ବର୍ଷେ ହେଲା ବ୍ୟବସାୟୀ ଛଟପଟ

ପରଜଙ୍ଗ, ୨୧।୧(ଡି.ଏନ୍‌.ଏ.) ନିଗମାନନ୍ଦ ଦଳବେହେରା:  ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବାର ସୁଯୋଗ ପାଇବେ ବ୍ୟବସାୟୀ। ଏଭଳି ପ୍ରଲୋଭନ ଦେଖାଇ ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀରେ ବୁଲିଥିଲା ବୁଲ୍‌ଡୋଜର। ତହସିଲ ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତି କେବଳ ବ୍ୟବସାୟୀଙ୍କ ବ୍ୟବସାୟ ବୁଡ଼ାଇଦେଲାନାହିଁ ବରଂ ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇଦେଲା। ଇତିମଧ୍ୟରେ ପାଖାପାଖି ବର୍ଷେ ବିତିଗଲାଣି। ହେଲେ ବଜାର ମଝିରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଉଚ୍ଛେଦ ପ୍ରସଙ୍ଗକୁ ସତେଯେମିତି ଭୁଲିଯାଇଛି ପ୍ରଶାସନ। ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଦୋକାନ ଭଙ୍ଗାଯାଇଥିଲା, ତାହା ପୂରଣ ହେଉନାହିଁ। ଏହାକୁ ନେଇ ଜୀବିକା ହରାଇଥିବା ବ୍ୟବସାୟୀଙ୍କ ମଧ୍ୟରେ କୁହୁଳୁଥିବା ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେଉଥିବାବେଳେ ସେମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ ପରେ ପରଜଙ୍ଗ ବଜାର ଅସ୍ତିତ୍ୱ ହରାଇଛି। ଶତାଧିକ ଉଠାଦୋକାନୀ ଏବଂ ବ୍ୟବସାୟୀ ଠିକଣା ହରାଇ ଇତସ୍ତତଃ ଭାବେ ବ୍ୟବସାୟ କରୁଛନ୍ତି। ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲେ ସେଠାରେ ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ଭରସା କରି ଶତାଧିକ ବ୍ୟବସାୟୀ ଉଚ୍ଛେଦ ପାଇଁ ରାଜି ହୋଇଥିଲେ। ହେଲେ ରେକର୍ଡଭୁକ୍ତ ଜମିରେ ନିର୍ମାଣ ହୋଇଥିବା ସୋସାଇଟି କାର୍ଯ୍ୟାଳୟ ଅଦ୍ୟାବଧି ଉଚ୍ଛେଦ କରାଯାଇ ନ ଥିବାରୁ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେବାରେ ଲାଗିଛି। ଅନ୍ୟପଟେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଗତ ସୋମବାର ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବଣିକ ସଂଘର ସଦସ୍ୟ। ସୋସାଇଟି କାର୍ଯ୍ୟାଳୟ ସ୍ଥାନାନ୍ତର କରିବା ଦିଗରେ ପ୍ରଶାସନ ହସ୍ତକ୍ଷେପ କରିବା ସହ ତୁରନ୍ତ ଅଫିସ ଉଚ୍ଛେଦ କରିବାକୁ ଦାବି କରାଯାଇଥିଲା। ଏହା ନ ହେଲେ ରାସ୍ତାରୋକୋ କରି ଆନ୍ଦୋଳନ କରାଯିବ ବୋଲି ବଣିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ
ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବର୍ଷେ ତଳେ ପରଜଙ୍ଗ ବଜାରରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ହେଲେ ସମବାୟ ସମିତି କାର୍ଯ୍ୟାଳୟ ଉଚ୍ଛେଦ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁନାହିଁ। ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ କରାଯିବ।
-ବରୁଣ କୁମାର ଦଳବେହେରା, ବଣିକ ସଂଘ ସଭାପତି
ବିପୁଳ କ୍ଷତି ସହୁଛନ୍ତି ବ୍ୟବସାୟୀ
ସେବା ସମବାୟ ସମିତି କାର୍ଯ୍ୟାଳୟ ଉଚ୍ଛେଦ କରା ନ ଯାଇ ତରବରିଆ ଭାବେ ଦୋକାନ ଘରଗୁଡ଼ିକ ପ୍ରଶାସନ ଭାଙ୍ଗିଦେଲା। ବ୍ୟବସାୟୀମାନେ ବିପୁଳ କ୍ଷତି ସହୁଛନ୍ତି। ଏହାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପରିତାପର ବିଷୟ।
-ଦୀପକ ଦଳବେହେରା, ବ୍ୟବସାୟୀ

ଆମର କୌଣସି ଭୂମିକା ନାହିଁ
ସମବାୟ ସମିତି କାର୍ଯ୍ୟାଳୟ ରେକର୍ଡଭୁକ୍ତ ଜମିରେ ନିର୍ମାଣ କରାଯାଇଛି। ପ୍ରଶାସନ ଯେକୌଣସି ସ୍ଥାନରେ ଅସ୍ଥାୟୀ ଘର ଯୋଗାଇ ଦେଲେ କାର୍ଯ୍ୟାଳୟ ତୁରନ୍ତ ସ୍ଥାନାନ୍ତର ବ୍ୟବସ୍ଥା କରାଯିବ। ଏଥିରେ ଆମର କୌଣସି ଭୂମିକା ନାହିଁ।
-ବିଷ୍ଣୁ ଚରଣ ରାଉତ, ସମବାୟ ସମିତି ସଭାପତି

ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
ସୋସାଇଟି ଅଫିସକୁ ଅସ୍ଥାୟୀ ଭାବେ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ଲାଗି ଏକ ଘର ଯୋଗାଇ ଦେବା ପାଇଁ ବିଡିଓଙ୍କୁ ଚିଠି କରାଯିବ। ସୋସାଇଟି କାର୍ଯ୍ୟାଳୟ ଉଚ୍ଛେଦ ଲାଗି ପଦକ୍ଷେପ ନିଆଯିବ। ବସ୍‌ଷ୍ଟାଣ୍ଡ ନିର୍ମାଣ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।
-ଖଗେଶ୍ୱର ପାତ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri