ଆକର୍ଷିତ କରିପାରୁନି ପୂଜା ଅଫର

ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍‌ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି ଭଳି ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି କିଣି ନେଇଥାନ୍ତେ ଗ୍ରାହକ। ହେଲେ ଦୁଇବର୍ଷ ହେଲା ପାର୍ବଣ ସମୟରେ ବେପାର ସେପରି ନାହିଁ। ଗତବର୍ଷ ପରି ମହାମାରୀ ସ୍ଥିତି ନ ଥିଲେ ମଧ୍ୟ ଲୋକଙ୍କ ରୋଜଗାର ହ୍ରାସ କାରଣରୁ ପାର୍ବଣରେ କିଣାକିଣି ଏକପ୍ରକାର ମାନ୍ଦା। ଏପରି କି ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଅଫର୍‌ ପରେ ଅଫର୍‌ ରହିଥିଲେ ବି ଏହା ଗ୍ରାହକଙ୍କୁ ସେପରି ଆକର୍ଷିତ କରିପାରୁ ନ ଥିବା ବ୍ୟବସାୟୀମାନେ କହିଛନ୍ତି।
ଅନୁଗୋଳ ବଜାରରେ ଥିବା ବିଭିନ୍ନ ପୋଷାକ ଶୋ’ରୁମ୍‌ ପକ୍ଷରୁ ୨୫ ପ୍ରତିଶତ ଫ୍ଲାଟ ରିହାତି ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି। ଅନ୍ୟକେତେକ ଦୋକାନୀ ୫୦ ପ୍ରତିଶତ ଯାଏ ରିହାତି ଦେବେ ବୋଲି ପ୍ରଚାର କରୁଛନ୍ତି। ସେହିପରି ଇଲେକ୍ଟ୍ରୋନିକ୍ସ ଶୋ’ରୁମ୍‌ କର୍ତ୍ତୃପକ୍ଷ ଅଧିକ ଅଫର ରଖିଛନ୍ତି। କିନ୍ତୁ ଏତେ ସବୁ ସତ୍ତ୍ୱେ ପୂଜା ବିକ୍ରି ସେପରି ଜୋର୍‌ ଧରିପାରୁ ନାହିଁ। କାରଣ ଦୁଇବର୍ଷ ହେଲା କୋଭିଡ୍‌ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ଫଳରେ ସେମାନେ ପୂର୍ବପରି ପରିବାରବର୍ଗଙ୍କ ନିମନ୍ତେ ପୋଷାକ କିଣିପାରୁ ନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରତି ସେମାନେ ଅଧିକ ଆଗ୍ରହ ଦେଖାଉନାହାନ୍ତି। ଲୋକଙ୍କ ହାତରେ ଅଧିକ ଅର୍ଥ ନ ଥିବାରୁ ଏହାକୁ ନଜରରେ ରଖି ବିଭିନ୍ନ ବ୍ୟସାୟିକ ପ୍ରତିଷ୍ଠାନ ପକ୍ଷରୁ ଅଫର ସହ ରିହାତିକୁ ପୂର୍ବାପେକ୍ଷା ବଢ଼ାଇ ଦିଆଯାଇଛି। ତଥାପି ହାତରୁ ଅର୍ଥ ଛାଡ଼ିବାକୁ ଗ୍ରାହକ ନାରାଜ। ପୂଜା ପାଇଁ ବଜାରକୁ ଲୋକେ ଆସୁଥିଲେ ମଧ୍ୟ ହାତଖୋଲି ଖର୍ଚ୍ଚ କରିପାରୁ ନାହାନ୍ତି। ଅତି ଜରୁରୀ ଥିଲେ ବି ଖର୍ଚ୍ଚ କାଟ୍‌ କରି କିଣାକିଣି କରୁଛନ୍ତି। ଏହାଛଡ଼ା ଅନ୍‌ଲାଇନ୍‌ ଶପିଂ ପ୍ରତି ଅଧିକ ଆଗ୍ରହ ଦେଖିବାକୁ ମିଳୁଛି। ସହର ହେଉ କି ଗ୍ରାମାଞ୍ଚଳର ଗ୍ରାହକ, ଘରେ ବସି ସହଜ ଓ ଶସ୍ତାରେ ସାମଗୀ ମଗାଇବାକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି। ବ୍ୟବସାୟୀମାନଙ୍କ କହିବା କଥା, କୋଭିଡ୍‌ ମହାମାରୀ ଲୋକଙ୍କୁ ଅନେକ ଶିକ୍ଷା ଦେଇଛି। ହାତରେ ଅଧିକ ଅର୍ଥ ରଖିବାକୁ ବାଧ୍ୟ କରୁଛି। ସେଥିପାଇଁ ଖର୍ଚ୍ଚ ଅପେକ୍ଷା ଲୋକମାନେ ସଞ୍ଚୟ କରିବାକୁ ଉଚିତ ମଣୁଛନ୍ତି। ଫଳରେ ପୂର୍ବଭଳି ନୂଆ ସାମଗ୍ରୀ କି ଘର ସାଜସଜ୍ଜା ଉପରେ ଗୁରୁତ୍ୱ ଦେଉନାହାନ୍ତି। ସେହିଭଳି ଯୁବପିଢ଼ି ମଧ୍ୟ ଖର୍ଚ୍ଚ କାଟ୍‌ କରିଛନ୍ତି। ପୂର୍ବରୁ ପାର୍ବଣ ସମୟରେ ଗଣ୍ଡା ଗଣ୍ଡା ପୋଷାକ କିଣୁଥିବା ଯୁବତୀଯୁବକ ଏବେ ଗୋଟିଏରେ ସନ୍ତୁଷ୍ଟ ହେଉଛନ୍ତି। ଟିଭି, ଫ୍ରିଜ୍‌, ଏସି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଅନ୍‌ଲାଇନ୍‌ରେ ମଗାଉଛନ୍ତି। ତେଣୁ ଏହାର ପ୍ରଭାବ ସିଧାସଳଖ ଭାବେ ଅଫ୍‌ଲାଇନ୍‌ ବ୍ୟବସାୟୀଙ୍କ ଉପରେ ପଡ଼ୁଛି ବୋଲି ସେମାନେ କହିଛନ୍ତି।
କୋଭିଡ୍‌ ଭୟ ଯୋଗୁ ହ୍ରାସ
କୋଭିଡ୍‌ କେବଳ ଲୋକଙ୍କୁ ଭୟଭୀତ କରିନାହିଁ, ସେମାନଙ୍କ ଆର୍ଥିକ ସମ୍ବଳକୁ ମଧ୍ୟ ହ୍ରାସ କରିଛି। ତେଣୁ ଅତୀତର ପାର୍ବଣ ବ୍ୟବସାୟ ଭଳି ଗତ ଦୁଇବର୍ଷ ହେଲା ବେପାର ନାହିଁ। ଅତି ଜରୁରୀ ନ ହେଲେ ଲୋକମାନେ କିଣାକିଣି କରୁନାହାନ୍ତି।
-ସୁମିତ୍‌ କୁମାର, ବ୍ୟବସାୟୀ, ପ୍ଲାନେଟ୍‌ ଫ୍ୟାଶନ୍‌
ଭାରି ପଡ଼ୁଛି ଅନ୍‌ଲାଇନ୍‌
ଅନ୍‌ଲାଇନ୍‌ରେ ଗ୍ରାହକଙ୍କ ପାଇଁ ଅଧିକ ଅଫର ରହୁଛି। ଏପରି କି ବିଭିନ୍ନ ସାମଗ୍ରୀ ଉପରେ ରିହାତି ୫୦ ପ୍ରତିଶତରୁ ଅଧିକ ଦିଆଯାଉଛି। ସେଥିପାଇଁ ଲୋକେ ବଜାର ଆସି ଶୋ’ରୁମ୍‌ରୁ କିଣିବା ଅପେକ୍ଷା ଘରେ ବସି କମ୍‌ ମୂଲ୍ୟରେ ସାମଗ୍ରୀ ଅର୍ଡର କରୁଛନ୍ତି।
-ଅମ୍ରିତ୍‌ ପଟ୍ଟନାୟକ, ପାରିଜାତ ଇଲେକ୍ଟ୍ରୋନିକ୍ସ
ଅଧିକ ଅଫର ମିଳୁଛି
ଅନ୍‌ଲାଇନ୍‌ରେ ଯଦି ଶସ୍ତାରେ ମିଳୁଛି, ତା’ହେଲେ ବାହାରକୁ ଯାଇ କୋଭିଡ୍‌କୁ ଆମନ୍ତ୍ରଣ କରିବାକୁ ଅଧିକାଂଶ ଗ୍ରାହକ ଇଚ୍ଛା କରୁନାହାନ୍ତି। ଏଥିସହ ସମୟ ବଞ୍ଚୁଛି ଓ ସୁବିଧାରେ ଘରେ ଆସି ସାମଗ୍ରୀ ପହଞ୍ଚତ୍ ଯାଉଛି।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମିଡିଆ,ବିମାନ ଚଳାଚଳ, ବୀମା, ଏକକ ବ୍ରାଣ୍ଡ ରିଟେଲରେ ଏଫ୍‌ଡିଆଇ କୋହଳ ପ୍ରସ୍ତାବ

