‘କମ୍‌ ଲୋକ ପୁରାଣ ପଢ଼ନ୍ତି’

ପିଲାଟି ଦିନରୁ ପୁରାଣ ଉପରେ ଥିଲା ତାଙ୍କର ବିଶେଷ ଆଗ୍ରହ। ତେଣୁ ପାଠ ପଢ଼ିବା ସମୟରୁ ସେ ପୌରାଣିକ ବିଷୟବସ୍ତୁ ଉପରେ ଲେଖାଲେଖି ଆରମ୍ଭ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଜଣେ ଡାକ୍ତର ହୋଇ ମଧ୍ୟ ଲେଖାଲେଖି ଛାଡ଼ି ନ ଥିଲେ। ବରଂ ଦିନକୁ ଦିନ ପୁରାଣ ପ୍ରତି ତାଙ୍କର ଆକର୍ଷଣ ବଢ଼ିବାରେ ଲାଗିଥିଲା। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଦେବଦତ୍ତ ପଟ୍ଟନାୟକ। ମୁମ୍ବାଇରେ ରହୁଥିବା ଦେବଦତ୍ତଙ୍କ ଘର ଓଡ଼ିଶା। ୧୯୭୦ ଡିସେମ୍ବର ୧୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଦେବଦତ୍ତ ପୁରାଣବିତ୍‌, ବକ୍ତା ଏବଂ ଲେଖକ ଭାବେ ପରିଚିତ। ହିନ୍ଦୁ ପବିତ୍ର ବିଦ୍ୟା, କିମ୍ବଦନ୍ତୀ, ଲୋକନୃତ୍ୟ ଉପରେ ଲେଖା ପାଇଁ ସେ ଜଣାଶୁଣା। ତାଙ୍କ ଲେଖା ମୁଖ୍ୟତଃ ଧର୍ମ, ପୁରାଣ ଏବଂ ପରିଚାଳନା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଥାଏ। ଏଭଳି ଜଣେ ବ୍ୟକ୍ତିବିଶେଷଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ ସ୍ବତନ୍ତ୍ର ଆଳାପ।

ପ୍ର- ଡାକ୍ତରୀ ବୃତ୍ତିରେ ଥାଇ ଆପଣ ପୌରାଣିକ ବିଷୟ ଉପରେ ଲେଖିବା କେବେଠାରୁ ଆରମ୍ଭ କରିଥିଲେ?
ଉ- ପିଲାଦିନରୁ ମୋର ପୁରାଣ ଉପରେ ସର୍ବଦା ଆଗ୍ରହ ରହିଥିଲା। ତେବେ କଲେଜରେ ପଢ଼ିବା ସମୟରେ ଅଧିକ ଆକର୍ଷିତ ହୋଇଥିଲି। ମୋର ପ୍ରଥମ ସ୍ତମ୍ଭ କଲେଜ ପତ୍ରିକାରେ ପୌରାଣିକ ସମ୍ବନ୍ଧୀୟ ଥିଲା। ତା’ପରେ ଜଣେ ପ୍ରକାଶକଙ୍କ ଆଗ୍ରହରେ ପୁରାଣ ଉପରେ ୧୯୯୬ ମସିହାରେ ମୋର ପ୍ରଥମ ପୁସ୍ତକ ‘ଶିବ: ଆନ୍‌ ଇଣ୍ଟ୍ରୋଡକ୍ସନ’ ପ୍ରକାଶ ପାଇଥିଲା। ତେବେ ପୁରାଣ ମୋର କାର୍ଯ୍ୟ ସହିତ ସମାନ୍ତରାଳ ଧାରାରେ ଜଡ଼ିତ ରହିଥିଲା।
ପ୍ର- ଡାକ୍ତର ହୋଇ ପୌରାଣିକ କାହାଣୀ ବ୍ୟାଖ୍ୟା କରିବା ଆପଣଙ୍କ ପାଇଁ କେତେ ସହଜ ବା କଷ୍ଟକର ଥିଲା?
ଉ- ଏହି ଦୁଇଟି ମଧ୍ୟରେ କୌଣସି ସମ୍ପର୍କ ନାହିଁ। ମହିଳାମାନେ ଯେପରି ଏକ ସମୟରେ ପରିବାର ଚଳାଇବା ସହିତ ଚାକିରି କରିପାରିବେ, ସେହିପରି ମୋ ପାଇଁ ମଧ୍ୟ ପୁରାଣ ଏବଂ ଔଷଧ କ୍ଷେତ୍ର ପରିଚାଳନା କରିବା ସମାନ ଥିଲା। ମଣିଷ ଭାବେ ଆମେ ନିଜକୁ ନୂ୍ୟନ ମନେକରୁ।
ପ୍ର- ଆଧ୍ୟାତ୍ମିକ ପରିଭାଷା ଦିନକୁ ଦିନ ବଦଳି ଯାଉଥିବା ଲକ୍ଷ୍ୟ କରୁଛନ୍ତି କି?
