ବର୍ଷେ ହେଲା ବ୍ୟବସାୟୀ ଛଟପଟ

ପରଜଙ୍ଗ, ୨୧।୧(ଡି.ଏନ୍‌.ଏ.) ନିଗମାନନ୍ଦ ଦଳବେହେରା:  ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବାର ସୁଯୋଗ ପାଇବେ ବ୍ୟବସାୟୀ। ଏଭଳି ପ୍ରଲୋଭନ ଦେଖାଇ ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀରେ ବୁଲିଥିଲା ବୁଲ୍‌ଡୋଜର। ତହସିଲ ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତି କେବଳ ବ୍ୟବସାୟୀଙ୍କ ବ୍ୟବସାୟ ବୁଡ଼ାଇଦେଲାନାହିଁ ବରଂ ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇଦେଲା। ଇତିମଧ୍ୟରେ ପାଖାପାଖି ବର୍ଷେ ବିତିଗଲାଣି। ହେଲେ ବଜାର ମଝିରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଉଚ୍ଛେଦ ପ୍ରସଙ୍ଗକୁ ସତେଯେମିତି ଭୁଲିଯାଇଛି ପ୍ରଶାସନ। ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଦୋକାନ ଭଙ୍ଗାଯାଇଥିଲା, ତାହା ପୂରଣ ହେଉନାହିଁ। ଏହାକୁ ନେଇ ଜୀବିକା ହରାଇଥିବା ବ୍ୟବସାୟୀଙ୍କ ମଧ୍ୟରେ କୁହୁଳୁଥିବା ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେଉଥିବାବେଳେ ସେମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ ପରେ ପରଜଙ୍ଗ ବଜାର ଅସ୍ତିତ୍ୱ ହରାଇଛି। ଶତାଧିକ ଉଠାଦୋକାନୀ ଏବଂ ବ୍ୟବସାୟୀ ଠିକଣା ହରାଇ ଇତସ୍ତତଃ ଭାବେ ବ୍ୟବସାୟ କରୁଛନ୍ତି। ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲେ ସେଠାରେ ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ଭରସା କରି ଶତାଧିକ ବ୍ୟବସାୟୀ ଉଚ୍ଛେଦ ପାଇଁ ରାଜି ହୋଇଥିଲେ। ହେଲେ ରେକର୍ଡଭୁକ୍ତ ଜମିରେ ନିର୍ମାଣ ହୋଇଥିବା ସୋସାଇଟି କାର୍ଯ୍ୟାଳୟ ଅଦ୍ୟାବଧି ଉଚ୍ଛେଦ କରାଯାଇ ନ ଥିବାରୁ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେବାରେ ଲାଗିଛି। ଅନ୍ୟପଟେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଗତ ସୋମବାର ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବଣିକ ସଂଘର ସଦସ୍ୟ। ସୋସାଇଟି କାର୍ଯ୍ୟାଳୟ ସ୍ଥାନାନ୍ତର କରିବା ଦିଗରେ ପ୍ରଶାସନ ହସ୍ତକ୍ଷେପ କରିବା ସହ ତୁରନ୍ତ ଅଫିସ ଉଚ୍ଛେଦ କରିବାକୁ ଦାବି କରାଯାଇଥିଲା। ଏହା ନ ହେଲେ ରାସ୍ତାରୋକୋ କରି ଆନ୍ଦୋଳନ କରାଯିବ ବୋଲି ବଣିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ
ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବର୍ଷେ ତଳେ ପରଜଙ୍ଗ ବଜାରରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ହେଲେ ସମବାୟ ସମିତି କାର୍ଯ୍ୟାଳୟ ଉଚ୍ଛେଦ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁନାହିଁ। ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ କରାଯିବ।
-ବରୁଣ କୁମାର ଦଳବେହେରା, ବଣିକ ସଂଘ ସଭାପତି
ବିପୁଳ କ୍ଷତି ସହୁଛନ୍ତି ବ୍ୟବସାୟୀ
ସେବା ସମବାୟ ସମିତି କାର୍ଯ୍ୟାଳୟ ଉଚ୍ଛେଦ କରା ନ ଯାଇ ତରବରିଆ ଭାବେ ଦୋକାନ ଘରଗୁଡ଼ିକ ପ୍ରଶାସନ ଭାଙ୍ଗିଦେଲା। ବ୍ୟବସାୟୀମାନେ ବିପୁଳ କ୍ଷତି ସହୁଛନ୍ତି। ଏହାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପରିତାପର ବିଷୟ।
-ଦୀପକ ଦଳବେହେରା, ବ୍ୟବସାୟୀ

ଆମର କୌଣସି ଭୂମିକା ନାହିଁ
ସମବାୟ ସମିତି କାର୍ଯ୍ୟାଳୟ ରେକର୍ଡଭୁକ୍ତ ଜମିରେ ନିର୍ମାଣ କରାଯାଇଛି। ପ୍ରଶାସନ ଯେକୌଣସି ସ୍ଥାନରେ ଅସ୍ଥାୟୀ ଘର ଯୋଗାଇ ଦେଲେ କାର୍ଯ୍ୟାଳୟ ତୁରନ୍ତ ସ୍ଥାନାନ୍ତର ବ୍ୟବସ୍ଥା କରାଯିବ। ଏଥିରେ ଆମର କୌଣସି ଭୂମିକା ନାହିଁ।
-ବିଷ୍ଣୁ ଚରଣ ରାଉତ, ସମବାୟ ସମିତି ସଭାପତି

ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
ସୋସାଇଟି ଅଫିସକୁ ଅସ୍ଥାୟୀ ଭାବେ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ଲାଗି ଏକ ଘର ଯୋଗାଇ ଦେବା ପାଇଁ ବିଡିଓଙ୍କୁ ଚିଠି କରାଯିବ। ସୋସାଇଟି କାର୍ଯ୍ୟାଳୟ ଉଚ୍ଛେଦ ଲାଗି ପଦକ୍ଷେପ ନିଆଯିବ। ବସ୍‌ଷ୍ଟାଣ୍ଡ ନିର୍ମାଣ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।
-ଖଗେଶ୍ୱର ପାତ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?