ନୂଆଦିଲ୍ଲୀ,୬-୭: ମିଡିଆ, ବିମାନ ଚଳାଚଳ, ବୀମା ଏବଂ ଏକକ ବ୍ରାଣ୍ଡ ରିଟେଲ୍‌ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରିବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏହି କ୍ଷେତ୍ରଗୁଡିକରେ...

୧୨୬% ସ୍ତରରେ ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୨୭।୧୧: ଦେଶର ବିତ୍ତୀୟ ନିଅଣ୍ଟ ୭ ମାସରେ ୯.୫୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଚଳିତ ଆର୍ଥିକ ବର୍ଷ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ଏହା...

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩୧।୩: ପୁଣି ବଢ଼ିଲା ତୈଳ ଦର। ଗତ ୧୦ ଦିନ ମଧ୍ୟରେ ନବମ ଥର ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ...

ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିପାରେ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୨: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ମାର୍ଚ୍ଚ ମାସ। ପ୍ରତି ମାସରେ ଟଙ୍କା ସହ ଜଡ଼ିତ ନିୟମ ପରିବର୍ତ୍ତନ ହୋଇଥାଏ। ଏଥର ମଧ୍ୟ...

ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜ ଯା’ଙ୍କଠାରୁ ଧନୀ: ପରିବାରର ଏହି ୨ ବୋହୂଙ୍କ ବିଷୟରେ ଜାଣନ୍ତୁ …

ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ।...

ବ୍ରହ୍ମପୁର ବଡ଼ବଜାରରେ ‘ଟ୍ରେଣ୍ଡସ୍‌’ର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୨।୧: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡସ’ର ଆଉ ଏକ ଏକ୍ସକ୍ଳୁସିଭ ଷ୍ଟୋର ନିକଟରେ ବ୍ରହ୍ମପୁର ବଡ଼ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି।...

ସୁନ୍ଦର ପିଚାଇଙ୍କୁ ଗୁଗଲ କର୍ମଚାରୀଙ୍କ ଖୋଲା ଚିଠି…

ଓ୍ବାଶିଂଟନ,୨୩।୩ : ଗୁଗଲର ୧୨ ହଜାର କର୍ମଚାରୀଙ୍କ ଛଟେଇ ଘୋଷଣା କରେ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କର ପ୍ରାୟ ୧୪୦୦ କର୍ମଚାରୀ ଏକ ଖୋଲା ଚିଠିରେ...

Advertisement
Archives

Model This Week