ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା ବଜାରରେ ଚଢ଼ା ଦରରେ ସାର ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାକୁ ନେଇ ବଡ଼ରମ୍ପାସ ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ମଙ୍ଗଳବାର ତୀବ୍ର ପ୍ରତିବାଦ କରିଛନ୍ତି।

ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, କ୍ଷେତରେ ଡି.ଏ.ପି. (DAP) ଏବଂ ଗ୍ରୋମର ଭଳି ଗୁରୁତ୍ୱପୂର୍ଣ୍ଣ ସାରର ଆବଶ୍ୟକତା ଥିବାବେଳେ ସମବାୟ ସମିତିକୁ କେବଳ ୟୁରିଆ ସାର ଆସିଛି। ବଜାରରେ ମଧ୍ୟ ଆବଶ୍ୟକତା ମୁତାବକ ଡି.ଏ.ପି. ୧୮-୪୬ ସାର ମିଳୁନାହିଁ। ସରକାରୀ ଦର ୧୩୫୦ ଟଙ୍କା ଥିବାବେଳେ କେଉଁଠି ୨ ହଜାର ତ ଆଉ କେଉଁଠି ୨୨ଶହ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ସାର ବିକ୍ରି ହେଉଛି। ସାର ଅଭାବରୁ ଚାଷୀମାନଙ୍କର ଚାଷ କାର୍ଯ୍ୟ ଗଭିର ଭାବେ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ମିନହରୀ ସେନାପତି, ମନୋଜ ସେନାପତି, କାମ ସେନାପତି, ରଞ୍ଜନ ପଣ୍ଡା, ମହେଶ୍ୱର ସୁତାର, ହରିହର ପାତ୍ର, ଭଗବାନ ବେହେରା, ନବଘନ ଜେନା, କଳାକାର ଜେନାଙ୍କ ସମେତ ବହୁ ଚାଷୀ ସମବାୟ ସମିତି ସମ୍ମୁଖରେ ପ୍ରତିବାଦ କରି ତୁରନ୍ତ ସାର ଯୋଗାଇଦେବାକୁ ଦାବି କରିଥିଲେ।

ସାରର ଅଭାବ ଓ ଚାଷୀଙ୍କ ପ୍ରତିବାଦ ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏବଂ ବ୍ଲକ ସହକୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବଡ଼ରମ୍ପାସ ସମବାୟ ସମିତିର ସମ୍ପାଦକଙ୍କ ସହ ମହଜୁଦ ସାର ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବିଧାୟକ ସେଠୀ ବଡ଼ରମ୍ପାସର ‘ସ୍ୱାଇଁ ଟ୍ରେଡର୍ସ’ ଏବଂ ଛେନାପଦୀର ‘ଜୟଲକ୍ଷ୍ମୀ ଭେରାଇଟି ଷ୍ଟୋର’ ସାର ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ଡିଲରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅଭାବୀ ବିକ୍ର୍ରିର କାରଣ ପଚାରି ବୁଝିଥିଲେ।

ଡିଲରମାନେ ବିଧାୟକଙ୍କୁ ଜଣାଇଥିଲେ ଯେ କେତେକ ସାରର ମୂଲ୍ୟବୃଦ୍ଧି ହୋଇଥିବା ବେଳେ ଗୋଟିଏ ସାର ସହିତ ଅନ୍ୟ କିଛି ସାର ବାଧ୍ୟତାମୂଳକ ଭାବେ (ଟେଗିଂ ସିଷ୍ଟମ୍) ଦିଆଯାଉଥିବାରୁ ଏପରି ସମସ୍ୟା ଉପୁଜୁଛି। ଏହି ସମସ୍ୟା ସମ୍ପର୍କରେ ବିଧାୟକ ଅଭିମନ୍ୟୁ ସେଠୀ ଜିଲା ସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇବା ସହିତ ଟେଗିଂ ବ୍ୟବସ୍ଥାକୁ ଉଠାଇବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ମତ ଦେଇଛନ୍ତି। ଏହାଛଡ଼ା ଏ ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ ଆଗାମୀ ବିଧାନସଭାରେ ମଧ୍ୟ ଏହି ପ୍ରଶ୍ନ ଉଠାଇବେ ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri