Posted inଜାତୀୟ

ଇତିହାସ ରଚିବେ ମହିଳା ପାଇଲଟ୍‌

ନୂଆଦିଲ୍ଲୀ, ୧୦ା୧: ଇତିହାସ ରଚିବାକୁ ଯାଉଛନ୍ତି ଏୟାର ଇଣ୍ଡିଆର ମହିଳା ପାଇଲଟ୍‌। କ୍ୟାପ୍‌ଟେନ୍‌ ଜୋୟା ଅଗ୍ରଓ୍ବାଲଙ୍କ ଟିମ୍‌ ବିଶ୍ୱର ଦୀର୍ଘତମ ରୁଟ୍‌ରେ ବିମାନ ଚଳାଇ କର୍ନାଟକର ବେଙ୍ଗାଲୁରୁରେ ଅବତରଣ କରିବେ। ଏଭଳି ବିରଳ କୀର୍ତ୍ତିରେ ଭାରତୀୟ ମହିଳା ନୂଆ ରେକର୍ଡ କରିଛନ୍ତି। ଜୋୟା ୨୦୧୩ରେ ବୋଇଂ-୭୭୭ ବିମାନ ଉଡ଼ାଇଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ସାନପ୍ରାନ୍‌ସିସ୍କୋରୁ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ଜୋୟା ଓ ତାଙ୍କ ଟିମ୍‌କୁ ଦାୟିତ୍ୱ ଦିଆଯାଇଛି। ୧୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଉତ୍ତରମେରୁରୁ ଆଟ୍‌ଲାଣ୍ଟିକ୍‌ ରୁଟ୍‌ ଦେଇ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ସେମାନେ ଦୀର୍ଘ ୧୩,୯୯୩ କିମି ବିମାନ ଉଡ଼ାଇବେ। ଏହି ଟିମ୍‌ରେ କ୍ୟାପ୍‌ଟେନ୍‌ ପାପାଗାରୀ ଥାନମାଇ, ଆକାଂକ୍ଷା ସୋନୱର୍‌ ଏବଂ କ୍ୟାପ୍‌ଟେନ୍‌ ଶିବାନୀ ସାମିଲ ଅଛନ୍ତି। ବିମାନ ଏଆଇ୧୭୬ ଶନିବାର ସାନଫ୍ରାନ୍ସିସ୍କୋରୁ ବାହାରି କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋମବାର ଅବତରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ନୁଆଁଇଲା ଶେହବାଜ ସରକାର, ପାକିସ୍ତାନର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି

ଇସଲାମାବାଦ,୨୮।୬: ପାକିସ୍ତାନରେ ଗଣମାଧ୍ୟମ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ସରକାର ଦେଶର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଜିଓ ନ୍ୟୁଜର…

ଅର୍ଦ୍ଧନିର୍ମିତ ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଜମି ହରାଇଥିବା ଚାଷୀଙ୍କ ହୋହଲ୍ଲା

କେସିଙ୍ଗା, ୨୮।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିରା ଗ୍ରାମ ପଞ୍ଚାୟତର କୁର୍ଲୁପଡ଼ାଠାରେ ନିର୍ମାଣାଧୀନ ଏମ୍‌ଏସ୍‌ଏମ୍‌ଇ (MSME) ପାର୍କକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Iran US Conflict: ଆମେରିକା ଆକ୍ରମଣର ପ୍ରତିଶୋଧ ନେଲା ଇରାନ, କୁୱେତରୁ ବାହାରିନ ପର୍ଯ୍ୟନ୍ତ ଆମେରିକୀୟ ଘାଟି ଉପରେ କଲା କ୍ଷେପଣାସ୍ତ୍ର ମାଡ଼

ତେହରାନ,୨୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଭାଙ୍ଗିବାକୁ ବସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଦୁଇଥର ଇରାନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ…

କରାଚୀରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୬ ଆତଙ୍କବାଦୀଙ୍କ ସହ ୪ ରେଞ୍ଜର୍ସ ନିହତ

କରାଚୀ,୨୮।୬: ଶନିବାର ରାତିରେ ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।…

ତେହରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ଦେଲେ ଟ୍ରମ୍ପ, କହିଲେ, ‘ଆମେରିକା ଏପର୍ଯ୍ୟନ୍ତ ସଂଯମତା ଅବଲମ୍ବନ କରିଛି..’

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ସକାଳୁ ସକାଳୁ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨୮।୬: ରବିବାର ସକାଳେ ଉତ୍ତର-ପୂର୍ବ ଜାପାନରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା; କିନ୍ତୁ, କୌଣସି ସୁନାମି ଚେତାବନୀ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri