ଖତ କରି ବିକିଦେଲେ, ହିସାବ ଲୁଚାଇଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ‘ମୋ ସାଇକେଲ’ ପରି ‘ସିଟି ବସ୍‌’ ଯୋଜନା ମଧ୍ୟ ବାଟବଣା ହୋଇ କବାଡିଖାନାକୁ ଯାଇଛି। ପୋଖରୀପୁଟସ୍ଥିତ ଡିପୋରେ ୩ବର୍ଷ ପଡିରହିବା ପରେ ବସ୍‌ଗୁଡିକୁ ସ୍କ୍ରାପ୍‌ ଦରରେ ବିକ୍ରି କରିଦିଆଯାଇଛି। ୧୨୫ ବସ୍‌ ମଧ୍ୟରୁ ୧୨୨ଟିକୁ କୋଲକାତାର ଏକ ସ୍କ୍ରାପେଜ୍‌ ସଂସ୍ଥା ଶାଗମାଛ ଦରରେ କିଣିଛି। ୨୨କୋଟିରେ କିଣାଯାଇଥିବା ଏହି ବସ୍‌ଗୁଡିକ କେତେ ଟଙ୍କାରେ ବିକ୍ରି ହେଲା ତାହାର ତଥ୍ୟ ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଚାହୁଁ ନ ଥିବାରୁ ଏହା ପଛରେ ବଡ଼ କେଳେଙ୍କାରୀ ବାରି ହୋଇପଡୁଛି।
୨୦୧୦ରେ ଜବାହାରଲାଲ୍‌ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ (ଜେଏନ୍‌ଏନ୍‌ୟୁଆର୍‌ଏମ୍‌) ଯୋଜନାରେ ବସ୍‌ଗୁଡିକୁ କିଣାଯାଇଥିଲା। ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍‌ (ବିପିଟିଏସ୍‌ଏଲ୍‌) ବସ୍‌ ଯୋଗାଇଥିବାବେଳେ ଏହାକୁ ଚଳାଇବା ପାଇଁ ଘରୋଇ ସଂସ୍ଥା ଡ୍ରିମ୍‌ ଟିମ୍‌ ସାହାରା (ଡିଟିଏସ୍‌) ସହ ୭ ବର୍ଷିଆ ଚୁକ୍ତି ହୋଇଥିଲା। ସାମାନ୍ୟ ଖରାପ ହୋଇଥିବା ବସ୍‌କୁ ଠିକ୍‌ ସମୟରେ ମରାମତି କରାଗଲା ନାହିଁ। ଚୁକ୍ତିପରେ ଅନେକ ବସ୍‌ ଭଲ ଅବସ୍ଥାରେ ଥାଇ ମଧ୍ୟ ସେଗୁଡିକୁ ନେଇ ଡିପୋରେ ପକାଇ ଦିଆଗଲା। ୨୦୧୮ରେ ‘ମୋ ବସ୍‌’ ସେବା ଆରମ୍ଭ ହୋଇଥିବାବେଳେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏହାର ପରିଚାଳନା ଦାୟିତ୍ୱ ନେଲା। ଏହାପରେ ବିପିଟିଏସ୍‌ଏଲ୍‌ ସତ୍ତା ହରାଇଥିବାବେଳେ ସିଟି ବସ୍‌କୁ ବିଭାଗୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ। ଶେଷରେ ଖରା, ବର୍ଷାରେ ପଡି ପଡି ବସ୍‌ଗୁଡିକ ନଷ୍ଟ ହୋଇଯିବା ପରେ ଏବେ ତାହାକୁ ବିକ୍ରି କରିଦିଆଗଲା। ସିଟି ବସ୍‌ ଚଳାଚଳ ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୧୭ ପର୍ଯ୍ୟନ୍ତ ୭ ବର୍ଷିୟା ଚୁକ୍ତି ସରିବା ପରେ ଆଉ ୧ବର୍ଷ ବଢାଯାଇଥିଲା। ୨୦୧୮ରେ ଆମେ ବସ୍‌ଗୁଡିକୁ କ୍ରୁଟ୍‌କୁ ହସ୍ତାନ୍ତର କରି ଦେଇଥିଲୁ। ଚୁକ୍ତି ଅନୁଯାୟୀ ବସ୍‌ଗୁଡିକୁ ଚଲାଇବ କି ନାହିଁ ତାହା ଅପରରେଟର ନିଷ୍ପତ୍ତି ନେବ। ତେଣୁ ସବୁକିଛି କ୍ରୁଟ ଉପରେ ନ୍ୟସ୍ତ ଥିଲା। ବସ୍‌ଗୁଡିକୁ ହସ୍ତାନ୍ତର ସମୟରେ ସେଗୁଡିକୁ ଚାଲିବା ସ୍ଥିତିରେ ଥିଲା। କ୍ରୁଟ୍‌ ଏହାକୁ ନ ଚଲାଇ ଏହାର ନିଲାମ କରିଛି। ବସ୍‌ଗୁଡିକ ସର୍ବାଧିକ ୧୫ ବର୍ଷ ପର୍ଯ୍ୟନ୍ତ ରାସ୍ତାରେ ଚାଲିପାରିବ। ମୋଟର ଭେହିକିଲ୍‌ ଆକ୍ଟର ଯେଉଁସବୁ ନିୟମ ରହିଛି ତାହା ଘରୋଇ ବସ୍‌ ଚାଳକ ପାଳନ କରନ୍ତି ନାହିଁ। ତେଣୁ ବର୍ଷ ବର୍ଷ ଧରି ଘରୋଇ ବସ୍‌ଗୁଡିକ ଚାଲୁଥାଏ। ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ବସ୍‌ ୧୫ବର୍ଷ ଧରି ଚାଲିପାରିବାର ନିୟମ ଥିବାବେଳେ ସିଟି ବସ୍‌ପାଇଁ ମାତ୍ର ୭ବର୍ଷ କ’ଣ ପାଇଁ ଧାର୍ଯ୍ୟ କରାଯାଇଥିଲା। ସେହିପରି କ୍ରୁଟ୍‌କୁ ସିଟି ବସ୍‌ ହସ୍ତାନ୍ତର କରିବା ପରେ ୩ବର୍ଷ ଧରି ସମସ୍ତ ବସ୍‌ଗୁଡିକୁ ଏଭଳି ନଷ୍ଟ ହେବାକୁ କାହିଁକି ଛାଡିଦିଆଯାଇଥିଲା। ଯଦି ନିଲାମ କରିବାର ଥିଲା ତେବେ ଏତେଦିନ ଧରି ତାହାକୁ ଡିପୋରେ ଖତ ଖାଇବାକୁ କାହିଁକି ପକାଯାଇଥିଲା। ବସ୍‌ ବନ୍ଦ ହେବା ପରେ ତୁରନ୍ତ ଏହାର ନିଲାମ କରିଥିଲେ ଆହୁରି ଅଧିକ ମିଳିପାରିଥାନ୍ତା।
ଏନେଇ କ୍ରୁଟ୍‌ ଜିଏମ୍‌ ଦୀପ୍ତି ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ୭ବର୍ଷିୟା ଚୁକ୍ତି ସରିବା ପରେ ବି ଆଉ ୧ବର୍ଷ ବସ୍‌ ଚାଲିଥିଲା। ଏହାପରେ ଆର୍‌ଟିଓ ଏମ୍‌ଭିଆଇ ବସ୍‌ଗୁଡିକୁ କଣ୍ଡେପସନ୍‌ କରିବାକୁ କହିଥିଲେ। ସରକାରଙ୍କ ସ୍କାର୍ପ ପଲିସି ଅନୁଯାୟୀ ସମସ୍ତ କାର୍ଯ୍ୟ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଏମ୍‌ଏସ୍‌ଟିସିକୁ ଟେଣ୍ଡର ଦିଆଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ନିଲାମ ଡାକି ୧୨୧ଟି ଗାଡ଼ିକୁ ବିକ୍ରି କରାଗଲା। ବାକିଥିବା ୪ଟି ଗାଡିକୁ ଟଏଲେଟ୍‌ ଅନ୍‌ ହ୍ବିଲ୍‌ ପାଇଁ ବିଏମ୍‌ସିକୁ ପ୍ରଦାନ କରାଯାଇଛି। ଅର୍ବାନ୍‌ ବସ୍‌ଗୁଡିକ ପାଇଁ କେନ୍ଦ୍ର ସରକାର ଏକ ସମୟସୀମା ଧାର୍ଯ୍ୟ କରିଛନ୍ତି। ଅର୍ବାନ ବସ୍‌ ଓ ଘରୋଇ ବସ୍‌ ସହିତ ତୁଳନା କରାଯାଇ ପାରିବ ନାହିଁ। କାରଣ ଅର୍ବାନ ବସ୍‌ ପ୍ରତି ୨୫/୩୦ ବା ପ୍ରତି ୫୦ ମିଟରରେ ବସ୍‌ଗୁଡିକ ବିଭିନ୍ନ ଷ୍ଟପେଜ୍‌ରେ ରୁହେ। ତେଣୁ ଇଞ୍ଜିନ ଉପରେ ପ୍ରଭାବ ପଡେ ଓ ବେଶିଦିନ ପର୍ଯ୍ୟନ୍ତ ଚାଲିପାରେ ନାହିଁ। ଲଙ୍ଗରୁଟ୍‌ ବସ୍‌ ଓ ଶର୍ଟରୁଟ୍‌ ବସ୍‌ ସମାନ ନୁହେଁ। ‘ମୋ ବସ୍‌’ଗୁଡିକର ସମୟ ସୀମା ମଧ୍ୟ ୮ବର୍ଷ ରହିଛି। ତେଣୁ ବିକ୍ରି ହୋଇଥିବା ସିଟି ବସ୍‌ଗୁଡିକ ସବୁ ଅକାମୀ ହୋଇଯାଇଥିଲା। ଏମ୍‌ଭିଆଇ ବସ୍‌ଗୁଡିକର ଯେଉଁ ଦର ଧାର୍ଯ୍ୟ କରିଥିଲେ ସେହି ଅନୁସାରେ ବିକ୍ରି ହୋଇଛି। ଏଥିରେ କ୍ରୁଟ୍‌ର କୌଣସି ଭୂମିକା ନାହିଁ। ତେବେ କେତେ ଟଙ୍କାରେ ବିକ୍ରି ହୋଇଛି ସେ ସମ୍ପର୍କରେ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିଲେ।

 

ସିଟି ବସ୍‌ ନଷ୍ଟ ପାଇଁ
ପରିଚାଳନାଗତ ତ୍ରୁଟି ଦାୟୀ
ଯେକୌଣସି ଜିନିଷର ଠିକ୍‌ ଭାବେ ପରିଚାଳନା ହୋଇ ନ ପାରିଲେ ଏପରି ପରିଣତି ହୋଇଥାଏ। ସରକାର ଜନସାଧାରଣଙ୍କ ଟଙ୍କାରେ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହାର ଠିକ୍‌ ଭାବେ ଦାୟିତ୍ୱ ନିଆଯାଉ ନାହିଁ। ଫଳରେ ଯୋଜନାଗୁଡିକ ଦିଗହରା ହେଉଛି। ଡିପୋରେ ପଡିଥିବା ଅଧିକାଂଶ ଗାଡ଼ି ଭଲ ଅବସ୍ଥାରେ ଥିଲା। ସରକାର ଚାହିଁଥିଲେ ସେଗୁଡିକୁ ଆହୁରି କିଛି ବର୍ଷ ଚଳାଇ ପାରିଥାନ୍ତେ। ମାତ୍ର ସେପରି କଲେନାହିଁ। ପୁଣି ଲୋକଙ୍କ ଟଙ୍କାରେ ନୂଆ ବସ୍‌ କିଣାଗଲା। ଏଗୁଡିକର ମଧ୍ୟ ସମାନ ଅବସ୍ଥା ହେବ।
ପ୍ରିୟବ୍ରତ ପଣ୍ଡା, ସାମାଜିକକର୍ମୀ
କେତେ ଟଙ୍କାରେ ବିକ୍ରି ହେଲା ତାହାର ହିସାବ ଦିଅନ୍ତୁ
ସରକାରଙ୍କ ସମସ୍ତ ଯୋଜନା ଅଧାପନ୍ତରିଆ କରାଯାଇ ବାଟମାରଣା ହେଉଛି। ସିଟି ବସ୍‌ କ୍ଷେତ୍ରରେ ବି ସେପରି ହୋଇଛି। ବସ୍‌ କିଣିବାବେଳେ କେତେ ଖର୍ଚ୍ଚ ହେଲା ତାହାର ହିସାବ ସରକାର ଦେଉଛନ୍ତି। ନିଲାମ ବେଳେ କେତେ ଟଙ୍କାରେ ବିକ୍ରି ହେଲା କାହିଁକି ଲୋକଙ୍କୁ ଜଣାଉ ନାହାନ୍ତି। ସରକାର କେବଳ ଲୋକଦେଖଣିଆ କାମ କରୁଛି। ଆମରି ଟଙ୍କାରେ ଆମକୁ ଭେଟି ଦେଇ ବୋକା ବନାଉଛି। କ୍ରୁଟ୍‌ କର୍ତ୍ତୃପକ୍ଷ ଚାହିଁଥିଲେ ଭଲ ଅବସ୍ଥାରେ ଥିବା ସିଟି ବସ୍‌ଗୁଡିକ ମଧ୍ୟରୁ କିଛିକୁ ପୁଣି ଚଳାଇ ପାରିଥାନ୍ତେ। ମାତ୍ର ତାହା ହେଲାନାହିଁ।
-ତ୍ରିଲୋଚନ ବେଉରା, ରାଜଧାନୀ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?