ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ସହ ସୁନା, ରୂପା ଆଦି ଅଳଙ୍କାର ଚୋରି କରି ନେଇଥିବା ଜଣାପଡିଛି।କେସିଙ୍ଗା ସହରର ୩ ନମ୍ବର ୱାର୍ଡରେ ଘଟିଥିବା ଏକ ବଡ ଧରଣର ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁନମ ଚାନ୍ଦ ଜୈନଙ୍କ ଘରୁ ସୁନା ଗହଣା, ନଗଦ ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ଆକଳନ ଅନୁଯାୟୀ, ଚୋରି ହୋଇଥିବା ସମ୍ପତ୍ତାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପୁନମ ଚାନ୍ଦ ଜୈନ ଓ ତାଙ୍କ ପରିବାର କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଏହି ସୁଯୋଗକୁ ନେଇ ଚୋରମାନେ ଘରର ମୁଖ୍ୟ ଗେଟର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ। ପରେ ସେମାନେ ଘର ଭିତରୁ ସୁନା ଗହଣା, ନଗଦ ଟଙ୍କା ସହ ବିଭିନ୍ନ ମୂଲ୍ୟବାନ ଜିନିଷପତ୍ର ନେଇ ଫେରାର ହୋଇଯାଇଥିଲେ।
ଜଣେ ପଡ଼ୋଶୀ ଘରର ଗେଟ ଖୋଲାଥିବା ଦେଖି ସନ୍ଦେହ କରିଥିଲେ। ସେ ତୁରନ୍ତ ଘର ମାଲିକ ପୁନମ ଚାନ୍ଦ ଜୈନଙ୍କୁ ଖବର ଦେଇଥିଲେ। ପରେ ଘର ମାଲିକ ଘରକୁ ଫେରି ଚୋରି ଘଟିଥିବା ନିଶ୍ଚିତ କରି କେସିଙ୍ଗା ଆଦର୍ଶ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ପାଇବା ପରେ ଆଦର୍ଶ ଥାନାର ଆଇଆଇସି, ଏସଡିପିଓ ଓ ପୋଲିସର ସନ୍ଧାନୀ କୁକୁର ଟିମ,ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଧାନୀ କୁକୁର ଘର ପରିସରରୁ ଗନ୍ଧ ଧରି ୩ ନମ୍ବର ୱାର୍ଡର ବିଭିନ୍ନ ଗଳିକନ୍ଦି ଦେଇ ଆମ୍ବଜୀ ମନ୍ଦିର ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା। ପରେ ସେଠାରୁ ରେଳ ଷ୍ଟେଶନ ଦିଗକୁ ଗତି କରିଥିବା ଜଣାପଡ଼ିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚୋରମାନେ ଚୋରି କରିବା ପରେ ରେଳ ଷ୍ଟେଶନରେ ପହଞ୍ଚି ଟ୍ରେନ ଯୋଗେ ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ଗୁରୁତ୍ବର ସହ ନେଇ ପୋଲିସ ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଗତିବିଧୂ ଉପରେ ମଧ୍ୟ ନଜର ରଖୁଛି। ଏହି ବଡ ଧରଣର ଚୋରି ଘଟଣା ପରେ କେସିଙ୍ଗା ସହରବାସୀଙ୍କ ମଧ୍ୟରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ପୋଲିସ ଶୀଘ୍ର ଚୋରମାନଙ୍କୁ ଚିହ୍ନଟ କରି ଗିରଫ କରିବ ବୋଲି ଆଶା କରାଯାଉଛି।
ସେହିପରି ଗତକାଲି ଉତକେଲା ଫାଣ୍ଡି ଅଧୀନସ୍ଥ ଠେମରା ଗ୍ରାମର ନିଧି ଗୌଡ଼ଙ୍କ ପରିବାର ନିଜ ଚାଷ ଜମିକୁ ଚାଷ କରିବା ପାଇଁ ଯାଇଥିଲେ।ଦିନ ଦି ପ୍ରହର ରେ ଘରେ କେହି ନ ଥିବାର ସୁଯୋଗ ଦେଖି ତାଲା ଭାଙ୍ଗି ଘରେ ପଶି ଟଙ୍କା ସୁନା ଅଳଙ୍କାର ଚୋରି କରି ନେଇଥିବା ଜଣା ପଡିଛି। ଘର ମାଲିକ ଜାଣିବା ପରେ ଉତକେଲା ଫାଣ୍ଡିରେ ଅଭିଯୋଗ କରିଛି। ପୋଲିସ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri