Posted inଖେଳ

ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କଲା ଫିଫା

ନୂଆଦିଲ୍ଲୀ,୧୬ ।୮: ବିଶ୍ୱ ଫୁଟବଲ ସଂଚାଳନ ସଂସ୍ଥା ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ)କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି । ଫିଫା ନିୟମର ଘୋର ଉଲ୍ଲଂଘନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୧୬ରେ କୋଲକାତାରେ ଡୁରଂଡ କପ ଆରମ୍ଭ ହେବାକୁ ଯାଉଛି । ବେଙ୍ଗାଲୁରୁ ଏଫସି ଦଳ ଦ୍ୱିତୀୟ ଦିନ ଜାମସେଦପୁର ଏଫସିକୁ ଭେଟିବ । ଟୁର୍ନାମେଣ୍ଟରେ ୧୧ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) କ୍ଲବ ଭାଗ ନେଉଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍ ଆସୋସିଏଶନ ଫୁଟବଲ(ଫିଫା) ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)କୁ ନିଲମ୍ବିତ କରିବାର ଚେତାବନୀ ଦେଇଥିଲା । ଏହାସହ ଫିଫା ଅକ୍ଟୋବରରେ ହେବାକୁ ଥିବା ମହିଳା ଅଣ୍ଡର ୧୭ ବିଶ୍ୱକପରୁ ବି ଅଧିକାର ଛଡାଇ ନେବାକୁ କହିଥିଲା । ଏଆଇଏଫଏଫର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କିଛିଦିନ ପରେ ଏହି ଚେତାବନୀ ଦିଆଯାଇଥିଲା । ଏପଟେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ପ୍ରଶାସକଙ୍କ ସମିତି(ସିଓଏ) ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ୨୮ ଅଗଷ୍ଟରେ ନିର୍ବାଚନ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କ କାର୍‌ ଓଲଟିଲା

ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା...

ମାଞ୍ଚେଷ୍ଟର ସିଟି-ଆର୍ସେନଲ ମ୍ୟାଚ୍‌ ବାତିଲ

ଲଣ୍ଡନ,୧୧।୩- ଆର୍ସେନଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ୍‌କୁ ବୁଧବାର ବାତିଲ କରିଦିଆଯାଇଛି। ଲଣ୍ଡନ କ୍ଲବର ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯିବାରୁ ପ୍ରିମିୟର ଲିଗ୍‌ର ପ୍ରଥମ ମ୍ୟାଚ୍‌ ବାତିଲ...

ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡକୁ ନିରପେକ୍ଷ ଭେନ୍ୟୁ କରାଯାଇପାରିବ

ଓ୍ବେଲିଂଟନ, ୧୦ା୬ (ପି.ଟି.):ନ୍ୟୁଜିଲାଣ୍ଡ ନିଜକୁ କରୋନାଭାଇରସ୍‌ ମୁକ୍ତ ଦେଶ ଭାବେ ଘୋଷଣା କରିଛି। ଟେଷ୍ଟ ମ୍ୟାଚଗୁଡ଼ିକ ଲାଗି ଏହାକୁ ନିରପେକ୍ଷ ଭାବେ ବ୍ୟବହାର କରାଯାଇ ପାରିବ...

ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା

ହେଡିଂଲେ,୧୬।୬: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା ଲାଗିଛି। ଲିଡ୍ସଠାରେ ୨୩ରୁ ହେବାକୁ ଥିବା ତୃତୀୟ...

କୋଭିଡ- ୧୯: ୩ ଲକ୍ଷ ଟଙ୍କା ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ- ୧୯ ମୁକାବିଲା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ମଙ୍ଗଳବାର ୩ ଲକ୍ଷ ଟଙ୍କା ଦାନ...

ବାବରଙ୍କ ଶତକ: ପାକିସ୍ତାନ ୩୧୭/୫

କରାଚୀ, ୨୭ା୧୨: ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଆୟୋଜକ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି।...

ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନଙ୍କ ମଙ୍ଗଳବାର ନିର୍ବନ୍ଧ ଶେଷ ହୋଇଛି। ଦୀର୍ଘ ଦିନ ଧରି ପ୍ରେମ ସମୟରେ ରହିବା ପରେ ଗର୍ଲଫ୍ରେଣ୍ଡ କ୍ୟାଥରିନା ମିଗୁଏଲଙ୍କ...

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦...

Advertisement
Archives

Model This Week