ଉ- ଅଧିକାଂଶ ଲୋକ ଯେତେବେଳେ ପୌରାଣିକ ଶବ୍ଦ ବ୍ୟବହାର କରନ୍ତି, ସେମାନେ ପ୍ରକୃତରେ ପୌରାଣିକ କଳ୍ପନା ବା ପୁରାଣକୁ ନିଜ ମୁତାବକ ପୁନଃ ପ୍ରକାଶ କରନ୍ତି। ବହୁତ କମ୍‌ ଲୋକ ପୁରାଣ ଅଧ୍ୟୟନ କରନ୍ତି, ଯାହାକି ଅଧିକ ବିଶ୍ଳେଷଣାତ୍ମକ ଅଟେ।
ପ୍ର- ଆଜିର ସମୟରେ ପୌରାଣିକ ଘଟଣାବଳୀ ଜାଣିବା ପାଇଁ ଯୁବପିଢ଼ି କିଭଳି ଉତ୍ସାହ ରଖୁଛନ୍ତି?
ଉ- ପୁରାତନ ପିଢିର ଲୋକେ ମଧ୍ୟ ଟିଭି ଶୋ’ ବ୍ୟତୀତ ପୁରାଣ ବିଷୟରେ ଅଧିକ ଜାଣନ୍ତି ନାହିଁ। ମୋର ଲେଖା ଯୁବକ କିମ୍ବା ବୃଦ୍ଧମାନଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ।
ପ୍ର- ପୌରାଣିକ ବିଷୟବସ୍ତୁ ଆଧାରିତ ଆପଣଙ୍କ ସ୍ତମ୍ଭ ଅନେକ ସମୟରେ ବିବାଦୀୟ ହୋଇଛି। ପାଠିକା ପାଠକଙ୍କୁ କିଭଳି ବୁଝାଇଛନ୍ତି?
ଉ- ମୁଁ କାହାକୁ ବୁଝାଇବା ପାଇଁ ଚେଷ୍ଟା କରେ ନାହିଁ। ଜଣେ ଲେଖକ ଭାବେ ମୁଁ ଲୋକଙ୍କୁ ସଚେତନ କରିବା ଉପରେ ଧ୍ୟାନ ଦେଇଥାଏ।
ପ୍ର- ପୌରାଣିକ କଥାବାଚକ ବା ତଥାକଥିତ ପ୍ରବଚକଙ୍କ ଭିଡ଼ ଭିତରେ ଆପଣ ସ୍ବତନ୍ତ୍ର। କେବେ ସେମାନଙ୍କ ତରଫରୁ ସେଭଳି କିଛି ପ୍ରତିରୋଧ ବା ପ୍ରତିବାଦର ସମ୍ମୁଖୀନ ହୋଇଛନ୍ତି କି?
ଉ- ପୁରାଣବିତ୍‌ ଭାବେ ମୁଁ କାହାଣୀ, ପ୍ରତୀକ ଓ ରୀତିନୀତିକୁ ବ୍ୟାଖ୍ୟା କରେ ଏବଂ ସେଗୁଡ଼ିକୁ ଦୈନନ୍ଦିନ ଜୀବନ, ବ୍ୟକ୍ତିଗତ ଓ ବୃତ୍ତିଗତ ସହିତ ସଂଯୋଗ କରେ। ମୁଁ ନିଜକୁ କୌଣସି ଗଡ୍‌ ମେନ୍‌/ଓ୍ବିମେନଙ୍କ ସମାସ୍କନ୍ଧ ଭାବେ ବିବେଚନା କରେନାହିଁ। ମୁଁ କୌଣସି ପ୍ରକାରର ଧାର୍ମିକ ପନ୍ଥା ଗଠନ କରିବାକୁ ଚାହେଁ ନାହିଁ।
ପ୍ର- ଆପଣଙ୍କ ଦୁଇ ପୁସ୍ତକ ‘ପାଣ୍ଡବଙ୍କ ୬ ଯୁଦ୍ଧ’ ଓ ‘ସୀତାଙ୍କ ୫ ଇଚ୍ଛା’ କେଉଁ ପୃଷ୍ଠଭୂମି ଉପରେ ଆଧାରିତ? କିଭଳି ପ୍ରଭାବ ରହିବ ବୋଲି ଭାବୁଛନ୍ତି?
