ହସାଇଲେ ସୁନୀଲ୍‌, ତାତି ବଢ଼ାଇଲେ ଶିଳ୍ପା

ରଙ୍ଗବତୀରେ ଏଣ୍ଟ୍ରି, ମୁଁ ସଫେଇ ବାଲାରେ ନାଚିଲେ ଗ୍ରୋଭର
ରଙ୍ଗବତୀ ଗୀତରେ ଏଣ୍ଟ୍ରି କଲେ ଲୋକପ୍ରିୟ କମେଡିଆନ୍‌ ସୁନୀଲ୍‌ ଗ୍ରୋଭର୍‌। କହିଲେ ଜୟ ଜଗନ୍ନାଥ। ଓଡ଼ିଶାର ଲୋକପ୍ରିୟ ଓ ଚର୍ଚ୍ଚିତ ଗୀତ ରଙ୍ଗବତୀରେ ମଞ୍ଚକୁ ସ୍ବାଗତ କରିବା ସୌଭାଗ୍ୟ ବୋଲି ବି କହିଲେ। ଆରମ୍ଭ ହିଁ ଦର୍ଶକ ହସିବା ଆରମ୍ଭ କରିଦେଇଥିଲେ। ପୁଣି ରାତି ନ ପାହୁଣୁ ବିଏମ୍‌ସି ପକ୍ଷରୁ ବାଜୁଥିବା ମୁଁ ସଫେଇ ବାଲା ଗୀତରେ ନାଚିଲେ ଗ୍ରୋଭର୍‌। ହକି ବିଶ୍ୱକପ୍‌ ଆୟୋଜନକୁ ନେଇ ସେ କମେଡି ମାଧ୍ୟମରେ କହିଲେ,ହକି ବୋଲି ଗୋଟିଏ ଜିନିଷ ଥିଲା, ତାହା ମୁଁ ଜାଣିଥିଲି। କିନ୍ତୁ ସେଥିରେ ଯେ ଖେଳ ହୁଏ, ତାହା ପୁଣି ବିଶ୍ୱକପ୍‌ ସେ କଥା ଜାଣି ନ ଥିଲି। ମୁଁ କେବଳ ହକିରେ ମାଡ଼ ଖାଇଥିଲି।
ବଲିଉଡ ଡାଏଲଗ୍‌ ମାରିଲେ
ପ୍ରଥମ ପର୍ଯ୍ୟାୟରେ ଡାକ୍ତର ହୋଇ ମଜା ମଜା କଥା କହିବା ପରେ ବଲିଉଡର ବିଶିଷ୍ଟ କଳାକାରଙ୍କ ଡାଏଲଗ୍‌ ସବୁ କହିଥିଲେ ସୁନୀଲ ଗ୍ରୋବର। ଅମିତାଭ ବଚ୍ଚନ, ଇରଫାନ୍‌ ଖାନ୍‌, ସିଦ୍ଧୁ ପାଜି ତଥା କପିଲ ଦେବଙ୍କ ଡାଏଲଗ ମାରିଥିଲେ। ଏଥିସହ କିଭଳି ଧୀରେ ଧୀରେ ସେ ଲୋକପ୍ରିୟ ହୋଇଥିଲେ ସେ ସମ୍ପର୍କରେ ମଧ୍ୟ କହିଥିଲେ।
କୌନ୍‌ ଲେଗା ଚାଇ ପତି
ଅମିତାଭ ବଚ୍ଚନଙ୍କ ଶୋ’ କୌନ୍‌ ବନେଗା କରୋଡ଼ ପତିକୁ କୌନ୍‌ ଲେଗା ଚାଇ ପତି ନାମକ ଏକ ମଜାଳିଆ ଢଙ୍ଗରେ ଶୋ ଆରମ୍ଭ କରିଥିଲେ। ମଞ୍ଚ ତଳେ ବସିଥିବା ଏକ ଯୋଡ଼ିଙ୍କୁ ଡାକି ସେ ବିଭିନ୍ନ ମଜାଳିଆ ପ୍ରଶ୍ନ ପଚାରି ଖେଳିଥିଲେ। ହେଲ୍ପ ଲାଇନକୁ ପାଇପ୍‌ ଲାଇନର ସହାୟତା ନେଇପାରିବେ ବୋଲି କହିଥିଲେ।
ଅଲିକୁ ବାହାହେଲେ ଗୁତ୍ଥୀ
ଗ୍ରୋଭରଙ୍କ ଗୁତ୍ଥୀ ଚରିତ୍ର ପ୍ରାୟ ସମସ୍ତଙ୍କର ପ୍ରିୟ। ଗୁତ୍ଥୀ ଚରିତ୍ର ସହ ତାଙ୍କର ଝିଅ ଭଳି ଡାଏଲାଗ ବେଶି ହସାଇଥାଏ। ଗୁତ୍ଥୀ ଚରିତ୍ରରେ ସେ ଭୁବନେଶ୍ୱରରୁ ନିଜ ପାଇଁ ପୁଅ ଖୋଜିଥିଲେ। ପ୍ରଥମେ ଅଲିକୁ ବାହା ହୋଇଥିଲେ। ପରେ ମଞ୍ଚ ତଳେ ଥିବା ଏକ ପିଲାକୁ ଡାକି ଆଣି ବାହା ହୋଇଥିଲେ। ତାକୁ ବରମାଳ ପିନ୍ଧାଇବା ସହ ଗୋଟିଏ ଓଢଣି ତଳେ ଢାଙ୍କି ହୋଇ ରହିଥିଲେ। ଯାହାକୁ ଦେଖି ଲୋକମାନେ ତାଳି ମାରି ହସିଥିଲେ। ଏଥିସହ ସେହି ପିଲାକୁ ହାତରେ ଧରି ବୁଲାଇଥିଲେ ଯାହାକି ଦର୍ଶକଙ୍କୁ ବେଶି ମନୋରଞ୍ଜନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri