍ୟୁରୋ ଏହାର ୧୧ ଦିନ ପରେ ଶୁକ୍ରବାର ଏହି ଦଣ୍ଡାଦେଶକୁ ପ୍ରତ୍ୟାହାର କରିଛି। ଏଆଇଏଫ୍‌ଏଫ୍‌ କାର୍ଯ୍ୟନିର୍ବାହୀ କମିଟି ଦାୟିତ୍ୱରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ରହିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ବହିଷ୍କାର କରାଯିବା ଏବଂ ଏଆଇଏଫ୍‌ଏଫ୍‌ ପ୍ରଶାସନ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ ବ୍ୟାପାର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ନିଶ୍ଚିତ ହେବା ପରେ ଫିଫା ଏହି ନିଷ୍ପତ୍ତି ନେଇଛି। ଫଳସ୍ବରୂପ ଯୋଜନା ଅନୁସାରେ ଭାରତ (ଭୁବନେଶ୍ୱର ସମେତ ୩ ଭେନ୍ୟୁ)ରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ହୋଇପାରିବ। ଫିଫା କହିଛି ଏସିଆନ ଫୁଟ୍‌ବଲ କାଉନ୍‌ସିଲ (ଏଏଫ୍‌ସି) ପରିସ୍ଥିତି ଉପରେ ନଜର ରଖିବ। ଏଆଇଏଫ୍‌ଏଫ୍‌ କିପରି ଠିକଣା ସମୟରେ ନିର୍ବାଚନ କରିପାରିବ ସେ ଦିଗରେ ଆବଶ୍ୟକ ସହାୟତା କରିବ। ସୂଚନାଯୋଗ୍ୟ, ସସ୍‌ପେଣ୍ଡ ଆଦେଶର ପୁନଃ ବିଚାର ପାଇଁ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧର୍‌ ମଙ୍ଗଳବାର ଫିଫାର ସେକ୍ରେଟାରି ଜେନେରାଲ ଫାତମା ସାମୋରାଙ୍କୁ ଅନୁରୋଧ କରିଥିଲେ। ଫିଫା ସହିତ ଆଲୋଚନା ପରେ କ୍ରୀଡ଼ା ମନ୍ତ୍ରଣାଳୟ କୋର୍ଟଙ୍କୁ ତାଙ୍କ ମେ’ ୧୮ ଓ ଅଗଷ୍ଟ ୩ ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିବା ଲାଗି ନିବେଦନ କରିଥିଲା।
ସୁପ୍ରିମକୋର୍ଟ ଇତିମଧ୍ୟରେ ଏଆଇଏଫ୍‌ଏଫ୍‌ ପରିଚାଳନା ଦାୟିତ୍ୱରୁ ପ୍ରଶାସକ କମିଟିକୁ ହଟାଇ ଦେଇଥିବା ଏକ ଚିଠି ମାଧ୍ୟମରେ ଧର୍‌ ଜଣାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ.ଆର୍‌. ଡାଭେଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସକ କମିଟି ଗତ ମେ’ ୧୮ରୁ ଏଆଇଏଫ୍‌ଏଫ୍‌ ପରିଚାଳନା ଦାୟିତ୍ୱ ନେବା ପରେ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ବହିଷ୍କାର କରିଥିଲା। ପ୍ରଶାସକ କମିଟିର ଅନ୍ୟ ଦୁଇଜଣ ସଦସ୍ୟ ଥିଲେ ପୂର୍ବତନ ନିର୍ବାଚନ କମିଶନର ଏସ୍‌. ଓ୍ବାଇ. କୁରେଶୀ ଓ ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ଭାସ୍କର ଗାଙ୍ଗୁଲି। ସୁପ୍ରିମକୋର୍ଟ ତାଙ୍କ ରୁଲିଂରେ ଅଗଷ୍ଟ୨୮ରେ ହେବାକୁଥିବା ଏଆଇଏଫ୍‌ଏଫ୍‌ କର୍ମକର୍ତ୍ତା ନିର୍ବାଚନକୁ ସେପ୍ଟେମ୍ବର ୨କୁ ଘୁଞ୍ଚାଇ ଦେଇଛନ୍ତି। ଇଲେକ୍ଟୋରାଲ କଲେଜରେ ପରିବର୍ତ୍ତନ ସହ ସାନି ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?