ଉ- ସୀତା ପସନ୍ଦ କରୁଥିବା ଦୃଷ୍ଟିକୋଣକୁ ରାମାୟଣରେ କେବେ ବି କୁହାଯାଇ ନାହିଁ। ସେହିଭଳି ମହାଭାରତ ମଧ୍ୟ ସେହି ପିଲାମାନଙ୍କ ଦୃଷ୍ଟିକୋଣକୁ ବ୍ୟାଖ୍ୟା କରିନାହିଁ, ଯେଉଁମାନେ ନିଜ ସମ୍ପର୍କୀୟ ଭାଇଙ୍କ ଦ୍ୱାରା ପ୍ରତାରିତ ହେଉଥିଲେ। ଏହା ହେଉଛି ବାସ୍ତବ ପ୍ରସଙ୍ଗ, ଯାହା ମୁଁ ହାଇଲାଇଟ୍‌ କରିବାକୁ ଚାହୁଁଛି। ମୁଁ ଏହା କଳ୍ପନା କରିନାହିଁ। ଏହା ଭାରତର ପ୍ରାଚୀନ ସନ୍ଥମାନଙ୍କର କାହାଣୀ, ଯାହା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପରିକଳ୍ପିତ।
ପ୍ର- ‘ପାଣ୍ଡବଙ୍କ ୬ ଯୁଦ୍ଧ’ରେ ମୁଖ୍ୟତଃ କେଉଁ ବିଷୟ ବସ୍ତୁ ରହିଛି? କାରଣ ପାଣ୍ଡବ ଓ କୌରବ ଯୁଦ୍ଧ ସମ୍ପର୍କରେ ସମସ୍ତେ ଜାଣିଛନ୍ତି, ହେଲେ ଆଉ କେଉଁ ୫ଟି ଯୁଦ୍ଧ ପାଠକମାନେ ଜାଣିବେ?
ଉ- ମହାଭାରତ ଯୁଦ୍ଧ ବ୍ୟତୀତ, ଯେଉଁସବୁ ଘଟଣାବଳୀକୁ ନେଇ ଯୁଦ୍ଧ ଆରମ୍ଭ ହେଲା, ଏହି ବହି ସେହିସବୁ କଥା କହିବ।
ପ୍ର- ‘ସୀତାଙ୍କ ୫ ଇଚ୍ଛା’ ପୁସ୍ତକରେ ପାଠକମାନେ ସୀତାଙ୍କୁ କେଉଁ ଭୂମିକାରେ ପାଇବେ?
ଉ- ଜଣେ ଏଭଳି ମହିଳା, ଯିଏ ନିଜେ ନିଜକୁ ପସନ୍ଦ କରିଥିଲେ।
ପ୍ର- ଆଗକୁ ଓଡ଼ିଆ ଭାଷାରେ ଅନ୍ୟ କେଉଁ କେଉଁ ବ୍ୟକ୍ତି ବା ଘଟଣାବଳୀକୁ ନେଇ ବହି ଲେଖିବା ଯୋଜନା ରଖିଛନ୍ତି କି?
ଉ- ମୋର ପ୍ରକାଶକ ଓଡ଼ିଶା ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକୁ ଅନୁବାଦ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲୋକମାନେ ଯେତେବେଳେ ଭାରତ ବିଷୟରେ କଥାବାର୍ତ୍ତା ହୁଅନ୍ତି, ସେମାନେ କେବଳ ଉତ୍ତର ଏବଂ ଦକ୍ଷିଣ ବିଷୟରେ କଥାବାର୍ତ୍ତା କରନ୍ତି। ଯେତେବେଳେ ଆମେ ପୂର୍ବ ଦିଲ୍ଲୀ ଯାହାକି ବଙ୍ଗଳା ପର୍ଯ୍ୟନ୍ତ ପ୍ରତିଷ୍ଠିତ ଥିଲା, ତାହା ଉପରେ ଆଲୋଚନା କରୁ, ସେତେବେଳେ ଆମେ ଓଡ଼ିଶାର ଇତିହାସକୁ ସମ୍ପୂର୍ଣ୍ଣ ଭୁଲିଯାଉ। ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିଷୟରେ ସାରା ବିଶ୍ୱ ଜାଣିଛି। କିନ୍ତୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିଷୟରେ କେହି ଜାଣିନାହାନ୍ତି। ବେଳେବେଳେ ମୁଁ ଅନୁଭବ କରେ ଯେ, ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଭାରତର ଅନ୍ୟାନ୍ୟ ଅଂଶ ଉପରେ ପ୍ରଭାବ ବିସ୍ତାର କରିଛି, ଯାହାକି ଅତ୍ୟନ୍ତ ଦୁଃଖଦାୟକ। ମୋର ପ୍ରବନ୍ଧରେ ସାଧାରଣତଃ ମୁଁ ଲୋକଙ୍କୁ ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ କହିବାକୁ ଚେଷ୍ଟା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?